୬ ବର୍ଷ ବିତିଲା, ସମ୍ପୂର୍ଣ୍ଣ ହୋଇନି ଆବାସ ଗୃହ

ନୂଆପଡ଼ା,୩୦।୬(ମକାରୁ ବେମାଲ): ଚାଳ ଛପର ଘରେ ନ ରହି ଛାତ ଘରେ ସମସ୍ତେ ରହିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେଉଛନ୍ତି। ହେଲେ ୧ ଲକ୍ଷ ୩୦ ହଜାର ଟଙ୍କାରେ ଗରିବ ହିତାଧିକାରୀ ଘର ବନାଇବା କଷ୍ଟକର ହେଉଥିବାରୁ ସ୍ଥାନୀୟ ଠିକାଦାରମାନଙ୍କୁ ଘର ନିର୍ମାଣ କରିବା ପାଇଁ ହିତାଧିକାରୀମାନେ ଦେଉଛନ୍ତି। ଘର ନିର୍ମାଣ ନାମରେ ଠିକାଦାରମାନେ ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ କିସ୍ତି ଟଙ୍କା ଜମା ହେଲେ ଠିକାଦାରମାନେ ସାଙ୍ଗେ ସାଙ୍ଗେ ହିତାଧିକାରୀଙ୍କୁ ବ୍ୟାଙ୍କକୁ ନେଇ ଟଙ୍କା ଉଠାଣ କରି ନେଇ ଯାଉଛନ୍ତି। କିନ୍ତୁ ହିତାଧିକାରୀମାନଙ୍କୁ ଭୁଆଁ ବୁଲାଇ ଘର ନିର୍ମାଣ କରିବାରେ ବିଳମ୍ବ କରି ବର୍ଷ ବର୍ଷ ଠକି ଚାଲିଛନ୍ତି। ଏପରି ଘଟଣାର ଅଭିଯୋଗ ଆସିଛି ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ପଞ୍ଚାୟତ ବାଲିପାଟି ଗାଁରେ। ଠିକାଦାରମାନେ ଘର ନିର୍ମାଣ ନ କରି ହିତାଧିକାରୀଙ୍କୁ ଠକିବାରେ ଲାଗିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ ଜଟଗଡ ପଞ୍ଚାୟତ ବାଲିପାଟି ଗାଁର କୁମୁରା ମାଝି ଓ ରାମଚନ୍ଦ୍ର ମାଝି ୨୦୧୭-୧୮ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ସେମାନେ ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କ ପକ୍ଷରେ ଘର ନିର୍ମାଣ କରିବା ସମ୍ଭବ ନ ହେବାରୁ ସ୍ଥାନୀୟ ଠିକାଦାରମାନଙ୍କୁ ନିର୍ମାଣ ପାଇଁ ଦେଇଥିଲେ। ଠିକାଦାରମାନେ ଘର କାର୍ଯ୍ୟ ଆରମ୍ଭ କରି ୬ ଫୁଟ ପର୍ଯ୍ୟନ୍ତ କାନ୍ଥ ଉଠାଇ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି। ଆଜକୁ ପ୍ରାୟ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ଘର ସମ୍ପୂର୍ଣ୍ଣ ହୋଇନାହିଁ। ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଘର ବିଲ ହୋଇ ହିତାଧିକାରୀଙ୍କଠାରୁ ଠିକାଦାର ନେଇ ସାରିଲେଣି। ଛାତ ଘରେ ରହିବା ପାଇଁ ଗରିବ ହିତାଧିକାରୀମାନେ ଚାହିଁ ବସିଛନ୍ତି। ହେଲେ ଛାତ ଘର ମିଳୁନାହିଁ। ଏ ସଂକ୍ରାନ୍ତରେ ଜଟଗଡ ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ତ୍ତିକ ରଥଙ୍କୁ ପଚାରିବାରୁ ମୁଁ ଏହି ବିଷୟ ଉପରେ ଅବଗତ ନ ଥିଲି। ନିଜେ ଯାଇ କ’ଣ ହୋଇଛି ଦେଖିବି ଓ ଘର ସମ୍ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବି। ଅସାଧୁ ଉପଉୟ ଅବଲମ୍ବନ କରୁଥିବା ଠିକାଦାର ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ, ବାଂଲାଦେଶରେ ଦୀପୁଙ୍କ ବନ୍ଧୁମାନେ ବିଶ୍ୱାସଘାତକତା କରି…

ବାଂଲାଦେଶର ମୈମନସିଂ ଜିଲାର ଏକ କପଡ଼ା କାରଖାନାରେ କାମ କରୁଥିବା ୨୭ ବର୍ଷୀୟ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଗୁରୁବାର (ଡିସେମ୍ବର ୧୬) ଦିନ...

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

ପ୍ରବଳ କୁହୁଡି ଯୋଗୁ ଦେଖାଗଲାନି ରାସ୍ତା: ଗଛରେ ପିଟିହେଲା ପରିବା ବୋଝେଇ ମିନିଟ୍ରକ, ଘଟଣାସ୍ଥଳରେ…

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଏକ ପନିପରିବା ବୋଝେଇ ମିନିଟ୍ରକ ଦୁର୍ଘଟଣା ଘଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ପ୍ରକାଶଯେ,...

ଠକ ସଂସ୍ଥାର ୩ ଅଧିକାରୀ ଅଟକ: ଚାକିରି, ଋଣ କରାଇଦେବେ କହି ନେଉଥିଲେ ଟଙ୍କା

ପାରଳାଖେମୁଣ୍ଡି,୨୩ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ ଚାକିରି ଆଉ ସେମାନଙ୍କ ପାଇଁ ଋଣ କରାଇଦେବା ଏବଂ ଘରେ ବସି ଡିଜିଟାଲରେ ଟଙ୍କା...

ଶୀତଦିନେ ମୁହଁ ଘୋଡ଼ାଇ ଶୋଉଥିଲେ ସାବଧାନ! ଏହି ବ୍ୟକ୍ତିଙ୍କ ପାଇଁ ହୋଇପାରେ….

ନୂଆଦିଲ୍ଲୀ,୨୩।୧୨: ପ୍ରାୟତଃ, ଶୀତ ମାସରେ, ଆମେ ଶୋଇବା ସମୟରେ ଆମର ସମ୍ପୂର୍ଣ୍ଣ ମୁହଁକୁ କମ୍ବଳରେ ଘୋଡ଼ାଇ ରଖିଥାଉ କାରଣ ଏହା ଆମକୁ ଆରାମଦାୟକ ଏବଂ ଗରମ...

ଟାର୍ଗେଟରେ କ୍ରିକେଟରଙ୍କ ପରିବାର, ପତ୍ନୀ ପିଲାଙ୍କୁ ମିଳିଲା ହତ୍ୟା ଧମକ

ସିଡ଼ନୀ,୨୩।୧୨: ଡିସେମ୍ବର ୧୪ରେ ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଘଟିଥିବା ଭୟଙ୍କର ଗଣ ଗୁଳିକାଣ୍ଡ ସମଗ୍ର ଦେଶକୁ ଚକିତ କରିଦେଇଥିଲା। ପ୍ରାୟ ୩୦ ବର୍ଷ ମଧ୍ୟରେ...

ଟି-୨୦ ବିଶ୍ୱକପ ପରେ ବଦଳିବେ ଅଧିନାୟକ! ସୂର୍ଯ୍ୟକୁମାରଙ୍କ ପରେ ଏହି ୩ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ଦାୟିତ୍ୱ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ ଦଳ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ୨୦୨୬ ଟି୨୦ ବିଶ୍ୱକପ ଖେଳିବ। କିନ୍ତୁ, ତାଙ୍କ ଚୟନ ପରଠାରୁ, ଏହି ଟୁର୍ନାମେଣ୍ଟ ଅଧିନାୟକ ଭାବରେ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri