କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ସେମାନେ ବିଜେଡି ଛାଡ଼ି ଭାଜପାକୁ ଯିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ସେମାନେ ହେଲେ ବରୋଦା ପ୍ରସନ୍ନ ଦାସ ଉପାଧ୍ୟକ୍ଷ, ଶରତ କୁମାର ସାହୁ (୧ ନମ୍ବର), ଅଭିନାଶ ମିଶ୍ର ( ୭), ଦୟାନିଧି ପାତ୍ର (୮), ପଦ୍ମିନୀ ପାତ୍ର (୧୦), ଭଗବାନ ନାଏକ(୧୫), ସବିତା ପଟ୍ଟନାୟକ( ୧୬), ହେମନ୍ତ କୁମାର ପତି( ୨୧) ଓ କରୁଣା କର ମାରାଣ୍ଡି (୧୨) ବୋଲି ଜଣା ପଡ଼ିଛି।
ସେହିପରି ସାଧାରଣ ସମ୍ପାଦକ ପଦରୁ ଶୁଭେନ୍ଦ୍ର ପଟ୍ଟନାୟକ, ବରୋଦା ଦାସ, ଶରତ ସାହୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଦଳରେ ସାମୟିକ ପ୍ରଭାବ ରହିଛି କିନ୍ତୁ ଦୀର୍ଘକାଳୀନ ପ୍ରଭାବ ପଡିବ ନାହିଁ ବୋଲି ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ କହିଛନ୍ତି । ଅନ୍ୟ କାଉନସିଲରମାନେ କେନ୍ଦୁଝରରେ ଅଛନ୍ତି ବୋଲି କହିଛନ୍ତି । ଫଳରେ କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା ଲାଗିଛି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ ।
ପ୍ରକାଶଯେ, କେନ୍ଦୁଝର ଗଡ ପୌରପାଳିକାରେ ୨୧ ୱାର୍ଡରୁ ୧୩ଟି ୱାର୍ଡରେ ବିଜେଡ଼ି ଜିତିଥିବା ବେଳେ ଭାଜପା ୮ ଟି ୱାର୍ଡରେ ଥିଲେ। ପୌରାଧ୍ୟକ୍ଷା ପଦରେ ଭାଜପାର ନିକୁ ସାହୁ ଜିତି ଥିଲେ। ସେହିପରି ଉପାଧ୍ୟକ୍ଷ ପଦରେ ବିଜେଡିର ବରୋଦା ଦାସ ଜିତିଥିଲେ। ଏବେ ସେମାନେ ଭାଜପାରେ ମିଶିଲେ ପଦ ରହିଯିବା ଯଥେଷ୍ଟ ସମ୍ଭାବନା ଅଛି ବୋଲି ରାଜନୈତିକ ସମୀକ୍ଷକ ମତ ବ୍ୟକ୍ତ କରୁଛନ୍ତି। ସୂଚନା ଯୋଗ୍ୟଯେ, ଭାଜପା ରାଜ୍ୟରେ ଆସିବା ସହ ସଦର ନିର୍ବାଚନ ମଣ୍ଡଳୀର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଘୋଷଣା ପରେ ବହୁ ଅଣ ଭାଜପା ଦଳ ମୁହାଁ ହୋଇଥିଲେ । ରାଜନୈତିକ ନେତାମାନଙ୍କ ମଧ୍ୟରେ ସେଭଳି ବଡ ଦଳ ପରିବର୍ତ୍ତନ ହୋଇ ନଥିଲା। ଏଣୁ କେନ୍ଦୁଝର ଜିଲାର ରାଜନୀତି ଉପରେ ସମସ୍ତ ଙ୍କ ନଜର ରହିଥିଲା। ତେବେ ବର୍ତ୍ତମାନ ୯ ଜଣ ବିଜେଡି କାଉନସିଲର ଇସ୍ତଫା ଦେବା ପରେ ଚର୍ଚ୍ଚା ବଢ଼ିବାରେ ଲାଗିଛି ।
  ସୋମବାର ଦିନ ଭୁବନେଶ୍ୱରଠାରେ ସମସ୍ତ କାଉନ୍‌ସିଲରମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଭାଜପାର ମିଶିବେ ବୋଲି ବିଶେଷ ସୂତ୍ରରୁ ଜଣା ପଡିଛି । ଏପଟେ ଇସ୍ତଫା ଦେଇଥିବା ୯ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ବିଜେଡି କାଉନ୍‌ସିଲର ଭୁବନେଶ୍ଵରରେ ଡେରା ପକାଇଥିବା ସୂଚନା ମିଳିଛି। ଦଳୀୟ  ନେତାଙ୍କ ଉପରେ ଅସନ୍ତୁଷ୍ଟ ମୁଖ୍ୟ କାରଣରୁ ଏଭଳି ଇସ୍ତଫା ପତ୍ର ଦେଇଥିବା କୁହାଯାଇଛି । ପୌର ନିର୍ବାଚନ ଆଉ ପ୍ରାୟ ଏକ ବର୍ଷ ଥିବା ବେଳେ ବିଜେଡି ନେତା ଶଙ୍ଖ ଛାଡ଼ି ପଦ୍ମ ଧରିବା କେତେଦୂର ଦଳ ଫଳ ପ୍ରଦ ହେବ ଏବଂ ଭୋଟର କିଭଳି ଗ୍ରହଣ କରିବେ ତାହା ଆଗାମୀ ଦିନ ସ୍ପଷ୍ଟ ହୋଇଯିବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?