ଗଣମାଧ୍ୟମ ଓ ଯୁବପିଢ଼ି ଗଣତନ୍ତ୍ରର ରକ୍ଷାକବଚ

ଯାଜପୁର ଅଫିସ/ କଳିଙ୍ଗନଗର (ଡି.ଏନ.ଏ.), ୨୪।୫ : ଗଣତନ୍ତ୍ରରେ ଯେପରି ବିରୋଧୀ ନ ଥିଲେ ଶାସନ ବ୍ୟବସ୍ଥା ଭୁଶୁଡି ପଡେ, ସେହିପରି ଗଣମାଧ୍ୟମ ଓ ଯୁବପିଢ଼ି ଗଣତନ୍ତ୍ରର ରକ୍ଷାକବଚ ସାଜିଥାଆନ୍ତି ା ବିଶେଷକରି କହିବାକୁ ଗଲେ ସରକାର ଓ ଲୋକଙ୍କ ମଧ୍ୟରେ ଗଣମାଧ୍ୟମ ସମନ୍ବୟର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଧରିତ୍ରୀର ୫୦ ବର୍ଷ ପୂର୍ତ୍ତି ତଥା ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଯାଜପୁର ଜିଲା ରଗଡ଼ି ସରକାରୀ ପଲିଟେକ୍‌ନିକ କଲେଜରେ ମଙ୍ଗଳବାର ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ବକ୍ତା ଓ ପ୍ରତିଯୋଗୀମାନେ ଏହି ମତବ୍ୟକ୍ତ କରିଛନ୍ତି।
ଗଣମାଧ୍ୟମ, ଗଣତନ୍ତ୍ର, ଯୁବପିଢ଼ି ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ଅଧ୍ୟକ୍ଷତା କରି କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ପୃଷ୍ଟି କହିଥିଲେ, ବୈଷୟିକଭିତ୍ତିକ କଲେଜରେ ସାହିତ୍ୟ ଏବଂ ସାଧାରଣ ଜ୍ଞାନର ବି ଆବଶ୍ୟକତା ରହିଛି। ରାଜନୀତି ଓ ଗଣମାଧ୍ୟମ ସମ୍ପର୍କରେ ଜାଣିବା ସମସ୍ତ ଛାତ୍ରୀଛାତ୍ରଙ୍କ ପ୍ରାଥମିକତା ହେବା ଉଚିତ । ବରିଷ୍ଠ ସାହିତି୍ୟକା ତଥା ଅରେଇକଣା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ମହାପାତ୍ର ଅତିଥି ଏବଂ ବିଚାରକ ଭାବେ ଯୋଗଦେଇ ଗଣତନ୍ତ୍ରର ନକାରାତ୍ମକ ଓ ସକାରାତ୍ମକ ଦିଗ ଉପରେ ଗଣମାଧ୍ୟମ ସବୁବେଳେ ତା’ର କର୍ତ୍ତବ୍ୟ ତୁଲାଇ ଆସୁଛି ବୋଲି କହିଛନ୍ତି। ଗଣମାଧ୍ୟମ ନ ଥିଲେ ଗଣତନ୍ତ୍ର ଦିଗହରା ହୋଇପଡ଼ନ୍ତା। ଏହାସହ ଯୁବପିଢ଼ି ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଉଚିତ ବୋଲି ସେ କହିଥିଲେ। ଧରିତ୍ରୀର ଡେପୁଟି ନିଉଜ୍‌ ଏଡିଟର ଲାଲା ସୁନୀଲ କୁମାର ରଥ ଯୋଗଦେଇ ଧରିତ୍ରୀର ୫୦ ବର୍ଷର ଅତୀତର କିଛି କାହାଣୀ, ଗଣମାଧ୍ୟମର ଦାୟିତ୍ୱ ଏବଂ କର୍ତ୍ତ୍ୟବବୋଧ ଉପରେ ଆଲୋକପାତ କରିଥିଲେ। ଏହାସହ ସମସ୍ତ ଯୁବପିଢ଼ି ଜଣେ ଜଣେ ଖବରଦାତାଙ୍କ ଭୂମିକା ନେବା ଉଚିତ ବୋଲି ସେ କହିଥିଲେ। ଧରିତ୍ରୀର ଯାଜପୁର ଜିଲା ପ୍ରତିନିଧି ହର୍ଷବର୍ଦ୍ଧନ ବେହେରା ଯୋଗଦେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପାଠପଢା ସହ ଶୃଙ୍ଖଳା ଏବଂ ଦୃଢ଼ ମନୋବଳ, କଠୋର ପରିଶ୍ରମ ଭଲ ମଣିଷ ହେବାରେ ସହାୟକ ହୋଇଥାଏ ବୋଲି କହିଥିଲେ। ଏହାସହ ଗଣତନ୍ତ୍ରରେ ଗଣମାଧ୍ୟମ ଏବଂ ଯୁବପିଢ଼ିଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ଗଣମାଧ୍ୟମ ଏକ ଛୋଟ ବିଷୟବସ୍ତୁ ନୁହେଁ, ଗଣମାଧ୍ୟମକୁ ବୁଝିବାକୁ ହେଲେ ବହୁତ ଗଭୀରକୁ ଯିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ କଲେଜର ପ୍ରାୟ ୨ଶହ ଛାତ୍ରୀଛାତ୍ର ଉପସ୍ଥିତ ଥିବାବେଳେ ୧୨ ଜଣ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ସାହିତି୍ୟକା ମହାପାତ୍ରଙ୍କ ସମେତ କଲେଜର ମେକାନିକାଲ ବିଭାଗ ମୁଖ୍ୟ ଗୀତାଞ୍ଜଳି ସେଠୀ, ଇଂଲିଶ ଅଧ୍ୟାପକ ରୋଜାଲିନ ନାଥ ଏବଂ ମେଟ୍ରୋଲୋଜି ବିଭାଗର ଶୁଭେନ୍ଦୁ ମୁଦୁଲି ବିଚାରକ ଦାୟିତ୍ୱ ନିର୍ବାହ କରିଥିଲେ। ଏଥିରେ ମେଟାଲୋଜି ବିଭାଗର ୪ର୍ଥ ସେମିଷ୍ଟର ଛାତ୍ର ସୂର୍ଯ୍ୟକାନ୍ତ ଖିଲାର ପ୍ରଥମ, ମାଇନିଂ ବିଭାଗର ୬ଷ୍ଠ ସେମିଷ୍ଟର ଛାତ୍ର ପ୍ରିୟାଂଶୁ ରଞ୍ଜନ ନାଗ ଓ ମେଟାଲୋଜି ବିଭାଗର ୪ର୍ଥ ସେମିଷ୍ଟର ଛାତ୍ର ବିକାଶ ପରିଡ଼ା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ କଲେଜର କର୍ମଚାରୀ ଓ ଅଧ୍ୟାପିକା, ଅଧ୍ୟାପକମାନେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri