Posted inଫୁରସତ

ମହାସାଗର ସୁରକ୍ଷା ହିଁ ପୃଥିବୀର ସୁରକ୍ଷା

ପୃଥିବୀର ୭୦% ଅଞ୍ଚଳ ଜଳଭାଗ। ଜଳଭାଗର ସୁରକ୍ଷା ପୃଥିବୀ ପାଇଁ ଅତ୍ୟନ୍ତ ଗୁରୁତ୍ପପୂର୍ଣ୍ଣ। ତେଣୁ ମହାସାଗର ସୁରକ୍ଷା ହିଁ ପୃଥିବୀର ସୁରକ୍ଷା। ମହାସାଗରର ଜୈବ ବିବିଧତା ପୃଥିବୀକୁ ଦୀର୍ଘସ୍ଥାୟୀ କରି ଗଢ଼ିଥାଏ। ତେଣୁ ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜୁନ ୮ତାରିଖକୁ ବିଶ୍ୱ ମହାସାଗର ଦିବସ ଭାବେ ପାଳନ କରାଯାଏ । ୧୯୯୨ରେ ବ୍ରାଜିଲରେ ଅନୁଷ୍ଠିତ ପୃଥିବୀ ଶିଖର ସମ୍ମିଳନୀରେ କାନାଡ଼ାର ‘ଇଣ୍ଟରନ୍ୟାଶନାଲ ସେଣ୍ଟର ଫର୍‌ ଓସେନ ଡେଭଲପମେଣ୍ଟ’ ଏବଂ ‘ଓସେନ ଇନ୍‌ଷ୍ଟିଚ୍ୟୁଟ ଅଫ କାନାଡ଼ା’ ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ ଜାତିସଂଘ ଦ୍ୱାରା ଏହି ଦିବସକୁ ୨୦୦୮ରେ ସ୍ବୀକୃତି ମିଳିଥିଲା। ସମୁଦ୍ରର ସୁରକ୍ଷା ଏବଂ ଏଥିରୁ ମିଳିଥିବା ସମ୍ବଳର ସୁପରିକଳ୍ପିତ ପରିଚାଳନା ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଏହା ମଣିଷର ଅର୍ଥନୈତିକ କାର୍ଯ୍ୟକଳାପ ଯୋଗୁଁ ସମୁଦ୍ର ଉପରେ ପଡୁଥିବା ପ୍ରଭାବଗୁଡିକ ସମ୍ପର୍କରେ ଆଲୋଚନା କରିବାର ସୁଯୋଗ ପ୍ରଦାନ କରିଥାଏ।
ବିଶ୍ୱ ମହାସାଗର ଦିବସ ବାର୍ତ୍ତା ଦେଇଥାଏ ମହାସାଗରର ସୁରକ୍ଷା ଏବଂ ସମ୍ବଳର ସ୍ଥାୟୀ ଉପଯୋଗ ଆମ ବଞ୍ଚତ୍ବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରତିବର୍ଷ ବିଶ୍ୱ ମହାସାଗର ଦିବସ ପାଳନ କରିବାକୁ ଜାତିସଂଘ ଏକ ନୂତନ ଥିମ୍‌ ଗ୍ରହଣ କରିଥାଏ। ଚଳିତ ୨୦୨୩ ବର୍ଷ ପାଇଁ ଏହା ହେଉଛି ‘ଗ୍ରହ ମହାସାଗର: ଜୁଆର ବଦଳୁଛି’ (ପ୍ଲାନେଟ୍‌ ଓସେନ: ଟାଇଡ୍‌ସ ଆର ଚେଞ୍ଜିଂ)।
୧୯୮୭ ବିଶ୍ୱ ପରିବେଶ ଏବଂ ବିକାଶ ଆୟୋଗ ଭାବରେ ମଧ୍ୟ ଜଣାଶୁଣା ବ୍ରାଣ୍ଡଲ୍ୟାଣ୍ଡ ରିପୋର୍ଟରେ ବ୍ରଣ୍ଡଟଲ୍ୟାଣ୍ଡ କମିଶନ ଉଲ୍ଲେଖ କରିଥିଲେ ଅନ୍ୟ କ୍ଷେତ୍ର ତୁଳନାରେ ମହାସାଗର କ୍ଷେତ୍ରର ବିକାଶ ପାଇଁ ସଚେତନତାର ଅଭାବ ରହିଛି। ମହାସାଗରର ଉପଯୋଗିତା ନ ବୁଝି ବହୁ ଲୋକ ଏହାର ଗର୍ଭକୁ ଆବଜର୍ନାରେ ଭର୍ତ୍ତି କରିବାରେ ଲାଗିଛନ୍ତି। ଫଳରେ ପୃଥିବୀ ପାଇଁ ସର୍ବାଧିକ ଗୁରୁତ୍ୱଥିବା ବିରାଟ ମହାସାଗର ଅଞ୍ଚଳ ମାନବୀୟ କାର୍ଯ୍ୟ ଯୋଗୁ ଜୈବ ବିବିଧତା ହରାଇବାରେ ଲାଗିଛି।
୧୯୯୨ରେ ପ୍ରଥମ ବିଶ୍ୱ ମହାସାଗର ଦିବସର ଉଦ୍ଦେଶ୍ୟ ଥିଲା ମହାସାଗର ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଅନ୍ତର୍ଜାତୀୟସ୍ତରରେ ଏକ ମଞ୍ଚ ଗଠନ କରିବା। ବିଶ୍ୱସ୍ତରରେ ସମନ୍ବିତ ପ୍ରୟାସଗୁଡ଼ିକ ଓସିନ ପ୍ରୋଜେକ୍ଟ ଏବଂ ବିଶ୍ୱ ମହାସାଗର ନେଟ୍‌ୱର୍କ ସହଯୋଗରେ ଆରମ୍ଭ ହୋଇଥିଲା ଏବଂ କାର୍ଯ୍ୟକ୍ରମଗୁଡିକ ବଢ଼ିବାରେ ଲାଗିଥିଲା। ଏହି ସମୟ ମଧ୍ୟରେ www.WorldOceanDay.org ଉନ୍ମୋଚିତ ହୋଇଥିଲା। ସମୁଦ୍ରର ଉପଯୋଗିତା ସମ୍ପର୍କରେ ସଚେତନତା ବଢ଼ାଇବାକୁ ତଥା ଆମର ନୀଳ ଗ୍ରହ ପାଇଁ ଏକ ପରିବର୍ତ୍ତନ ଆଣିବା ପାଇଁ ସୁଯୋଗ ପ୍ରଦାନ କରିବାରେ ସାହାଯ୍ୟ କରିବାକୁ ୱେବ୍‌ସାଇଟ କାର୍ଯ୍ୟକ୍ରମ ଆୟୋଜକମାନଙ୍କ ମାଧ୍ୟମରେ ବିଭିନ୍ନ ଗୋଷ୍ଠୀର ସହଯୋଗ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ଶିକ୍ଷାଗତ ତଥା କାର୍ଯ୍ୟକ୍ଷମ ଉତ୍ସ, ଧାରଣା ଏବଂ ଉପକରଣର ବିସ୍ତାର ମାଧ୍ୟମରେ ବିଶ୍ୱସ୍ତରୀୟ ଯୋଗଦାନ ସୃଷ୍ଟି କରିବାର ପ୍ରୟାସ ହୋଇଥିଲା। ବିଶ୍ୱ ମହାସାଗର ଦିବସ ପାଳନ କରିବାକୁ ଯୋଜନା ମଧ୍ୟ ହୋଇଥିଲା। ୨୦୦୪ରେ ମହାସାଗର ପ୍ରକଳ୍ପ ଏବଂ ବିଶ୍ୱ ମହାସାଗର ନେଟ୍‌ୱର୍କ ପକ୍ଷରୁ ଆମର ମହାସାଗର ଗ୍ରହ ପାଇଁ ଏକ ଭିନ୍ନତା ଆଣିବାରେ ଉପକ୍ରମ କରାଯାଉ ବୋଲି ଏକ ଅଭିଯାନ ଆରମ୍ଭ କରାଯାଇଥିଲା। ଉଭୟ ଅନ୍‌ଲାଇନ ଏବଂ ବ୍ୟକ୍ତିଗତ ଭାବରେ ମିଳିତ ଜାତିସଂଘ ପକ୍ଷରୁ ଆନୁଷ୍ଠାନିକ ଭାବରେ ୮ ଜୁନକୁ ବିଶ୍ୱ ମହାସାଗର ଦିବସ ଭାବରେ ସ୍ବୀକୃତି ଦେବା ପାଇଁ ଏକ ଆବେଦନପତ୍ରରେ ଦସ୍ତଖତ କରାଯାଇଥିଲା। ଡିସେମ୍ବର ୨୦୦୮ରେ ମିଳିତ ଜାତିସଂଘର ସାଧାରଣ ସଭା ଏହି ଦିନକୁ ଆନୁଷ୍ଠାନିକ ଭାବେ ସ୍ବୀକୃତି ଦେବା ସମ୍ପର୍କରେ ଏକ ଘୋଷଣା କରିଥିଲା।

ଏ ବର୍ଷର ବାର୍ତ୍ତା

ଚଳିତ ବର୍ଷ ‘ବିଶ୍ୱ ମହାସାଗର ଦିବସ’ ଲାଗି ବାର୍ତ୍ତା ରହିଛି ‘ଗ୍ରହ ମହାସାଗର: ଜୁଆର ବଦଳୁଛି’ (ପ୍ଲାନେଟ୍‌ ଓସେନ: ଟାଇଡ୍‌ସ ଆର ଚେଞ୍ଜିଂ)।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri