Posted inଜାତୀୟ

ଏମରଜେନ୍ସି ବେଳେ ଇନ୍ଧିରାଙ୍କୁ ସମର୍ଥନ କରିଥିଲା ଆରଏସ୍‌ଏସ୍‌, ୧୯୮୦ରେ କ୍ଷମତାକୁ ଫେରିବାକୁ ମଧ୍ୟ କରିଥିଲା ସାହାର୍ଯ୍ୟ: ନୂତନ ପୁସ୍ତକରେ ଦାବି

ନୂଆଦିଲ୍ଲୀ,୨।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରିୟ ସ୍ବୟଂସେବକ ସଂଘର ନେତାଙ୍କ ସହ ଭଲ ସମ୍ପର୍କ ରଥିଲା। ଦୁହେଁ ସାହାଯ୍ୟ ଜଣେ ଜଣଙ୍କ ପାଖକୁ ଯାଉଥିଲେ। ଜରୁରୀକାଳୀନ ସମୟରେ ସଂଘ କେବଳ ଇନ୍ଦିରାଙ୍କୁ ସମର୍ଥନ କରିନଥିଲା, ବରଂ ୧୯୮୦ରେ କ୍ଷମତାକୁ ଫେରିବାରେ ମଧ୍ୟ ସାହାଯ୍ୟ କରିଥିଲା। ତେବେ ଇନ୍ଦିରା ନିଜେ ସଂଘଠାରୁ ସମ୍ବିଧାନପୂର୍ବକ ଦୂରତା ବଜାୟ ରଖିଥିଲେ। ସ୍ବାଧୀନତା ପରଠାରୁ ଆଗାମୀ ଦଶନ୍ଧି ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଶୈଳୀ ସମ୍ବନ୍ଧରେ ସାମ୍ବାଦିକ ନୀରଜା ଚୌଧୁରୀଙ୍କ ନୂତନ ପୁସ୍ତକ ‘ହାଓ ପ୍ରାଇମ ମିନିଷ୍ଟର ଡିସାଇଡ’ ରେ ଏହି ଦାବି କରାଯାଇଛି।

ଏହି ପୁସ୍ତକରେ ଚୌଧୁରୀ ଲେଖିଛନ୍ତି ଯେ, ସଂଘ ବିରୋଧରେ ଥିଲେ ମଧ୍ୟ ଜରୁରୀକାଳୀନ ପରିସ୍ଥିତିରେ ଇନ୍ଦିରା ଏହାର ସମର୍ଥନ ହାସଲ କରିଛନ୍ତି। ତୃତୀୟ ଆରଏସ୍‌ଏସ୍‌ ମୁଖ୍ୟ ବାଲାସାହେବ ଦେଓରାସ ଜରୁରୀକାଳୀନ ସମୟରେ ସେ ଅନେକ ଥର ଲେଖିଥିଲେ। ବହୁ ସଂଘର ନେତା କପିଲ ମୋହନଙ୍କ ମାଧ୍ୟମରେ ସଞ୍ଜୟ ଗାନ୍ଧୀଙ୍କ ସହ ଯୋଗାଯୋଗ କରୁଥିଲେ। ନୀରଜାଙ୍କ ଅନୁଯାୟୀ, ଇନ୍ଦିରାଙ୍କର ଆଶଙ୍କା ଥିଲା ଯେ ମୁସଲମାନମାନେ କଂଗ୍ରେସ ଉପରେ କ୍ରୋଧିତ ହୋଇପାରନ୍ତି, ସେଥିପାଇଁ ସେ ତାଙ୍କ ରାଜନୀତିକୁ ହିନ୍ଦୁକରଣ କରିବାକୁ ଚାହୁଁଥିଲେ। ଏହି କାର୍ଯ୍ୟରେ, ଆରଏସ୍‌ଏସ୍‌ରୁ ଟିକିଏ ସମର୍ଥନ ଏପରିକି ତାଙ୍କର ନିରପେକ୍ଷ ଆଭିମୁଖ୍ୟ ମଧ୍ୟ ତାଙ୍କ ପାଇଁ ବଡ଼ ସାହାଯ୍ୟକାରୀ ପ୍ରମାଣିତ ହୋଇଥାନ୍ତା। ୧୯୮୦ରେ ଯେତେବେଳେ ଅଟଳ ବିହାରୀ ବାଜପେୟୀ ନିଜର ଧର୍ମନିରପେକ୍ଷ ଭାବମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଥିଲେ, ସେତେବେଳେ ଇନ୍ଦିରା ଗାନ୍ଧୀ କଂଗ୍ରେସକୁ ହିନ୍ଦୁକରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri