୨୯ ସେପ୍ଟେମ୍ବରରୁ ୨ୟ ପ୍ରୋପ୍ୟାକ୍‌ ଓଡ଼ିଶା

ଭୁବନେଶ୍ୱର,୨୩।୭(ଅଭୟ ଦାଶ): ରାଜ୍ୟର ପ୍ରମୁଖ ଶିଳ୍ପ ସଂଗଠନ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗୀ ସଂଘ (ଓସ୍‌ମେ) ଓ ଫ୍ୟୁଚରେକ୍ସର ମିଳିତ ସହଯୋଗରେ ୨ୟ ପ୍ରୋପ୍ୟାକ୍‌ ଓଡ଼ିଶା ଓ ଓଡ଼ିଶା ପ୍ଲାଷ୍ଟ-୨୦୨୩ ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ଯାଉଛି। ବିଶେଷକରି ଉକ୍ତ ପ୍ରଦର୍ଶନୀ ୨୦୨୩ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ସହଯୋଗରେ ଉକ୍ତ ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଏହି ପ୍ରଦର୍ଶନୀ ପୂର୍ବ ଭାରତର ସର୍ବବୃହତ୍‌ ଓ ଓଡ଼ିଶାର ସର୍ବପ୍ରଥମ ପ୍ୟାକେଜିଂ, ପ୍ରିଣ୍ଟିଂ, ଖାଦ୍ୟ ପ୍ରକ୍ରିୟାକରଣ, କନ୍‌ଭର୍ଟିଂ ଓ ପ୍ଲାଷ୍ଟିକ୍‌ ଟେକ୍ନୋଲୋଜି ପ୍ରଦର୍ଶନୀ ହେବ ବୋଲି ଓସ୍‌ମେ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଓସ୍‌ମେ ପକ୍ଷରୁ ଶନିବାର ଭୁବନେଶ୍ୱରର ହୋଟେଲ ଶୀତଲରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ଓସ୍‌ମେ ଅଧ୍ୟକ୍ଷ ଗୌରୀଶଙ୍କର ଦାଶ, ମହାସଚିବ ସ୍ବାତ୍ତିକ ସ୍ବାଇଁ, ଅତିରିକ୍ତ ମହାସଚିବ ଅଭିଳାଷ ଦାଶ, ଅର୍ଥ ସଚିବ ଆଦିକନ୍ଦ ରାଉତ, ଓସ୍‌ମେ ଖୋର୍ଦ୍ଧା ଜିଲା ସଭାପତି ସାଲିନ୍‌ ଅଗ୍ରୱାଲ୍‌ ତଥା ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଭ୍ୟ ସମେତ ଫ୍ୟୁଚରଏକ୍ସର ସ୍ବାମୀ ପ୍ରେମ୍‌, ପରିଚାଳନା ନିର୍ଦ୍ଦେଶକ, ନମିତ୍‌ ଗୁପ୍ତା, ନିର୍ଦ୍ଦେଶକ ଓ ମୁବାସିର ଇଲାହି, ପ୍ରକଳ୍ପ ମୁଖ୍ୟ ଉପସ୍ଥିତ ଥିଲେ।
ସେହିଭଳି ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଓ ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ବିଭାଗର ମନ୍ତ୍ରୀ ତଥା ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିବେ। ଉକ୍ତ ପ୍ରଦର୍ଶନୀରେ ଦେଶ ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀମାନେ ଯୋଗଦେବେ। ଯେହେତୁ ଉକ୍ତ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାର ସାମଗ୍ରୀର ଷ୍ଟଲ୍‌ ରହୁଛି ବିଶେଷକରି ଫୁଡ୍‌, ଡ୍ରିଙ୍କ୍‌, ଫାର୍ମା, କସ୍‌ମେଟିକ୍ସ, ପ୍ୟାକେଜିଂ, ପ୍ରିଣ୍ଟିଂ, ପ୍ଲାଷ୍ଟିକ୍‌ ସାମଗ୍ରୀ, ବ୍ୟକ୍ତିଗତ ଓ ପାରିବାରିକ ସାମଗ୍ରୀର ପ୍ରୋସେସିଂ ତଥା ପାରିବାରିକ ଏବଂ ଅଂଶୀଦାରମାନଙ୍କର ସମାଗମ ହେବ। ଉକ୍ତ ପ୍ରଦର୍ଶନୀରେ ୨୫୦ ରୁ ଅଧିକ ଷ୍ଟଲ୍‌ ରହିବ। ଯେହେତୁ ଉକ୍ତ ପ୍ରଦର୍ଶନୀରେ ଶିଳ୍ପଭିଭିକ ତଥା ଗୃହୋପକରଣ ସାମଗ୍ରୀ ପ୍ରଦର୍ଶିତ ହେବ ଏବଂ ଦୈନିକ ୨୫୦୦ରୁ ଊର୍ଦ୍ଧ୍ୱ ଦର୍ଶକ ସମାଗମ ହେବାର ଅନୁମାନ କରାଯାଉଛି। ସେହିପରି ପ୍ରଦର୍ଶନୀ ବ୍ୟତୀତ ପ୍ରତ୍ୟେକ ଦିନ ଏମ୍‌ଏସ୍‌ଏମ୍‌ଇ ସମ୍ପର୍କିତ ଆଲୋଚନାଚକ୍ର ଓ କର୍ମଶାଳା ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି। ଏହି ବି ଟୁ ବି ପ୍ରଦର୍ଶନୀ ଶିଳ୍ପାନୁଷ୍ଠାନଗୁଡିକ ଲାଗି ବାଣିଜି୍ୟକ ପ୍ଲାଟ୍‌ଫର୍ମ ସୃଷ୍ଟି କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଓସ୍‌ମେ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri