ପରିତ୍ୟକ୍ତ ଅବସ୍ଥାରେ ଗୋଷ୍ଠୀ ଶୌଚାଳୟ

ଗୋପ,୧୫।୫(ଡି.ଏନ୍‌.ଏ.): ନିର୍ମଳ ଗ୍ରାମ ପଞ୍ଚାୟତ ଭାବରେ ଗୋପ ବ୍ଲକ ଅନ୍ତର୍ଗତ ମହଲପଡ଼ା ପଞ୍ଚାୟତର ଓରେଇ ଗ୍ରାମରେ ୨୦୦୭ରେ ନିର୍ମାଣାଧୀନ ଗୋଷ୍ଠୀ ଶୌଚାଳୟ ଦୀର୍ଘ ୧୦ ବର୍ଷରୁ ଊଦ୍ଧର୍‌ବ ହେବ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଏଥିପ୍ରତି ଗୋପ ବ୍ଲକ ପକ୍ଷରୁ ଦୃଷ୍ଟି ଦେଉ ନ ଥିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏହି ଗୋଷ୍ଠୀ ଶୌଚାଳୟକୁ ମରାମତି କରିବାକୁ ଦାବି ହୋଇଛି। କେନ୍ଦ୍ର ସରକାର ୨୦୦୩ରେ ସାଧାରଣ ଲୋକଙ୍କୁ ରାଜ୍ୟର ବିଭିନ୍ନ ବ୍ଲକର ବିଭିନ୍ନ ପଞ୍ଚାୟତରେ ସ୍ବଚ୍ଛତା ଆଣିବା ଓ ବାହାରେ ମଳତ୍ୟାଗ ନ କରିବା ଲାଗି ସ୍ବଚ୍ଛ ଭାରତ ଯୋଜନାରେ ଗୋଷ୍ଠି ଶୌଚାଳୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଏହି ଯୋଜନାରେ ପ୍ରଥମ କରି ଗୋପ ବ୍ଲକ ମହଲପଡ଼ା ପଞ୍ଚାୟତର ଓରେଇ ଗ୍ରାମରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇଥିଲା। ଏହି ଯୋଜନାର ସଫଳ ରୂପାୟନ ହୋଇଥିବାରୁ ୨୦୦୮ ଆର୍ଥିକ ବର୍ଷରେ ଏହି ଗୋଷ୍ଠି ଶୌଚାଳୟକୁ ଅଢେଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଥିଲା। ବ୍ଲକ ଜଳ ପରିମଳ ବିଭାଗ ଏସବୁ ଯୋଜନାକୁ ଦେଖୁଥିବାବେଳେ ଏବେ ଏହି ଗୋଷ୍ଠୀ ଶୌଚାଳୟ ଜରାଜୀର୍ଣ୍ଣ ହୋଇ ପଡ଼ି ରହିଛି। ୨୦୦୭ରେ ଓରେଇ ଗ୍ରାମରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ପରେ ଗ୍ରାମବାସୀ ଏହାକୁ ବ୍ୟବହାର କରୁଥିଲେ। ମାତ୍ର ୨/୩ ବର୍ଷ ପରେ ଏହି ଗୋଷ୍ଠୀ ଶୌଚାଳୟର ଠିକ୍‌ ଭାବରେ ରକ୍ଷଣାବେକ୍ଷଣ ନ ହେବାରୁ ଏହା ଏବେ ଦୀର୍ଘ ବର୍ଷ ଧରି ଜରାଜୀର୍ଣ୍ଣ ଭାବରେ ପଡ଼ି ରହିଛି। ଲକ୍ଷାଧିକ ଟଙ୍କାରେ ନିର୍ମାଣଧୀନ ଏହି ଗୋଷ୍ଠି ଶୌଚାଳୟକୁ ତୁରନ୍ତ ମରାମତି କରିବାକୁ ହେଉଥିବାବେଳେ ବ୍ଲକ ପ୍ରଶାସନ କୋଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଗୋଷ୍ଠୀ ଶୌଚାଳୟଟି ଏବେ ଜରାଜୀର୍ଣ୍ଣ ଭାବରେ ପଡ଼ି ଥିବାରୁ ସାପ ବେଙ୍ଗଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ତୁରନ୍ତ ଏହି ଗୋଷ୍ଠୀ ଶୌଚାଳୟକୁ ମରାମତି କରିବାକୁ ଓରେଇ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ବଢୁଛି କୃଷି ଉତ୍ପାଦନ: କୃଷକ ଉତ୍ପାଦକ ସଂଘ କ୍ଷେତ୍ର ପରିଦର୍ଶନ କରି…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଯୁବଚାଷୀଙ୍କୁ କୃଷି କ୍ଷେତ୍ର...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri