ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ଚାଲିଥିବାରୁ ଖାଉଟିଙ୍କୁ ସିଲିଣ୍ଡର ଯୋଗାଣରେ ଅଧିକା ବିଭ୍ରାଟ ଦେଖାଦେଇଛି । ବିଶେଷକରି ଗ୍ୟାସ ବୁକିଂର ସମୟସୀମା ବୃଦ୍ଧି ହୋଇଥିଲେ ସୁଦ୍ଧା ଖାଉଟିଙ୍କୁ ଘରୋଇ ଗ୍ୟାସ ସିଲିଣ୍ଡର ମିଳିବାରେ ଅହେତୁକ ବିଳମ୍ବ ହେଉଛି । ଏପରିକି ଗ୍ୟାସ ବୁକିଂ ର ଦୀର୍ଘଦିନ ବିତିଯାଉଥିଲେ ମଧ୍ୟ ବହୁ ଗ୍ରାହକଙ୍କ ମୋବାଇଲକୁ ଓଟିପି ଆସୁନଥିବା ଅଭିଯୋଗ ହୋଇଛି।ଗ୍ୟାସ ସିଲିଣ୍ଡର ଟିଏ ପାଇବା ପାଇଁ ବହୁସଂଖ୍ୟକ ଖାଉଟି  ବିତରକଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି ।

ଘରୋଇ ଗ୍ୟାସ ସିଲିଣ୍ଡର ଯୋଗାଣରେ ସମସ୍ୟା ରହୁଥିବା ଯୋଗୁଁ ଏବେ ବ୍ୟାପକ କଳାବଜାର ହେଉଛି । ସିଲିଣ୍ଡର ପିଛା ସରକାରୀ ଦର ୯୬୦.୫୦ ପଇସା ଥିବାବେଳେ ବିଶେଷ କରି ଦିଗପହଣ୍ଡି ବଜାର, ବସଷ୍ଟାଣ୍ଡ, ପୁଞ୍ଜିକଂୟା ଛକ ସମେତ ପଦ୍ମନାଭପୁର, ଭୀଷ୍ମଗିରି, ଗୋକର୍ଣ୍ଣପୁର, ଡେଙ୍ଗାଓସ୍ତା, ପାଟପୁର, ପୋଡ଼ାମାରି ଅଞ୍ଚଳରେ ଗ୍ୟାସ ସିଲିଣ୍ଡର ୨୦୦୦ ଟଙ୍କା  ସ୍ଥଳ ବିଶେଷରେ ୨୫୦୦  ଟଙ୍କା ମୂଲ୍ୟରେ କଳାବଜାରରେ ବିକ୍ରି କରାଯାଉଛି।ବ୍ୟବସାୟିକ ସିଲିଣ୍ଡର ଯୋଗାଣରେ କଟକଣା ହେବାପରେ ହୋଟେଲ ମାଲିକ ଓ ଫାଷ୍ଟଫୁଡ୍ ବ୍ୟବସାୟୀମାନେ ଅନ୍ୟ ଉପାୟ ନପାଇ ଘରୋଇ ଗ୍ୟାସ ସିଲିଣ୍ଡର ୮୦୦ ରୁ ୧୦୦୦ ଟଙ୍କା ଅଧିକା ଦେଇ କିଣିବାକୁ ବାଧ୍ୟ ହେଉଛନ୍ତି। ଗ୍ୟାସ ସିଲିଣ୍ଡର ଆବଶ୍ୟକ ସମୟରେ ମିଳୁନଥିବାରୁ ଏହାର ସୁଯୋଗ ନେଇ ଗ୍ୟାସ ବିତରକ ସଂସ୍ଥା ଓ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବ୍ୟାପକ କଳାବଜାର ଆରମ୍ଭ କରିଦେଇଛନ୍ତି ବୋଲି ଫାସିବନ୍ଧ ଗାଁର ଜଣେ ଖାଉଟି ସୁଦାମ ଗୌଡ଼ ଅଭିଯୋଗ କରିଛନ୍ତି ।

ଦିଗପହଣ୍ଡି ଅଞ୍ଚଳ ନିମନ୍ତେ ନିଯୁକ୍ତ ଗ୍ୟାସ ସିଲିଣ୍ଡର ବିତରକ ସଂସ୍ଥା ଆର.ସି ଭାରତ ଗ୍ୟାସ ଏଜେନସି ମାଲିକ ଅଶୋକ କୁମାର ସାହୁଙ୍କୁ ପଚାରିବାରୁ ସିଲିଣ୍ଡର କଳାବଜାର ଅଭିଯୋଗକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିବା ସହ ଖାଉଟିଙ୍କୁ ନିର୍ଦ୍ଧାରିତ ସମୟରେ ଗ୍ୟାସ ସିଲିଣ୍ଡର ବିତରଣ କରାଯାଉଛି । ଡ଼ିପୋରୁ ଦିଗପହଣ୍ଡିକୁ ସିଲିଣ୍ଡର ଆସିବାରେ ବିଳମ୍ବ ହେଉଥିବା କାରଣରୁ କିଛି ସମସ୍ୟା ରହୁଥିବା ସେ ସ୍ୱୀକାର କରିଛନ୍ତି । ଦିଗପହଣ୍ଡି ଅଞ୍ଚଳର ଖାଉଟିଙ୍କୁ ପ୍ରତି ମାସରେ ପ୍ରାୟ ୨୦ ହଜାର ସିଲିଣ୍ଡର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ୯ ହଜାର ସିଲିଣ୍ଡର ଆସୁଛି । ପ୍ରତିଦିନ ୫ ଶହ ସିଲିଣ୍ଡର ଆବଶ୍ୟକ ଥିବା ବେଳେ ଆସୁଛି ମାତ୍ର ୩ ଶହ ସିଲିଣ୍ଡର । ପୂର୍ବରୁ ଅନେକ ଖାଉଟି ଗ୍ୟାସ ନେଉନଥିବା ବେଳେ ଗତ ପ୍ରାୟ ୧ ମାସ ମଧ୍ୟରେ ୮୦ ପ୍ରତିଶତ ଖାଉଟି ଆକସ୍ମିକ ଭାବେ ଗ୍ୟାସ ପାଇଁ ବୁକିଂ କରୁଛନ୍ତି । ଅନେକ ଖାଉଟିଙ୍କ କେୱାଇସି ନଥିବା ବେଳେ ଏବେ ସେମାନେ କେୱାଇସି ପାଇଁ ଲମ୍ବା ଲାଇନ୍ ଲଗାଉଛନ୍ତି। ଆମେ ସେମାନଙ୍କ ପାଇଁ କେୱାଇସି ଅପଡେଟ୍ କରୁଛୁ ବୋଲି ସେ କହିଛନ୍ତି । ଏନେଇ  ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁଙ୍କୁ ପଚାରିବାରୁ ସେ ଗ୍ୟାସ କଳାବଜାର ନେଇ ସେ ବ୍ରହ୍ମପୁର ଉପ ଜିଲାପାଳଙ୍କୁ ଏନେଇ ଅବଗତ କରିବେ ବୋଲି କହିଛନ୍ତି।  ଯୋଗାଣ ବିଭାଗ ବ୍ଲକ ମାର୍କେଟିଂ ଇନ୍ସପେକ୍ଟର ବ୍ରଜେଶ୍ୱର ରାୟଙ୍କୁ ପଚାରିବାରୁ ନିର୍ଦ୍ଦିଷ୍ଟ ଅଭିଯୋଗ ମିଳିଲେ ଚଢାଉ କରାଯାଇ କଳାବଜାରୀଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?