ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ। ଅର୍ଥାତ୍‌ ଜଙ୍ଗଲ ବୃଦ୍ଧି ହାରରେ ଆଶାନୁରୂପକ ଅଗ୍ରଗତି ଘଟୁନି। ତେବେ ଗୋଟିଏ ଭଲ ଖବର ହେଉଛି ବିଶ୍ୱ ତାଲିକାରେ ଜଙ୍ଗଲର ଆୟତନ ଦୃଷ୍ଟିକୁ ଦେଖିଲେ ଭାରତର ସ୍ଥାନ ନବମ। କିନ୍ତୁ ଜାତିସଂଘର ରିପୋର୍ଟଟି ଏହା ସୁସ୍ପଷ୍ଟ କରିଛି ଯେ ୨୦୩୦ ସୁଦ୍ଧା ବିଶ୍ୱସ୍ତରରେ ନିଘଞ୍ଚ ଜଙ୍ଗଲ ସୃଷ୍ଟି କରାଯିବାର ଯେଉଁ ମାପକାଠି ଓ ମାନଦଣ୍ଡ ରହିଥିଲା ସେଥିରୁ ସୁଫଳ ସେପରି ମିଳୁନି। ଜଙ୍ଗଲ କ୍ଷୟ ନିଶ୍ଚିତ ଭାବରେ ସବୁଜିମାର ଭବିଷ୍ୟତକୁ ନେଇ ଉଦ୍‌ବେଗ ସୃଷ୍ଟି କରିବା ସ୍ବାଭାବିକ।
ପ୍ରଥମଟି ହେଉଛି ଗ୍ଲୋବାଲ ଫରେଷ୍ଟ ରିସୋର୍ସେସ ଆସେସ୍‌ମେଣ୍ଟ ଜିଏଫ୍‌ଆର୍‌ଏ ରିପୋର୍ଟ ଯାହା ଜାତିସଂଘର ‘ଫୁଡ ଏଣ୍ଡ ଏଗ୍ରିକଲ୍‌ଚର ଅର୍ଗାନାଇଜେଶନ’ ଦ୍ୱାରା ପ୍ରକାଶିତ। ସେଥିରେ ୧୯୯୦ରୁ ୨୦୨୫ ମସିହା ମଧ୍ୟରେ ଉପଲବ୍ଧ ପ୍ରଚୁର ଡେଟା ଠୁଳ କରାଯାଇ ସମୁଦାୟ ଅବଧିକୁ ୧୯୯୦ରୁ ୨୦୦୦, ୨୦୦୦ରୁ ୨୦୧୫ ଏବଂ ୨୦୧୫ରୁ ୨୦୨୫ ଭଳି ୩ଟି କାଳ ଖଣ୍ଡରେ ବିଭାଜନ କରି ୨୩୬ଟି ଦେଶର ଜଙ୍ଗଲର ସ୍ଥିତିକୁ ସୋପାନ କ୍ରମେ ତୁଳନାତ୍ମକ ବିଶ୍ଳେଷଣ କରାଯାଇଛି। ତାହା ଅନୁସାରେ ପୃଥିବୀରେ ଘଟି ଚାଲିଥିବା ଜଙ୍ଗଲ କ୍ଷୟର ବିକଳ ଚିତ୍ର ମୁଖ୍ୟତଃ ୪ଟି ଦେଶରେ ଜଙ୍ଗଲ ଆଚ୍ଛାଦନ କାରଣରୁ ଅପେକ୍ଷାକୃତ ନିଷ୍ପ୍ରଭ ହୋଇଥାଏ, ଯେଉଁ ଦେଶଗୁଡ଼ିକ ହେଲେ ରୁଷିଆ, ବ୍ରାଜିଲ, କାନାଡ଼ା ଓ ଯୁକ୍ତରାଷ୍ଟ୍ର ଆମେରିକା। ସମ୍ପ୍ରତି ପୃଥିବୀର ସମୁଦାୟ ଜଙ୍ଗଲର ୨୬% ଅର୍ଥାତ୍‌ ୮୩୨.୬୩ ନିୟୁତ ହେକ୍ଟର ଆୟତନ ବିଶିଷ୍ଟ ଜଙ୍ଗଲ ରୁଷିଆରେ ଅଛି ଯାହା ସର୍ବାଧିକ। ପରବର୍ତ୍ତୀ ତିନିଟି ସ୍ଥାନରେ ଅଛନ୍ତି ବ୍ରାଜିଲ ୪୮୬.୦୯ ନିୟୁତ ହେକ୍ଟର, କାନାଡ଼ା ୩୬୮.୮୨ ନିୟୁତ ହେକ୍ଟର ଏବଂ ଯୁକ୍ତରାଷ୍ଟ୍ର ଆମେରିକା ୩୦୮.୯ ନିୟୁତ ହେକ୍ଟର। ସେହି ରିପୋର୍ଟରୁ ଜଣାପଡ଼ିଛି ଯେ ୭୨.୭୪ ନିୟୁତ ହେକ୍ଟର ପରିମିତ ଅଞ୍ଚଳ ଜଙ୍ଗଲ ଦ୍ୱାରା ଆଚ୍ଛାଦିତ ଭାରତ ସମ୍ପ୍ରତି ପୃଥିବୀର ସମୁଦାୟ ଜଙ୍ଗଲର ୨%ର ଅଧିକାରୀ। ସେହି ରିପୋର୍ଟରୁ ଜଣାପଡ଼ିଛି ଯେ ୧୯୯୦-୨୦୦୦ ମସିହା କାଳଖଣ୍ଡରେ ପରିଦୃଷ୍ଟ ହେଉଥିବା ନେଟ୍‌ ଜଙ୍ଗଲ କ୍ଷୟ ବାର୍ଷିକ ୧୦.୭ ନିୟୁତ ହେକ୍ଟର ୨୦୦୦-୨୦୧୫ ମଧ୍ୟବର୍ତ୍ତୀ ଅବଧିରେ ବାର୍ଷିକ ୩.୬୮ ନିୟୁତ ହେକ୍ଟରକୁ ହ୍ରାସ ପାଇବା ପଛରେ ଅଛି କାନାଡ଼ା, ଚାଇନା, ରୁଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ଜଙ୍ଗଲ ଆୟତନ ବୃଦ୍ଧିର ଅବଦାନ। ତେବେ ଏହା ସତ୍ତ୍ୱେ୨୦୧୫-୨୦୨୫ ଅବଧିରେ ନେଟ୍‌ ଜଙ୍ଗଲ କ୍ଷୟରେ ପୁନର୍ବାର ବୃଦ୍ଧି ଘଟି ତାହା ବାର୍ଷିକ ୪.୧୨ ନିୟୁତ ହେକ୍ଟରରେ ପହଞ୍ଚତ୍ଥିବା ମଧ୍ୟ ଚିନ୍ତାର କାରଣ ହୋଇଥାଏ। ପ୍ରକାଶ ଥାଉକି ବିଭିନ୍ନ ପ୍ରାନ୍ତରେ ଜଙ୍ଗଲ ସୃଷ୍ଟିର ଉଦ୍ୟମ ପ୍ରଗାଢ଼ ହୋଇଥିଲେ ହେଁ ଜଙ୍ଗଲ କ୍ଷୟର ଭରଣା କରିବା ଲାଗି ତାହା ଯଥେଷ୍ଟ ନୁହେଁ ଏବଂ ଜଙ୍ଗଲ ଆୟତନ ବୃଦ୍ଧି ସବୁ ପ୍ରାନ୍ତରେ ସମାନୁପାତିକ ନୁହେଁ ମଧ୍ୟ। ଅଳ୍ପ କିଛି ଦେଶର ଉନ୍ନତ ପ୍ରଦର୍ଶନ ହେତୁ ଦୃଶ୍ୟପଟ ଆଂଶିକ ଆଶ୍ୱାସନାମୂଳକ ହୋଇଥାଏ।
ଦ୍ୱିତୀୟ ରିପୋର୍ଟ ଅର୍ଥାତ୍‌ ଫରେଷ୍ଟ ଡିକ୍ଲେୟାରେଶନ ଆସେସ୍‌ମେଣ୍ଟ ରିପୋର୍ଟ ୨୦୨୫ ଦର୍ଶାଇଥାଏ କିଭଳି ଜଙ୍ଗଲ କ୍ଷୟଜନିତ ଉଦ୍‌ବେଗଜନକ ସ୍ଥିତିର ମୁକାବିଲା ସକାଶେ ବୈଶ୍ୱିକ ଉଦ୍ୟମ ଆଦୌ ଯଥେଷ୍ଟ ନୁହେଁ। ଏହି ରିପୋର୍ଟ ୟୁଏନ୍‌ଡିପିର ତତ୍ତ୍ୱାବଧାନରେ ଗୋଟିଏ ସ୍ବେଚ୍ଛାସେବୀ ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ। ତାହା କହିଛି ଯେ ୨୦୧୪ ମସିହାର ନ୍ୟୁୟର୍କ ଘୋଷଣାନାମା ଏବଂ ଗ୍ଲାସ୍‌ଗୋଠାରେ ଅନୁଷ୍ଠିତ ହୋଇଥିବା ‘କପ୍‌ ୨୬’ର ଘୋଷଣାନାମା ଅନୁସାରେ ୨୦୩୦ ମସିହା ସୁଦ୍ଧା ଜଙ୍ଗଲ କ୍ଷୟ ରୋକିବା ଏବଂ ଜଙ୍ଗଲ ରିକ୍ତ ୩୫୦ ନିୟୁତ ହେକ୍ଟର ଅଞ୍ଚଳରେ ପୁନର୍ଭରଣା କରିବାର ଲକ୍ଷ୍ୟ ପରାହତ ହେବା ଅନିବାର୍ଯ୍ୟ। କାରଣ ଜଙ୍ଗଲ ପୁନର୍ଭରଣା ଦିଗରେ ଅଗ୍ରଗତିର ସ୍ଥିତି ହେଉଛି ମାତ୍ର ୩୭ ଶତାଂଶ। ଏଥିରେ କୁହାଯାଇଛି ଯେ କେବଳ ୨୦୨୪ରେ ଜଙ୍ଗଲ କ୍ଷୟର ପରିମାଣ ହେଉଛି ୮.୧ ନିୟୁତ ହେକ୍ଟର। ଏଥିରୁ ସର୍ବାଧିକ ଅର୍ଥାତ୍‌ ୮୦% ହେଉଛି ବିଷୁବ ମଣ୍ଡଳୀୟ ଅଞ୍ଚଳରେ। ବିଷୁବ ମଣ୍ଡଳୀୟ ଜଙ୍ଗଲଗୁଡ଼ିକର ଜୈବ ବିବିଧତା ସଘନ ହୋଇଥିବା ଦୃଷ୍ଟିରୁ ବିକଳ୍ପଶୂନ୍ୟ ଏବଂ ତହିଁରେ କ୍ଷତି ଉଦ୍‌ବେଗଜନକ। ଏହି ରିପୋର୍ଟ ଅନୁସାରେ ଜଙ୍ଗଲ କ୍ଷୟର କାରଣ ଭାବେ ଯାହା ସର୍ବାଗ୍ରେ ରହିଛି, ତାହା ସମସ୍ତଙ୍କୁ ବିସ୍ମିତ କଲା ଭଳି କୃଷିର ଅଭିବୃଦ୍ଧି ଅର୍ଥାତ୍‌ ଚାଷବାସ ଓ ପ୍ରାଣୀପାଳନ ସକାଶେ ଯେଉଁ ବୃକ୍ଷ ଛେଦନ ହେଉଛି ତାହା ସମୁଦାୟ ଜଙ୍ଗଲ କ୍ଷୟର ୮୬ ପ୍ରତିଶତ।
ଆମେ ସମସ୍ତେ ଏଥିରେ ସମର୍ଥନ କରିବା ଯେ ବାସ୍ତବରେ ଜଙ୍ଗଲ କ୍ଷୟ ଆଶାତୀତ ଭାବେ ହେଉଛି। ଗୋଟିଏ ପଟେ ଖାଦ୍ୟ ଅଧିକାର କ୍ଷେତ୍ରକୁ ଦେଖିଲେ ପୃଥିବୀର ପ୍ରତ୍ୟେକ ମନୁଷ୍ୟ ଲାଗି ଖାଦ୍ୟର ନିରନ୍ତର ବୃଦ୍ଧି ନିମିତ୍ତ ବିଶେଷକରି କୃଷି ଓ ପ୍ରାଣୀପାଳନ କ୍ଷେତ୍ର ନିମନ୍ତେ ସମତଳ ଭୂମି ଦରକାର ପଡ଼ିବ। ଯାହାକି ଜଙ୍ଗଲ ନଷ୍ଟ ହେବ ବା ଜଙ୍ଗଲ ବିଲୁପ୍ତି ହେବାର ପ୍ରଥମ ପାହାଚ କହିଲେ ଅତ୍ୟୁକ୍ତି ହେବନାହିଁ। ପୃଥିବୀର ଖାଦ୍ୟ ଚାହିଦାରେ ବାର୍ଷିକ ୧.୩% ହାରରେ ବୃଦ୍ଧି ପରିଲକ୍ଷିତ ହେଉଛି। ପ୍ରାକୃତିକ ଜଙ୍ଗଲ ଯେଉଁପରି ଭାବରେ ନଷ୍ଟ ହେଉଛି କୌଣସି ପରିସ୍ଥିତିରେ କୃତ୍ରିମ ଉପାୟରେ ଜଙ୍ଗଲ ବା ପରିବେଶର ଘନତା ସୃଷ୍ଟି କରିବା ସମ୍ପୂର୍ଣ୍ଣ ବୃଥା। ସେହିପରି ଜଙ୍ଗଲରେ ମଧ୍ୟ ଖାଦ୍ୟ ଓ ଖାଦକ ଗୋଟିଏ ସ୍ଥାନରେ ରହୁଥିଲେ ମଧ୍ୟ ଜଙ୍ଗଲ ଏକ ଭାରସାମ୍ୟ ରକ୍ଷା କରନ୍ତି। ବର୍ତ୍ତମାନ ସମୟରେ ପୂର୍ବପରି ପ୍ରାଣୀମାନଙ୍କ ଶିକାର କିଛିକାଂଶରେ କମିଛି କିନ୍ତୁ ବୃକ୍ଷରୋପଣ ଯେପରି ଭାବରେ ହେବା କଥା ସେପରି ହେଉନାହିଁ। ପରିସଂଖ୍ୟାନର ତଥ୍ୟ ମୁତାବକ ଜଙ୍ଗଲ କ୍ଷୟ ପାଇଁ ଜୈବ ବିବିଧତା ଉପରେ ଗୁରୁତ୍ୱ ଦେବା ସର୍ବାଦୌ ବାଞ୍ଛନୀୟ।

ଅଲେଖ ଚନ୍ଦ୍ର ସାମଲ
ପୂର୍ବତନ ଡିଏଫ୍‌ଓ , ପଲାଇ, ବାଲିଚନ୍ଦ୍ରପୁର, ଯାଜପୁର, ମୋ: ୯୪୩୭୨୫୭୧୨୩

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?