ମଧ୍ୟପ୍ରାଚ୍ୟ ରଣକ୍ଷେତ୍ର: ଟଳିଲେଣି ୪,୫୦୦

ତେହରାନ୍‌ ,୩୦ା୩: ଫେବୃଆରୀ ୨୮ରେ ଇରାନ୍‌ ବିରୋଧରେ ଆମେରିକା ଓ ଇସ୍ରାଏଲ ଆରମ୍ଭ କରିଥିବା ଅପରେଶନକୁ ଇତିମଧ୍ୟରେ ଏକ ମାସ ପୂରିଛି। ଇରାନ୍‌ ଉପରେ ଉକ୍ତ ଦୁଇ ଦେଶର ଆକ୍ରମଣ ପରେ ଏହି ଯୁଦ୍ଧ ମହାଯୁଦ୍ଧରେ ପରିଣତ ହେବା ସହ ସମଗ୍ର ମଧ୍ୟପ୍ରାଚ୍ୟ ଘୋର ସଙ୍କଟ ମଧ୍ୟକୁ ଟାଣି ହୋଇଯାଇଛି। ଗୋଟିଏପଟେ ଆମେରିକା ଓ ଇସ୍ରାଏଲ ଇରାନ୍‌ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ଇରାନ୍‌ ଆମେରିକାକୁ ଟାର୍ଗେଟ କରି ସାଉଦି ଆରବ, ୟୁଏଇ, କାତାର, କୁଏଟ୍‌, ଇରାକ୍‌ ଏବଂ ଜୋର୍ଡାନ ଉପରେ ଆକ୍ରମଣ ଚଳାଇଛି। ସେପଟେ ଇରାନ୍‌ ସମର୍ଥନରେ ବାହାରି ହିଜବୁଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ କରିବାରୁ ଇସ୍ରାଏଲର ଆଇଡିଏଫ୍‌ ଲେବାନନ୍‌ରେ ଆକାଶମାର୍ଗରୁ ଆକ୍ରମଣ କରିବା ସହ ଗ୍ରାଉଣ୍ଡ ଅପରେକଶନ ଜାରି ରଖିଛି। ମଙ୍ଗଳବାର ହୁଟି ବିଦ୍ରୋହୀ ସଂଗଠନ ଇରାନ୍‌କୁ ସମର୍ଥନ କରି ଇସ୍ରାଏଲ ଉପରେ ଆକ୍ରମଣ କରିଥିଲାବେଳେ ଏବେ ୟେମେନ୍‌ ମଧ୍ୟ ଏହି ମହାଯୁଦ୍ଧରେ ଯୋଡିହୋଇ ଆମେରିକା ଏବଂ ଇସ୍ରାଏଲ ଟାର୍ଗେଟକୁ ଆସିଛି। ଫଳରେ ସମଗ୍ର ମଧ୍ୟପ୍ରାଚ୍ୟ ଏବେ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି। ଆଗକୁ ଆମେରିକା ଇରାନ୍‌ରେ ଗ୍ରାଉଣ୍ଡ ଅପରେଶନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିବା ପରେ ମଧ୍ୟପ୍ରାଚ୍ୟ ସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିବ ବୋଲି ଆଶଙ୍କା ବଢିଛି।
ସୁଦ୍ଧା ଏକ ମାସ ଧରି ଚାଲିଥିବା ଯୁଦ୍ଧରେ ମଧ୍ୟପ୍ରାଚ୍ୟ ମୃତ୍ୟୁସଂଖ୍ୟା ୪୫୦୦ରୁ ଅଧିକରେ ପହଞ୍ଚିଛି। କେବଳ ଇରାନ୍‌ରେ ଏହାର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ୨୦୦୦ରୁ ୩୩୦୦ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ୨୪,୮୦୦ ଲୋକ ଆହତ ହୋଇଥିଲାବେଳେ ପ୍ରାୟ ୪୦ ଲକ୍ଷ ଲୋକ ବିସ୍ଥାପିତ ହୋଇଥିବା ଇରାନୀୟ ଗଣମାଧ୍ୟମ ସୂତ୍ରରୁ କୁହାଯାଇଛି। ଇସ୍ରାଏଲ ଆକ୍ରମଣରେ ଲେବାନନ୍‌ରେ ୧୧୦୦ ଲୋକଙ୍କ ମୃତ୍ୟୁ ହୋଇଥିଲାବେଳେ ପ୍ରାୟ ୩ ହଜାର ଲୋକ ବିସ୍ଥାପିତ ହୋଇଥିବା କୁହାଯାଇଛି। ଇରାନ୍‌ ଆକ୍ରମଣରେ ଇସ୍ରାଏଲରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଆମେରିକା ସେନାର ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ସାଉଦି ଆରବ, ୟୁଏଇ , କାତାର, ଇରାକ୍‌ ଆଦି ଦେଶରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଏକାଧିକ ନାଗରିକ ଆହତ ହୋଇଥିବା କୁହାଯାଇଛି। ଏହି ଯୁଦ୍ଧରେ ଇରାନ୍‌ର ପ୍ରାୟ ୧୦,୦୦୦ ସାମରିକ, ଶିଳ୍ପାଞ୍ଚଳ, ଗବେଷଣାଗାରକୁ ଆମେରିକା ଓ ଇସ୍ରାଏଲ ଟାର୍ଗେଟ କରି ଧ୍ୱସ୍ତବିଧ୍ୱସ୍ତ କରିଦେଇଛନ୍ତି। ଏହି କ୍ରମରେ ଏଠାକାର ୮୧,୦୦୦ରୁ ଅଧିକ ଅଟ୍ଟାଳିକା ଧ୍ୱଂସ ହୋଇଯାଇଥିବା କୁହାଯାଇଛି। ଇରାନ୍‌ର ୧୫୦ରୁ ଅଧିକ ନୌସେନା ଘାଟିକୁ ଉଡ଼ାଇ ଦିଆଯାଇଛି। ସବୁଠୁ ବଡ଼ କଥା ହେଲା, ମଧ୍ୟପ୍ରାଚ୍ୟର ସମସ୍ତ ତୈଳ ଓ ଗ୍ୟାସ୍‌ ଉତ୍ପାଦନକାରୀ ଦେଶ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବେ ଯୁଦ୍ଧରେ ଜଡ଼ିତ ହୋଇପଡ଼ିଥିବାରୁ ଇନ୍ଧନ ସମସ୍ୟାକୁ ନେଇ ବୈଶ୍ୱିକ ଅର୍ଥନୀତି ମାସକ ମଧ୍ୟରେ ୧୧.୫ ଟ୍ରିଲିୟନ ଡଲାର ହ୍ରାସ ପାଇଛି। ସେହିପରି ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲିୟମ ଏବଂ ଗ୍ୟାସ୍‌ ମୂଲ୍ୟ ଅନୂ୍ୟନ ୪୦ରୁ ୫୦ ପ୍ରତିଶତ ବୃଦ୍ଧି ପାଇଛି। କେବଳ ଏଲଏନ୍‌ଜି ମୂଲ୍ୟରେ ୬୦ ପ୍ରତିଶତ ବୃଦ୍ଧି ହୋଇଥିବା କୁହାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?