ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର ସହିତ ଅନ୍ୟ ସାମରିକ ନେତାଙ୍କୁ ହତ୍ୟା କରିଛନ୍ତି। କେବଳ ସେତିକି ନୁହେଁ ଇରାନର ଏକ ବାଳିକା ବିଦ୍ୟାଳୟରେ ଆକ୍ରମଣ ଯୋଗୁ ୧୮୦ ଛାତ୍ରୀ ଏବଂ ଶିକ୍ଷକର ମୃତ୍ୟୁ ଘଟିଛି। ଏହି ଆକ୍ରମଣର ପୂର୍ବଦିନ ପର୍ଯ୍ୟନ୍ତ ସୁଇଜରଲାଣ୍ଡର ଜେନେଭାରେ ଇରାନ-ଆମେରିକା ମଧ୍ୟରେ ଆଲୋଚନା ଚାଲିଥିଲା ଏବଂ ଓମାନ ମଧ୍ୟସ୍ଥତା କରୁଥିଲା। ସେତେବେଳ ପର୍ଯ୍ୟନ୍ତ ଇରାନ କିମ୍ବା ଓମାନ ଜାଣି ନ ଥିଲେ ଯେ, ଆଉ କେଇଘଣ୍ଟା ପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିବେ। ଅର୍ଥାତ ଶାନ୍ତି ଆଲୋଚନା ଥିଲା ଏକ ଛଳନା। ଆଲୋଚନାର ପର୍ଦ୍ଦା ପଛରେ ଇସ୍ରାଏଲ ଓ ଆମେରିକା ମଧ୍ୟରେ ଗୁପ୍ତ ମନ୍ତ୍ରଣା ଚାଲିଥିଲା ଇରାନ ଉପରେ କିପରି ଆକ୍ରମଣ କରାଯିବ।
୨୦୨୫ ଜୁନ୍‌ରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ ୧୨ ଦିନ ଧରି ଯୁଦ୍ଧ କରିଥିଲେ ଏବଂ ଇରାନର ସୁଡ଼ଙ୍ଗ ଭିତରେ ଥିବା ଆଣବିକ ଶକ୍ତିକୁ ବୋମାମାରି ଧ୍ୱଂସ କରିଦେବା ସହିତ ଇରାନ ସେନାପତିମାନଙ୍କୁ ହତ୍ୟା କରିଥିଲେ। ଏହି ଆକ୍ରମଣ ଯୋଗୁ ଇରାନର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା ଓ ଇରାନରେ ସରକାର ବିରୋଧରେ ଲଗାତର ବିକ୍ଷୋଭ ହୋଇଥିଲା। ଅବଶ୍ୟ ଏହି ଗଣବିକ୍ଷୋଭ ପଛରେ ସି.ଆଇ.ଏ.ର ହାତ ଥିଲା। ଇରାନ ସରକାର ଏହି ବିକ୍ଷୋଭକୁ ଦମନ କରିବାକୁ ଯାଇ ପ୍ରାୟ ତିନି ହଜାର ଲୋକଙ୍କୁ ହତ୍ୟା କରିଥିଲେ। ଆମେରିକା ଆଶା କରିଥିଲା ଯେ, ଇରାନର ଲୋକମାନେ ସରକାରଙ୍କୁ ବିତାଡିତ କରିଦେବେ, ଯେମିତି ବାଂଲାଦେଶ ଓ ନେପାଳରେ ହୋଇଥିଲା। ଆମେରିକା ରାଷ୍ଟ୍ରପତି ବାରମ୍ବାର ଇରାନର ବିକ୍ଷୋଭକାରୀଙ୍କୁ ସରକାରକୁ ଭାଙ୍ଗି ଦେବା ପାଇଁ ଆହ୍ବାନ ଦେଇଥିଲେ। ହେଲେ ଆମେରିକାର ଏହି ଚକ୍ରାନ୍ତ ସଫଳ ହେଲା ନାହିଁ।
ଅନ୍ୟ ଏକ ଦେଶର ସରକାରକୁ ହଟାଇ, ଶାସନକୁ ବଦଳାଇ ଦେବାର ଧାରା ଆମେରିକା ଗ୍ରହଣ କରି ଚାଲିଛି। ଇରାକର ରାଷ୍ଟ୍ରପତି ସଦ୍ଦାମ ହୁସେନ, ଲିବିୟାର ରାଷ୍ଟ୍ରପତି ଗଦ୍ଦାଫି, ପାନାମାର ରାଷ୍ଟ୍ରପତି ନରିଏଗା, କଂଙ୍ଗୋର ରାଷ୍ଟ୍ରମୁଖ୍ୟ ପ୍ୟାଟ୍ରିସ ଲୁଲୁମ୍ବା, ଚିଲିର ରାଷ୍ଟ୍ରପତି ସାଲଭୋଦୋର ଆଲେଣ୍ଡେ, ଯୁଗୋସ୍ଲୋଭିଆର ରାଷ୍ଟ୍ରପତି ମିଲୋସେଭିକ ଓ ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଖାମେନେଇ ପ୍ରମୁଖଙ୍କୁ ଆମେରିକା ହତ୍ୟା କରିଛି ବା ଜେଲରେ ମାରିଛି। ଗତ ଜାନୁଆରୀ ୩ରେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ବଳପୂର୍ବକ ଅପହରଣ କରି, ମିଥ୍ୟା ମାମଲାରେ ଜେଲରେ ରଖିଛି। ଆମେରିକା ନିଜକୁ ଏକ ସଭ୍ୟ ଓ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି ଡିଣ୍ଡିମ ପିଟୁଛି। ମାତ୍ର ଏହା ବର୍ବରତା ଓ ଅସଭ୍ୟତାର ରାସ୍ତା ଧରିଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ (୧୯୪୫) ପୃଥିବୀରେ ଯେଉଁ ବିଶ୍ୱବ୍ୟବସ୍ଥା ଗଢ଼ି ଉଠିଛି, ଆମେରିକା ତାହାକୁ ପରିବର୍ତ୍ତନ କରିବାକୁ ଚାହୁଁଛି। ରାଷ୍ଟ୍ରସଂଘକୁ ଭାଙ୍ଗି ଦେଇ ଆମେରିକା ନେତୃତ୍ୱରେ ଆଉ ଏକ ବିଶ୍ୱସଂସ୍ଥା ଗଢିବାକୁ ଆମେରିକା ଚାହୁଁଛି। ଜର୍ମାନୀର ମ୍ୟୁନିକ ସହରରେ ଅନୁଷ୍ଠିତ ‘ନିରାପା ସମ୍ମିଳନୀ’ (ଫେବୃଆରୀ ୧୩-୧୫, ୨୦୨୬)ରେ ଆମେରିକାର ସେକ୍ରେଟାରି ଅଫ୍‌ ଷ୍ଟେଟ୍‌ସ ମାର୍କୋ ରୁବିଓ ଯେଉଁ ଭାଷଣ ଦେଲେ ତାହା ସବୁଠାରୁ ଗମ୍ଭୀର ଓ ବିପଦପୂର୍ଣ୍ଣ। ରୁବିଓ କହିଲେ , କଲମ୍ବସଙ୍କ ଆମେରିକାର ଆବିଷ୍କାର ପରଠାରୁ ୧୪୫୨ରୁ ୧୯୪୫ ପର୍ଯନ୍ତ ପାଞ୍ଚଶହ ବର୍ଷ ଧରି ପାଶ୍ଚାତ୍ୟ ସଭ୍ୟତା ସମଗ୍ର ବିଶ୍ୱକୁ କବଳିତ କରିଥିଲା। ମାତ୍ର ଦା-ହାତୁଡ଼ି ପତାକା ଧରି ଧର୍ମଦ୍ରୋହୀମାନେ ବିପ୍ଳବ କରି, ପୃଥିବୀର ଭାରସାମ୍ୟକୁ ବଦଳାଇବାକୁ ଉଦ୍ୟମ କରୁଛନ୍ତି। ଏହି ପରିସ୍ଥିତିରେ ବିଶ୍ୱରେ ପାଶ୍ଚାତ୍ୟ ସଭ୍ୟତାକୁ ଶକ୍ତିଶାଳୀ କରିବା ପାଇଁ ଆମେରିକା ପଛରେ ୟୁରୋପ ନିଃସର୍ତ୍ତରେ ଠିଆ ହେବା ଦରକାର। ଏହାର ଅର୍ଥ ଆମେରିକା ଓ ପଶ୍ଚିମ ୟୁରୋପ ମିିଳିତ ଭାବେ ସମଗ୍ର ବିଶ୍ୱକୁ କବଳିତ କରିବାକୁ ହେବ।
ଭେନେଜୁଏଲା ଉପରେ ଆକ୍ରମଣ କରିଥିବା ପଟଭୂମିରେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଆମେରିକାକୁ ସମର୍ଥନ କରିଛନ୍ତି। ଇରାନ ଉପରେ ଇସ୍ରାଏଲ-ଆମେରିକା ଆକ୍ରମଣ କରିବା ପରେ ପଶ୍ଚିମ ୟୁରୋପ ଓ ଉପସାଗରୀୟ ଆମେରିକାର ବୋଲକରା ଦେଶଗୁଡ଼ିକ ଆମେରିକା ଯୁଦ୍ଧଘାଟି ଉପରେ ଇରାନର ଆକ୍ରମଣକୁ ନିନ୍ଦା କରିଛନ୍ତି। ଆଉ ଏକ ଘଟଣା ହେଉଛି ଯେ, ୟୁରୋପର ଅଧିକାଂଶ ଦେଶ ଆମେରିକାର ଆକ୍ରମଣ ନୀତିକୁ ଗ୍ରହଣ କରୁନାହାନ୍ତି।
ପଶ୍ଚିମ ଏସିଆ ସୀମା ଡେଇଁ ଏହି ଯୁଦ୍ଧ ଭାରତ ମହାସାଗରରେ ପହଞ୍ଚତ୍ଲାଣି। ଗତ ଫେବୃଆରୀରେ ଭାରତ ସରକାରଙ୍କ ନିମନ୍ତ୍ରଣ ପାଇ ଇରାନର ଏକ ଯୁଦ୍ଧଜାହାଜ ବିଶାଖାପାଟଣା ବନ୍ଦର ନିକଟରେ ଭାରତ ସହିତ ମିଳିତ ସମରାଭ୍ୟାସ କରି ଫେରୁଥିଲା। ଶ୍ରୀଲଙ୍କା ନିକଟରେ ଏହି ଯୁଦ୍ଧ ଜାହାଜ ଥିବା ଅବସ୍ଥାରେ ଆମେରିକାର ସବମରିନରୁ ମାରଣାସ୍ତ୍ର କ୍ଷେପଣ କରାଯାଇ ତାକୁ ଧ୍ୱଂସ କରଦିଆଗଲା। ଫଳରେ ଶତାଧିକ ନୌବାହିନୀ ଅଫିସର ପ୍ରାଣ ହରାଇଛନ୍ତି। ଶ୍ରୀଲଙ୍କାର ତଟରକ୍ଷୀ ବାହିନୀ ୩୨ ଜଣଙ୍କୁ ଉଦ୍ଧାର କରିଛନ୍ତି। ପରିତାପର ବିଷୟ, ଭାରତ ମହାସାଗରକୁ ଏ ଯୁଦ୍ଧ ପହଞ୍ଚତ୍ବା ପରେ ଓ ଭାରତର ନିମନ୍ତ୍ରଣକ୍ରମେ ଆସିଥିବା ଏହି ଯୁଦ୍ଧ ଜାହାଜକୁ ଭାବେ ଧ୍ୱଂସ କରାଯିବା ସତ୍ତ୍ୱେ ଭାରତ ସରକାର ନୀରବ ରହିଛନ୍ତି।
ଇରାନସ୍ଥିତ ହର୍ମୋଜ ଷ୍ଟ୍ରେଟ୍‌ ଦେଇ ବିଶ୍ୱର ପ୍ରାୟ ୨୦ ଶତାଂଶ ବ୍ୟବସାୟିକ ଜାହାଜ ବିଭିନ୍ନ ଦେଶକୁ ଯାଇଥାଏ। ଇରାନ ଏବେ ହର୍ମୋଜ ଷ୍ଟ୍ରେଟ୍‌ ଦେଇ ଜାହାଜଗୁଡ଼ିକୁ ଯିବାପାଇଁ ଅନୁମତି ଦେଉନାହିଁ। ରୁଷିଆ, ଚାଇନା ଜାହାଜକୁ ଅବଶ୍ୟ ଯିବାକୁ ଅନୁମତି ଦିଆଯାଉଛି। ୟୁରୋପର ଜାହାଜ ଅଟକି ଯିବା ଫଳରେ ତେଲ ଓ ଗ୍ୟାସ ସରବରାହ ବନ୍ଦ ହୋଇଯାଇଛି।
ୟୁରୋପିୟାନ ୟୁନିୟନ ତଥା ନାଟୋର ସଦସ୍ୟ ସ୍ପେନ ନିଜ ଦେଶର ବନ୍ଦର ବା ବିମାନ ବନ୍ଦରରୁ କ୍ଷେପଣାସ୍ତ୍ର ପ୍ରୟୋଗ କରି ଇରାନ ଉପରେ ଆକ୍ରମଣ କରିବାକୁ ଅନୁମତି ଦେଉନାହିଁ। ଫଳରେ ସ୍ପେନ ଓ ଆମେରିକାର ସମ୍ପର୍କରେ ଅବନତି ଘଟୁଛି। ଆମେରିକା ଭିତରେ ଏହି ଯୁଦ୍ଧକୁ ବିରୋଧ କରାଯାଉଛି, କାରଣ ଏହି ଯୁଦ୍ଧ ପାଇଁ ଆମେରିକା କଂଗ୍ରେସର ଅନୁମତି ନିଆଯାଇନାହିଁ। ବିଶେଷଜ୍ଞଙ୍କ ମତରେ ଆମେରିକା ଦୀର୍ଘକାଳ ଧରି ଯୁଦ୍ଧ ଚଳାଇବା ସମ୍ଭବ ନୁହେଁ। କାରଣ କ୍ରମଶଃ ବିଶ୍ୱ ଜନମତ ଆମେରିକା ବିରୋଧରେ ଯାଉଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ଶିଶୁ ଓ ମହିଳାଙ୍କୁ ହତ୍ୟା କରିବାର ପ୍ରବଣତା ଦେଖାଇଛନ୍ତି।
ସାମ୍ରାଜ୍ୟବାଦ ଅନ୍ୟ ଦେଶକୁ ଦଖଲ କରେ। ସେହି ଦେଶର ସମ୍ପଦକୁ ନିଜ ଦଖଲକୁ ନେଇଥାଏ। ସେହିକ୍ରମରେ ଇରାନରେ କିଏ ସରକାରରେ ରହିବ, ତାହା ନିଷ୍ପତ୍ତି ନେବ ଆମେରିକା। ୧୯୭୯ରେ ଇସ୍‌ଲାମିକ ବିପ୍ଳବ ସମୟରେ ଇରାନର ଶେଖ ଦେଶ ଛାଡ଼ି ପଳାଇଥିଲେ। ବର୍ତ୍ତମାନ ତାଙ୍କ ପୁଅ ରେଜା ପାହେଲଭିଙ୍କୁ ଇରାନର ରାଷ୍ଟ୍ର କ୍ଷମତାରେ ବସାଇବା ପାଇଁ ଆମେରିକା ମସୁଧା କରୁଛି। ତେବେ ଏହା ଆଦୌ ସହଜ ନୁହେଁ। ଇରାନ, ଇରାକ ନୁହେଁ। ଇରାନର ସାଧାରଣ ଲୋକମାନେ ଆମେରିକାର ବୋଲକରାକୁ ମାନିବେ ନାହିଁ। ଅତୀତରେ ଇରାନର ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ୧୯୫୩ରେ ସି.ଆଇ.ଏ. ଦ୍ୱାରା ଗାଦିଚ୍ୟୁତ କରାଯିବା ପରେ ଫାଶୀ ଦିଆଯାଇଥିଲା ଓ ଆମେରିକାର ବୋଲାକରା ରେଜା ପାହଲିଭିଙ୍କୁ କ୍ଷମତାସୀନ କରାଯାଇଥିଲା। ଏହି ଷଡ଼ଯନ୍ତ୍ରରେ ଆମେରିକା ଓ ଇଂଲଣ୍ଡ ସାମିଲ ଥିଲେ। ମାତ୍ର ୧୯୭୯ରେ ଖୋମେନିଙ୍କ ନେତୃତ୍ୱରେ ଇସଲାମିକ ବିପ୍ଳବ ଘଟିଥିଲା ଓ ଶାହା ଗାଦିଚ୍ୟୁତ ହୋଇଥିଲେ। ଆମେରିକା ୧୯୭୯ ଠାରୁ ଇରାନ ବିରୋଧରେ ବାସନ୍ଦ ଲଗାଇଛି। ୧୯୮୦ ଦଶକରେ ଇରାକ-ଇରାନ ଯୁଦ୍ଧ ଆଠ ବର୍ଷ ଧରି ଚାଲିଥିଲା। ଏହି ଯୁଦ୍ଧରେ ଆମେରିକା ଇରାକକୁ ସାହାଯ୍ୟ କରିଥିଲା। ମାତ୍ର ଇରାନ ଏଥିରେ ଲୋପ ହୋଇନଥିଲା। ଏବେ ଇରାନ ସାହସର ସହ ଆମେରିକା ଓ ଇସ୍ରାଏଲର ମିଳିତ ବାହିନୀ ବିରୋଧରେ ଲଢ଼ୁଛି। ଉପସାଗରୀୟ ଦେଶଙ୍କ ମଧ୍ୟରୁ ଲେବାନନ, ସିରିଆ ଏବଂ ଓମାନକୁ ଛାଡ଼ିଦେଲେ ଅନ୍ୟ ସବୁ ଦେଶ ଯଥା- ସାଉଦିଆରବ, ଜୋର୍ଡାନ, ୟୁଏଇ, କାତାର, କୁଏଟ ଆଦି ଆମେରିକାର ବୋଲକରା ତଥା ଏଜେଣ୍ଟ ଜର୍ମାନୀ, ଫ୍ରାନ୍ସ, କାନାଡ଼ା, ବେଲଜିୟମ, ୟୁକ୍ରେନ, ହଙ୍ଗେରୀ ସମେତ ୟୁରୋପିୟାନ ୟୁନିୟନମାନେ ଆମେରିକା ସପକ୍ଷରେ। ଏକ ଅନ୍ୟାୟ ଓ ଧ୍ୱଂସକାରୀ ଯୁଦ୍ଧକୁ ତଥାକଥିତ ସଭ୍ୟ ଦେଶଗୁଡ଼ିକ ସମର୍ଥନ ଦେବା ଘୃଣାର ବିଷୟ।
ଏ ଯୁଦ୍ଧର ପରିଣାମ କ’ଣ ହେବ, ତାହା ସ୍ପଷ୍ଟ ନୁହେଁ। ତେବେ ଇରାନ ପ୍ରମାଣ କରିଚାଲିଛି ଯେ, ସେ ଆମେରିକା ଓ ଇସ୍ରାଏଲର ଅନ୍ୟାୟ ସର୍ତ୍ତ ପାଖରେ ଆତ୍ମସମର୍ପଣ କରିବ ନାହିଁ କି ସେମାନଙ୍କ ଗୋଲାମ ହେବ ନାହିଁ। ଭାରତ ସରକାର ଇରାନ ପାଖରୁ ଅନେକ କିଛି ଶିଖିବାର ଅଛି।

ଜନାର୍ଦ୍ଦନ ପତି
ମୋ:୯୪୩୭୦୦୭୭୭୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?