ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କୋଳିମାଟିଠାରେ ଗୁରୁବାର ଏହି ଘଟଣା ଘଟିଛି ା ସୂଚନାରୁ ଜଣାପଡିଛି , କୋଳିମାଟି ଗାଁର ପ୍ରକାଶ ବାରିକ ଆଜି ସକାଳୁ ଘରେ ପାଳିଥିବା ଛେଳିଙ୍କୁ ନେଇ ଜଙ୍ଗଲ ନିକଟକୁ ଚରାଇବାକୁ ଯାଇଥିଲେ । ମଧ୍ୟାହ୍ନରେ ଫେରିବା ସମୟରେ ହଠାତ୍‌ ଏକ ବିରାଟକାୟ ଭାଲୁ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା ା ଭାଲୁଟି ପ୍ରକାଶଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇବା ସହ ମୁଣ୍ଡରେ ନଖମାରି ଗଭୀର କ୍ଷତ କରିଛି। ପାଟି ଶୁଣି ଗାଁ ଲୋକେ ଦୌଡି ଆସିବାରୁ ଭାଲୁଟି ଜଙ୍ଗଲକୁ ପଳାଇଥିଲା । ଗୁରୁତର ଅବସ୍ତାରେ ପରିବାର ଲୋକେ ପ୍ରକାଶଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଅବସ୍ତା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସାପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଖବରପାଇ ବନବିଭାଗର କର୍ମଚାରୀମାନେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଗରିବ ଛେଳି ଚରାଳି ପ୍ରକାଶଙ୍କୁ ତୁରନ୍ତ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ୧୨ ମୃତ

କିଭ୍‌,୧ା୯: ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମଙ୍ଗଳବାର କହିଛନ୍ତି। ୟୁକ୍ରେନ୍‌ର ବିଭିନ୍ନ ସହର…

କାହିଁକି ବାରମ୍ୱାର ୨୬ ତାରିଖରେ ଘଟୁଛି ପ୍ରଳୟ? ଭେଙ୍ଗାବାବା ଖୋଲିଲେ ରହସ୍ୟ…

ନୂଆଦିଲ୍ଲୀ,୧।୯: ନେପାଳ-ତିବ୍ଦତ ସୀମାରେ ହିମାଳୟର ହିମବାହ (ଗ୍ଲେସିୟର) ଭାଙ୍ଗି ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ ପରେ ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳିଯାଇଛି। ଶହ ଶହ…

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

କନ୍ୟାସନ୍ତାନ ଜନ୍ମଦେବା ପରେ ଆଖି ବୁଜିଲେ ମା’

ପାଟଣା, ୧ା୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବଡ଼ପଶି ଗ୍ରାମର କମଳ କିଶୋର ଜେରାଇଙ୍କ ସ୍ତ୍ରୀ ତିଲୋତ୍ତମା ତିରିଆ (୨୫)ଙ୍କର ଚିକିତ୍ସାଧୀନ…

ସାହାଣୀ କପ୍‌ ଫୁଟ୍‌ବଲ୍‌: ୩ରେ ହେବ ଖେଳାଳି ଚୟନ, କେମିତି କରିବେ ଆବେଦନ ଜାଣନ୍ତୁ…

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କ୍ରୀଡ଼ା ସଂସ୍ଥା ଆନୁକୂଲ୍ୟରେ ସାହାଣୀ କପ୍‌ ସିନିଅର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ ପାଇଁ ଆସନ୍ତା ଗୁରୁବାର ଷ୍ଟାଡିୟମ୍‌…

ମହିଳାଙ୍କୁ ଫସାଇ ଏକାଧିକ ଥର ବଳାତ୍କାର, ଅନ୍ତରଙ୍ଗ ମୁହୁର୍ତ୍ତ ଫଟୋ ଭିଡିଓ ଭାଇରାଲ: ଅବସରପ୍ରାପ୍ତ ସାମରିକ କର୍ମଚାରୀ ଗିରଫ

ଦିଗପହଣ୍ଡି,୧|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ବିବାହିତା ମହିଳାଙ୍କୁ ପ୍ରେମଜାଲରେ ଫସାଇ ଏକାଧିକ ଥର ବଳାତ୍କାର କରିବା ସହ…

ନିୟମିତ ହେଉଛି ଭଡ଼ା ଆଦାୟ: ରକ୍ଷଣାବେକ୍ଷଣରେ ଅବହେଳା, ତେଜିଲା ଦୋକାନୀଙ୍କ ଅସନ୍ତୋଷ…

ଜୁନାଗଡ଼,୧ା୯(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏନ୍‌ଏସି ମାର୍କେଟ କମ୍ପ୍ଲେକ୍ସ ଜରାଜୀର୍ଣ୍ଣ ହୋଇପଡିଛି। ଏଠାରେ ୧୪ଟି ଗୃହ ଥିବାବେଳେ ମରାମତି…

୨୦ ହଜାର ଟଙ୍କା ଲାଞ୍ଚ ନେଇ ଜେଲ ଗଲେ ଶ୍ରମ ଅଧିକାରୀ

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri