Posted inଜାତୀୟ

କଂଗ୍ରେସ ସହିତ ମିଶିବୁନି: ୨୦୨୪ ନିର୍ବାଚନ ପୂର୍ବରୁ ଅକାଳୀଦଳ-ଜେଡିଏସ ଏନଡିଏରେ ଯୋଗଦେବା ସଙ୍କେତ…

ଅମୃତସର,୬।୬ : ଦୀର୍ଘ ଦିନ ଧରି ପଞ୍ଜାବରେ କ୍ଷମତାରେ ଥିବା ଶିରୋମଣି ଅକାଳୀ ଦଳ (ଏସଏଡି) ଆସନ୍ତା ବର୍ଷ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ)କୁ ଫେରିପାରେ ବୋଲି ଚର୍ଚ୍ଚା ହେଉଛି। ଅପରେଶନ ବ୍ଲୁ ଷ୍ଟାରର ବାର୍ଷିକ ଉତ୍ସବରେ ଅକାଳୀ ନେତା ନେତା ଭାଜପା ସହିତ ଯିବାକୁ ସୂଚାଇ ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ସମ୍ପର୍କରେ ଏସଏଡିର ମହେଶିନ୍ଦର ସିଂ ଗ୍ରେୱାଲ କହିଛନ୍ତି ଦଳ ଆଦୌ କଂଗ୍ରେସ ସହ ଯିବ ନାହିଁ।

ଅପରେଶନ ବ୍ଲୁ ଷ୍ଟାର ଯୋଗୁ ଆମେ କଂଗ୍ରେସ ସହ ଯାଇ ପାରିବୁ ନାହିଁ। ସହଯୋଗୀ ଦଳମାନଙ୍କୁ ଉଚିତ ସମ୍ମାନ ଦିଆଯିବା ଉଚିତ ସିଦ୍ଧାନ୍ତରେ ଯଦି ଭାଜପା ଆସେ ତେବେ ରାଜନୀତିରେ କିଛି ଅସମ୍ଭବ ନୁହେଁ। ୩ ଟି କୃଷି ଆଇନ ପ୍ରସଙ୍ଗରେ ଏସଏଡି ୨୦୨୦ରେ ଏନଡିଏରୁ ବାହାରି ଯାଇଥିଲା। ୧୯୯୭ ପରଠାରୁ ଏସଏଡି କ୍ରମାଗତ ଭାବରେ ଭାଜେପା ସହିତ ଥିଲା। ତେବେ କୃଷକଙ୍କ ଆନ୍ଦୋଳନ ସମୟରେ ଦଳ ଭାଜପାକୁ ଦୃଢ଼ ବିରୋଧ କରିଥିଲା। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ଦେହାନ୍ତ ପରେ ଏସଏଡି ଏବଂ ଭାଜପା ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇବାରେ ଲାଗିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ହା ପ୍ରକାଶ ସିଂ ବାଦଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ପଞ୍ଜାବ ଯାଇଥିଲେ। ଏହି ସମୟରେ ପ୍ରକାଶ ସିଂ ବାଦଲଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏକ ଭାବପ୍ରବଣ ଲେଖା ଲେଖିଥିଲେ। ସେ କହିଥିଲେ ବାଦଲଙ୍କ ଦେହାନ୍ତ ପରେ ସେ ଜଣେ ପିତା ତୁଲ୍ୟ ବ୍ୟକ୍ତିଙ୍କୁ ହରାଇଛନ୍ତି ଯିଏ ତାଙ୍କୁ ଦଶନ୍ଧି ଧରି ରାସ୍ତା ଦେଖାଇଥିଲେ।

ଏହି ସମୟରେ କର୍ନାଟକ ନିର୍ବାଚନରେ ତୃତୀୟ ବୃହତ୍ତମ ଦଳ ହୋଇଥିବା ଜନତା ଦଳ (ଧର୍ମନିରପେକ୍ଷ) (ଜେଡିଏସ) ମଧ୍ୟ ଭାଜପା ସହ ଏକାଠି ହେବାକୁ ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ନୂଆ ସଂସଦ ଭବନର ଉଦଘାଟନୀ ଉତ୍ସବରେ ଜେଡିଏସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କୁ ସମ୍ମୁଖ ଆସନରେ ବସିଥିବାର ଦେଖାଯାଇଥିଲା।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଏକତା କାର୍ଯ୍ୟକ୍ରମ ମଧ୍ୟରେ ଜେଡିଏସ ମୁଖ୍ୟ ଏଚଡି ଦେବ ଗୌଡାଙ୍କ ମନ୍ତବ୍ୟ ଭାଜପା ସହ ଯିବାର ସବୁଜ ସଙ୍କେତ ଦେଇଥିବା ରାଜନୈତିକ ସମୀକ୍ଷକ ମତପୋଷଣ କହିଛନ୍ତି। ସେ କହିଛନ୍ତି ଏପର୍ଯ୍ୟନ୍ତ କୌଣସି ମିଳିତ ମଞ୍ଚ ଉପରେ ଦଳ ନିଷ୍ପତ୍ତି ନେଇ ନାହଁି। ଅପରପକ୍ଷରେ ୧୨ରୁ ଅଧିକ ଦଳ ଓଡ଼ିଶା ଟ୍ରେନ ଦୁର୍ଘଟଣା ସମ୍ପର୍କରେ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବାବେଳେ ଜେଡିଏସ ଏହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି।

ଦେବ ଗୌଡା କହିଛନ୍ତି, ରେଳମନ୍ତ୍ରୀ କ୍ଷୟକ୍ଷତିର ଆକଳନ ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ସେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ଏହାର ତଦନ୍ତ ଶୀଘ୍ର ଶେଷ ହେଉ। ମନ୍ତ୍ରୀ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ଏବଂ ଏହି ପର୍ଯ୍ୟାୟରେ ତାଙ୍କ ଇସ୍ତଫା ମାଗିବା ବୁଦ୍ଧିମାନ ନୁହେଁ। ଡାଙ୍କ ଏହି ବିବୃତ୍ତିକୁ ଭାଜପା ପ୍ରତି ଏକ ସକାରାତ୍ମକ ସଙ୍କେତ ଭାବରେ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri