Odisha Elections 2024
Posted inଜାତୀୟ

ଭାଜପା-ଶିନ୍ଦେ ମେଣ୍ଟ ଲଢ଼ିବେ ନିର୍ବାଚନ…

ମୁମ୍ବାଇ,୫।୬ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା ଏବଂ ଭାଜପା ଆଗାମୀ ନିର୍ବାଚନରେ ମହାରାଷ୍ଟ୍ରରେ ଲଢ଼ିବେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏହି ସୂଚନା ଦେଇଛନ୍ତି। ରବିବାର ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନୂଆଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଶିନ୍ଦେ ଏହି ବୈଠକର ଚିତ୍ର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି।

ଶିନ୍ଦେ ଏକ ଟୁଇଟରେ ଲେଖିଛନ୍ତି ଆମେ ନିଷ୍ପତ୍ତି ନେଇଛୁ ଶିବସେନା ଏବଂ ଭାଜପା ଆସନ୍ତା ନିର୍ବାଚନରେ ମିଳିତ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ଯେଉଁଥିରେ ଲୋକସଭା, ବିଧାନସଭା, ସ୍ଥାନୀୟ ପୌର ପରିଷଦର ନିର୍ବାଚନରେ ସେମାନେ ଏକାଠି ଲଢ଼ିବେ।

ଶିନ୍ଦେ କହିଛନ୍ତି ମହାରାଷ୍ଟ୍ରର ବିକାଶ ପାଇଁ ଶିବସେନା-ଭାଜପା ମିଳିତ ମଞ୍ଚ ଗଠନ କରାଯାଇଛି ଏବଂ ଏହା ଶକ୍ତିଶାଳୀ। ଭବିଷ୍ୟତରେ ଆମେ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ ଏବଂ ସଂଖ୍ୟାଗରିଷ୍ଠତା ହାସଲ କରି ଆମକୁ ମହାରାଷ୍ଟ୍ରକୁ ପ୍ରତ୍ୟେକ ଅଞ୍ଚଳରେ ଦେଶର ଏକ ନମ୍ବର ରାଜ୍ୟ କରିବାକୁ ପଡିବ। ଏହା ସହିତ ବିକାଶର ଦୌଡ଼କୁ ବଜାୟ ରଖିବାକୁ ପଡିବ ।

ଅମିତ ଶାହାଙ୍କୁ ଭେଟିବା ପରେ ଶିନ୍ଦ କହିଛନ୍ତି କୃଷି ଏବଂ ସହଯୋଗ ଇତ୍ୟାଦି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ରାଜ୍ୟରେ ବିଚାରାଧୀନ କାର୍ଯ୍ୟ ତ୍ୱରାନ୍ବିତ ହେବ ଏବଂ ଶୀଘ୍ର ଶେଷ ହେବ। ବିଭିନ୍ନ ପ୍ରକଳ୍ପ ଉପରେ ଆମେ ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ପରାମର୍ଶ ନେଉଛୁ। ସହଯୋଗ ପ୍ରସଙ୍ଗରେ ଅମିତ ଶାହାଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ କେନ୍ଦ୍ରରୁ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ମୁମ୍ବାଇ ୱର୍ଲି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ମତଦାନ ବୁଥ ଟଏଲେଟରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ପୋଲିସ ଜବତ...

ରାହୁଲଙ୍କୁ ଝଟ୍‌କା: ଅମିତ ଶାହାଙ୍କ ଉପରେ ଟିପ୍ପଣି ମାମଲାରେ ସମନ ଜାରି

ନୂଆଦିଲ୍ଲୀ,୨୧।୫: ଅମିତ ଶାହାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଏମପି-ଏମଏଲଏ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ଏନେଇ ଭାଜପା କର୍ମୀ...

କେଜରିଓ୍ବାଲ ଏବେ କାହିଁକି ଆଳାପ କରୁଛନ୍ତି ପାକିସ୍ତାନୀ-ପାକିସ୍ତାନୀ?

ନୂଆଦିଲ୍ଲୀ,୨୧।୫: ଏକ ଖବରଦାତା ସମ୍ମିଳନୀରେ ଅରବିନ୍ଦ କେଜରିୱାଲ କହିଛନ୍ତି, ଆଜି ମୁଁ ଆପଣଙ୍କୁ ତିନୋଟି କଥା କହିବାକୁ ଚାହେଁ। ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଶେଷ ହୋଇଥିବାରୁ...

କାହିଁକି ଏଥର ୪୦୦ ପାର୍‌ କଥା କହୁଛି ଭାଜପା? ୨୪ ଘଣ୍ଟାରେ ମୋଦି କ’ଣ କ’ଣ କରିଛନ୍ତି ସେଥିରୁ ବୁଝାପଡିବ…

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ। ଏହି କାରଣରୁ ସମସ୍ତ ରାଜନୈତିକ ଦଳ କଠିନ ପରିଶ୍ରମ କରୁଛନ୍ତି ଏବଂ ରାଲି କରୁଛନ୍ତି। କିନ୍ତୁ...

ବଡ଼ କଥା କହିଦେଲେ କେଜ୍‌ରିଓ୍ବାଲ, ଜୁନ୍‌ ୪ରେ ଇଣ୍ଡିଆ ମେଣ୍ଟ…

ନୂଆଦିଲ୍ଲୀ,୨୧।୫: ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ ମୋଦି ସରକାର ଜୁନ୍‌ ୪ ତାରିଖରେ ଯାଉଛନ୍ତି।...

ସ୍ବାତି ମାଲିଓ୍ବାଲ ମାମଲାର ଯାଞ୍ଚ କରିବ ଏସଆଇଟି, ଏହି ମହିଳା ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୨୧।୫: ସ୍ବାତି ମାଲିୱାଲ ଆମ ଆଦମୀ ପାର୍ଟିରୁ ରାଜ୍ୟ ସଭା ଏମପିଙ୍କ ଉପରେ ଆକ୍ରମଣ ମାମଲାରେ ଏକ ବଡ ଅପଡେଟ ଆସିଛି। ଏହି ଆକ୍ରମଣ ଘଟଣାର...

ଯେ କୌଣସି ସ୍ତରକୁ ଯାଇପାରେ ‘ଇଣ୍ଡିଆ’ ମେଣ୍ଟ: ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ମୋଦି କହିଲେ ଏମିତି

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟ ଭୋଟ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଧନ୍ୟବାଦ ଜଣାଇବା ସହ ଭାଜପା ନେତୃତ୍ୱାଧୀନ ନ୍ୟାସନାଲ...

ମତଦାନ କେନ୍ଦ୍ର ଶୌଚାଳୟରେ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ଶିବସେନା (ୟୁବିଟି)ର ପୋଲିଂ ବୁଥ ଏଜେଣ୍ଟ ମନୋହର ନାଲେଜ(୬୨)ଙ୍କ ମୃତଦେହ ମୁମ୍ବାଇର ୱର୍ଲି ଅଞ୍ଚଳରେ ଥିବା ଏକ ମତଦାନ ବୁଥର ଶୌଚାଳୟ ଭିତରୁ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri