Posted inଜାତୀୟ

ପାଇଖାନା ପାଣି ପିଇବାକୁ ବାଧ୍ୟ କରାଯାଇଥିଲା

କୋଚି, ୧୨ା୬(ଆଇଏଏନ୍‌ଏସ୍‌): ନାଇଜେରିଆ ଜେଲରେ ୧୦ ମାସ ରହିବା ପରେ ଶନିବାର ଘରକୁ ଫେରିଥିବା କେରଳର ୩ ଜଣ ନାବିକ ଗଣମାଧ୍ୟମ ଆଗରେ ସେମାନଙ୍କ ଦୁଃଖ କାହାଣୀ ବର୍ଣ୍ଣନା କରିଛନ୍ତି। ବନ୍ଦୀ ଥିବାବେଳେ ସେମାନଙ୍କୁ ଶୌଚାଳୟ ପାଣି ପିଇବାକୁ ବାଧ୍ୟ କରାଯାଇଥିଲା। ମ୍ୟାଲେରିଆ ଯୋଗୁ ସେମାନଙ୍କୁ ଏକାଧିକ ଥର ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ସେମାନେ ଘରକୁ ଫେରି ପରିବାର ସଦସ୍ୟଙ୍କୁ ଦେଖିତ୍ବା ଆଶା ଛାଡ଼ିଦେଇଥିଲେ ବୋଲି କହିଛନ୍ତି।
ହିରୋଇକ୍‌ ଆଇଡନ୍‌ ଜାହାଜରେ ମୁଖ୍ୟ ଅଫିସର ଥିବା କୋଚିର ସାନୁ ଜୋସେଫ, ତୃତୀୟ ଅଫିସର କୋଲାମ୍‌ର ଭି. ବିଜିଥ୍‌ ଏବଂ ମୁଲାଭୁକାଡ୍‌ର ମିଲ୍‌ଟନ୍‌ ଡି’କାଉଥ୍‌ ଶନିବାର ସେମାନଙ୍କ ଘରେ ପହଞ୍ଚତ୍ଛନ୍ତି। ଇକୁଏଟୋରିଆଲ ଗିନିର ଜଳରାଶି ମଧ୍ୟରେ ଜାହାଜ ପ୍ରବେଶ କରିବା ଅଭିଯୋଗରେ ସେଠାର ସରକାର ନାବିକମାନଙ୍କୁ ଗିରଫ କରିଥିଲେ। ସେଠାକାର ଜେଲରେ ସେମାନେ ୩ ମାସ ରହିଥିଲେ। ଜାହାଜ କମ୍ପାନୀ ଇକୁଟୋରିଆଲ୍‌ ଗିନିକୁ ପର୍ଯ୍ୟାପ୍ତ ମୁକ୍ତି ଅର୍ଥ ଦେବା ପରେ ମଧ୍ୟ ନାବିକମାନଙ୍କୁ ଛଡ଼ାଯାଇ ନ ଥିଲା। ଇତିମଧ୍ୟରେ ନାଇଜେରିଆ ସରକାର ସେମାନଙ୍କ ବିରୋଧରେ ସାନି ଅଭିଯୋଗ ଆଣିଥିଲେ। ନାଇଜେରିଆ ତେଲ ଟ୍ୟାଙ୍କରରୁ ସେମାନେ ତେଲ ଚୋରାଚାଲାଣ କରିଥିବା ଅଭିଯୋଗ ଆଣି ନାଇଜେରିଆ ପୋଲିସ ଉକ୍ତ ଜାହାଜ ଓ ନାବିକମାନଙ୍କୁ ନିଜ ଜେଲ୍‌କୁ ନେଇଯାଇଥିଲା। ପରବର୍ତ୍ତୀ ୮ ମାସ ନାବିକମାନେ ନାଇଜେରିଆ ଜେଲରେ କାଟିଥିଲେ। ଭାରତ ସରକାରଙ୍କ ସମେତ ଅନ୍ୟ କେତେକ ସଂସ୍ଥା ମାମଲାରେ ହସ୍ତକ୍ଷେପ କରି ନାବିକମାନଙ୍କୁ ମୁକ୍ତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

ବାଂଲାଦେଶରେ ହାଦିଙ୍କ ପରେ ଏବେ ସିକଦରଙ୍କୁ ହତ୍ୟା, ମୁଣ୍ଡରେ ଗୁଳି ମାରି…

ନୂଆଦିଲ୍ଲୀ,୨୨।୧୨:  ବାଂଲାଦେଶରେ ନିର୍ବାଚନ ଘୋଷଣା ପରେ ରାଜନୈତିକ ହତ୍ୟାର ଘଟଣା ଜାରି ରହିଛି ।ଇକବାଲ ଫୋରମର ଓସମାନ ହାଦିଙ୍କ ପରେ ଅପରାଧୀମାନେ ଏବେ ଖୁଲନାରେ ମୋତାଲେବ...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri