ଗତ ନଅ ବର୍ଷରେ ପ୍ରତିରକ୍ଷା ରପ୍ତାନି ୨୩ ଗୁଣା ବୃଦ୍ଧି…

ନୂଆଦିଲ୍ଲୀ,୩୦।୫ : ଭାରତର ପ୍ରତିରକ୍ଷା ରପ୍ତାନି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ପିଆଇବି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୧୩-୧୪ ବର୍ଷରେ ଦେଶର ପ୍ରତିରକ୍ଷା ରପ୍ତାନି ୬୮୬ କୋଟି ଟଙ୍କା ଥିଲା, ଯାହାକି ୨୦୨୨-୨୩ ବର୍ଷରେ ୧୬,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏଥିରେ ୨୩ ଗୁଣା ବୃଦ୍ଧି ପଞ୍ଜିକୃତ ହୋଇଛି। ସରକାରଙ୍କ ଦ୍ୱାରା ପ୍ରକାଶିତ ବିବୃତ୍ତି ଅନୁଯାୟୀ, ପ୍ରତିରକ୍ଷା ରପ୍ତାନୀର ଏହି ବୃଦ୍ଧି ଦେଶର ବିଶ୍ୱ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ବୃଦ୍ଧିକୁ ପ୍ରତିଫଳିତ କରିଛି। ଭାରତ ବର୍ତ୍ତମାନ ୮୫ରୁ ଅଧିକ ଦେଶକୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରୁଛି।

ଭାରତର ପ୍ରତିରକ୍ଷା ଶିଳ୍ପ ବିଶ୍ୱ ମାନକ ସହିତ ଉତ୍ପାଦନ କରିବାର କ୍ଷମତା ପ୍ରଦର୍ଶନ କରିଛି ବର୍ତ୍ତମାନ ଏକ ଶହରୁ ଅଧିକ ସଂସ୍ଥା ପ୍ରତିରକ୍ଷା ଉତ୍ପାଦ ରପ୍ତାନି କରୁଛନ୍ତି। ଦେଶର ପ୍ରତିରକ୍ଷା ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଗତ ନଅ ବର୍ଷ ମଧ୍ୟରେ ଅନେକ ନୀତିଗତ ପଦକ୍ଷେପ ନେଇଛନ୍ତି। ପୂର୍ବ ତୁଳନାରେ ରପ୍ତାନି ପ୍ରକ୍ରିୟା ସରଳୀକୃତ ହୋଇଛି ଏହା ଶିଳ୍ପ ପାଇଁ କାମ କରିବା ସହଜ କରିଥାଏ ପ୍ରତିରକ୍ଷା ଉତ୍ପାଦ ରପ୍ତାନି ପ୍ରସଙ୍ଗରେ ମଧ୍ୟ ସରକାର ସହଜ ବ୍ୟବସାୟକୁ ପ୍ରୋତ୍ସାହିତ କରୁଛନ୍ତି।

ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ର ମଧ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆତ୍ମର୍ନିଭରଶୀଳ ଭାରତ ପଦକ୍ଷେପ ଦ୍ୱାରା ଉପକୃତ ହୋଇଛି। ଦେଶରେ ଉତ୍ପାଦିତ ପ୍ରତିରକ୍ଷା ଉତ୍ପାଦର ଡିଜାଇନ, ବିକାଶ ଏବଂ ଉତ୍ପାଦନରେ ନୂତନ ପରୀକ୍ଷଣ ପାଇଁ ଏହା ଏକ ପଥ ପରିଷ୍କାର କରିଛି ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶର ବିଦେଶୀ ପ୍ରତିରକ୍ଷା ଉତ୍ପାଦ ଉପରେ ର୍ନିଭରଶୀଳତା ମଧ୍ୟ ବର୍ଷ ବର୍ଷ ଧରି ବହୁ ମାତ୍ରାରେ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ବେମୁଲାଙ୍କ ଆତ୍ମହତ୍ୟାର ପୁଣି ତଦନ୍ତ କରିବେ ତେଲଙ୍ଗାନା ସରକାର

ହାଇଦ୍ରାବାଦ, ୫।୫:ବହୁ ଚର୍ଚ୍ଚିତ ରୋହିତ ବେମୁଲା ଆତ୍ମହତ୍ୟା ମାମଲାରେ ସାଇବରାବାଦ ପୋଲିସ ପକ୍ଷରୁ ଜାରି ହୋଇଥିବା କ୍ଲୋଜର ରିପୋର୍ଟକୁ ନେଇ ରୋହିତଙ୍କ ପରିବାର ପକ୍ଷରୁ ଅସନ୍ତୋଷ...

ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ରୋଡ ଶୋ’ରେ ବାହାରିଲେ ମୋଦି

ଅଯୋଧ୍ୟା,୫।୫: ଜାନୁଆରୀ ୨୨ରେ ରାମ ମନ୍ଦିରର ଉଦଘାଟନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାମ ଲାଲାଙ୍କ ଦର୍ଶନ ପାଇବା ପାଇଁ...

ଗଧରେ ଚଢ଼ି ନାମାଙ୍କନ ଦାଖଲ ପାଇଁ ପହଞ୍ଚିଲେ ପ୍ରାର୍ଥୀ

ଗୋପାଳଗଞ୍ଜ,୫।୫ଚଳିତ ଲୋକ ସଭା ନିର୍ବାଚନରେ ବିଭିନ୍ନ ପ୍ରାର୍ଥୀଙ୍କ ଅଜବ ଗଜବ ରଙ୍ଗ ଥମିବାର ନାଁ ନେଉନାହିଁ। ବିହାରର ଗୋପାଳଗଞ୍ଜ ଲୋକ ସଭା ଆସନରୁ ଜଣେ ସ୍ବାଧୀନ...

ମେହେବୁବା ମୁଫତିଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ଶ୍ରୀନଗର,୫।୫: ଲୋକ ସଭା ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଭୋଟ ଦେବା ପୂର୍ବରୁ ରବିବାର (ମେ ୫) ପିଡିପି ସଭାପତି ମେହବୁବା ମୁଫତିଙ୍କୁ ଏକ ସୋ କଜ...

ନୁପୂର ଶର୍ମାଙ୍କୁ ହତ୍ୟା ଧମକ ଦେଇଥିବା ମୌଲବୀ ଗିରଫ

ସୁରଟ,୫ା୫: ଭାଜପାର ପୂର୍ବତନ ମୁଖପାତ୍ର ନୁପୂର ଶର୍ମାଙ୍କୁ ହତ୍ୟା ଧମକ ଦେବା ସହ ହିନ୍ଦୁ ସଂଗଠନର ଜଣେ ନେତାଙ୍କୁ ହତ୍ୟା ଯୋଜନା କରିଥିବା ଅଭିଯୋଗରେ ସୁରଟର...

ଗୁରୁଦ୍ୱାରାରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ଚଣ୍ଡିଗଡ଼,୫ା୫: ପଞ୍ଜାବର ଫିରୋଜପୁରସ୍ଥିତ ଗୁରୁଦ୍ୱାରାରେ ଜଣେ ୧୯ ବର୍ଷୀୟ ଯୁବକ ପ୍ରବେଶ କରି ପବିତ୍ର ଗୁରୁଗ୍ରନ୍ଥ ସାହିବ୍‌ର କେତେକ ପୃଷ୍ଠା ଚିରିଦେବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ...

ଅଯୋଧ୍ୟାରେ ମୋଦି, ନେଲେ ରାମଲାଲାଙ୍କ ଆଶିଷ

ଅଯୋଧ୍ୟା,୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିଛନ୍ତି। ସେ ଭଗବାନ ଶ୍ରୀ ରାମଙ୍କୁ ପୂଜା କରି ଆଶୀର୍ବାଦ ନେଇଛନ୍ତି। ମେ’...

ହ୍ବିଲ ଚେୟାରରେ ନଜର ଆସିଲେ ତେଜସ୍ବୀ, ହଠାତ୍‌ ହୋଇ ପଡିଲେ ଅସୁସ୍ଥ

ପାଟନା,୫।୫: ଲୋକ ସଭା ନିର୍ବାଚନକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ବିହାରର ରାଜନୈତିକ କରିଡରରୁ ବଡ ଖବର ଆସୁଛି, ଯେଉଁଠାରେ ବିହାର ବିଧାନସଭାରେ ବିରୋଧୀଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri