Posted inଜାତୀୟ

ଦେଶରେ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି ଭାଜପା

ମୁମ୍ବାଇ,୨୬ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଗୁରୁବାର ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି। ଦିଲ୍ଲୀର ଅମଲାତନ୍ତ୍ରୀମାନଙ୍କ ଉପରେ ନିୟନ୍ତ୍ରଣ ଛଡ଼ାଇନେବା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ବିରୋଧ କରିବା ଲାଗି କେଜ୍‌ରିଓ୍ବାଲ ତାଙ୍କ ସହଯୋଗ ଲୋଡ଼ିଛନ୍ତି। ଏହି ଅବସରରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ କେଜ୍‌ରିଓ୍ବାଲ କହିଛନ୍ତି, ଭାଜପାର ଗେମ୍‌ପ୍ଲାନ୍‌ ଭାରତରେ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ଏହା କେବଳ ବିରୋଧୀଙ୍କ ନୁହେଁ, ବରଂ ଦେଶର ପ୍ରସଙ୍ଗ।
ଦିଲ୍ଲୀର ସର୍ଭିସେସ୍‌ (ସେବା) ଉପରେ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ କର୍ତ୍ତୃତ୍ୱ ରହିବ ବୋଲି ସୁପ୍ରିମକୋର୍ଟ ରାୟ ଦେବାର ସପ୍ତାହେ ପରେ କେନ୍ଦ୍ର ସରକାର ଶୁକ୍ରବାର ଗ୍ରୁପ୍‌-ଏ ଅଧିକାରୀମାନଙ୍କ ନିଯୁକ୍ତି ଓ ବଦଳି ଲାଗି ଏକ ସଂସ୍ଥା ଗଠନ କରିଛନ୍ତି। ଏହା ଉପରେ ଅଣାଯାଇଥିବା ଅଧ୍ୟାଦେଶକୁ ରାଜ୍ୟ ସଭାରେ ଗୃହୀତ କରାଇ ନ ଦେବା ପାଇଁ କେଜ୍‌ରିଓ୍ବାଲ ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବୁଧବାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଭେଟି ସହଯୋଗ ଲୋଡ଼ିଥିଲେ। ଉଭୟଙ୍କଠାରୁ ସହାୟତାର ପ୍ରତିଶ୍ରୁତି ମିଳିବା ପରେ ସେ ଗୁରୁବାର ମୁମ୍ବାଇରେ ପାଓ୍ବାରଙ୍କୁ ଭେଟିଛନ୍ତି। ଦେଶର ଅନ୍ୟତମ ସମ୍ମାନିତ ନେତା ପାଓ୍ବାର ତାଙ୍କୁ ସହଯୋଗର ପ୍ରତିଶ୍ରୁତି ଦେଇଥିବା କେଜ୍‌ରିଓ୍ବାଲ କହିଛନ୍ତି। ରାଜ୍ୟ ସଭାରେ କେନ୍ଦ୍ରର ଅଧ୍ୟାଦେଶକୁ ବିରୋଧ କରିବା ପାଇଁ କଂଗ୍ରେସକୁ ପାଓ୍ବାର ବୁଝାଇପାରନ୍ତି ବୋଲି କୁହାଯାଉଛି। ଉଚ୍ଚ ସଦନରେ ଏଏପିର ୧୦ ସଦସ୍ୟ ଥିବାରୁ ଏହି ଯୁଦ୍ଧ ଜିତିବାକୁ ହେଲେ କଂଗ୍ରେସକୁ ସାଙ୍ଗରେ ନେଇ ଚାଲିବାକୁ ପଡ଼ିବ। ରାଜ୍ୟ ସଭାରେ କଂଗ୍ରେସର ୩୧, ଟିଏମ୍‌ସିର ୧୨, ଏନ୍‌ସିପିର ୪ ଏବଂ ଶିବସେନା ୟୁବିଟିର ୩ ସଦସ୍ୟ ଅଛନ୍ତି। ମୌସୁମୀ ଅଧିବେଶନରେ ଉକ୍ତ ବିଲ୍‌ ଆଗତ କରାଯାଇପାରେ। ଏହା ଉଭୟ ଗୃହରେ ଗୃହୀତ ହେବା ନେଇ ଭାଜପା ଆଶାବାଦୀ। କାରଣ ରାଜ୍ୟ ସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୧୧୯ ସଦସ୍ୟଙ୍କ ସମର୍ଥନ ଲୋଡ଼ା ଥିବାବେଳେ ଏନ୍‌ଡିଏର ୧୧୦ ସଦସ୍ୟ ଅଛନ୍ତି। ବିରୋଧୀଙ୍କ ସଦସ୍ୟ ସଂଖ୍ୟା ମଧ୍ୟ ୧୧୦। ଅର୍ଥାତ୍‌ ସବୁ ଦଳ ଏକାଠି ହେଲେ ଓଡ଼ିଶାର ବିଜେଡି ଏବଂ ଆନ୍ଧ୍ରପ୍ରଦେଶର ଶାସକ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ଭୂମିକା ବିଶେଷ ଗୁରୁତ୍ୱ ବହନ କରିବ। ତେଣୁ ସମସ୍ତ ଅଣଭାଜପା ଦଳ ଏକାଠି ହେଲେ କେନ୍ଦ୍ରର ଅଧ୍ୟାଦେଶକୁ ରୋକି ହେବ ବୋଲି କେଜ୍‌ରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ: କହିଲେ ଯମ ଅଜାଣତରେ…

ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ...

ନୋଟ୍‌ ଛାପା କାରଖାନାରେ କିପରି ପାଇବେ ଚାକିରି, ଜାଣନ୍ତୁ କେତେ ମିଳିବ ଦରମା, ଏମିତି କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୨୦ା୧୨: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନଙ୍କ ପାଇଁ ନୋଟ୍‌ ଛାପା କାରଖାନାରେ କାମ କରିବାର ସ୍ବପ୍ନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ମଧ୍ୟ...

ଆଜି ପୁଣି ରାଜଧାନୀରେ ବାତିଲ ହେଲା ୧୦୦ ବିମାନ, ଏହି କାରଣରୁ…

ନୂଆଦିଲ୍ଲୀ,୨୦ା୧୨: ଶନିବାର ରାଜଧାନୀ ଦିଲ୍ଲୀରେ ପୁଣି ବହୁ ବିମାନ ବାତିଲ କରାଯାଇଛି। ତେବେ ଘନ କୁହୁଡ଼ି ପାଇଁ ଦିଲ୍ଲୀରେ ୧୦୦ରୁ ଊଦ୍ଧର୍‌ବ ବିମାନ ବାତିଲ କରାଯାଇଛି।...

ଶସ୍ତା ହେବ ଔଷଧ, କମ୍ପାନୀଗୁଡ଼ିକ ସହ ଏକ ଆଶ୍ଚର୍ଯ୍ୟଜନକ ଚୁକ୍ତି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ମୂଲ୍ୟ ହ୍ରାସ ପାଇଁ ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରୋଗୀମାନଙ୍କୁ...

ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...

ତାହେରପୁରରେ ଲ୍ୟାଣ୍ଡ କରିପାରିଲାନି ମୋଦିଙ୍କ ହେଲିକପ୍ଟର, ହଠାତ୍….

ନୂଆଦିଲ୍ଲୀ, ୨୦।୧୨:  ଖରାପ ପାଗ ଯୋଗୁଁ ଲ୍ୟାଣ୍ଡ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିନଥିଲା।...

୩୦ବର୍ଷ ପରେ ବିରଳ ନବପଞ୍ଚମ ମହାଯୋଗ, ଶିନଙ୍କ କୃପାରେ ନୂଆବର୍ଷରେ ଧନୀ ହେବେ ମକର ସହ ଏହି ୨ରାଶି

ନୂଆବର୍ଷ ୨୦୨୬ର ଆରମ୍ଭ ଜ୍ୟୋତିର୍ବିଦମାନଙ୍କ ପାଇଁ ବହୁତ ଖାସ୍ ହବାକୁ ଯାଉଛି । ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଥିବା ବେଳେ ଏହାର ପରଦିନ...

ପାକିସ୍ତାନକୁ କଲେ ଖୁବ ପ୍ରଶଂସା, ଟ୍ରମ୍ପଙ୍କୁ କହିଲେ ଶାନ୍ତି ଦୂତ, ରୁବିଓଙ୍କ ବୟାନକୁ ନେଇ ହେଉଛି ଖୁବ ଚର୍ଚ୍ଚା!

ଓ୍ବାଶିଂଟନ,୨୦।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦକୁ ଉଲ୍ଲେଖ କରି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri