ମହଜୁଦକାରୀଙ୍କ ଲୁହାପଥର ଗୁଣ୍ଡର ଷ୍ଟକ୍‌ ଯାଞ୍ଚ ଦାବି

କେନ୍ଦୁଝର,୮ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅଞ୍ଚଳରେ ବହୁ ବର୍ଷ ଧରି ବିଭିନ୍ନ କ୍ରଶର ଏବଂ ରେଲବାଇ ସାଇଡିଂରେ ଗଚ୍ଛିତ ଥିବା ଲୁହାପଥର ବିକ୍ରି ପାଇଁ ଖଣି ବିଭାଗ ତପତ୍ରତା ଦେଖାଇଛି। ଖଣିଜ ପଥର ଚୋରି ହୋଇ ଯାଉଥିବାରୁ ସରକାରଙ୍କ ବ୍ୟାପକ ରାଜସ୍ବ ହାନି ଘଟୁଛି। କମ୍ପାନୀଗୁଡ଼ିକ ଖଣି ବିଭାଗ ନିକଟରେ ଗଚ୍ଛିତ ଲୁହାପଥର ଗୁଣ୍ଡ ଚାଲାଣ କରିବା ପାଇଁ ଆବେଦନ କରୁଛନ୍ତି। ଏହାର ଚାଲାଣ ପାଇଁ ଖଣି ବିଭାଗ ପକ୍ଷରୁ ଅନୁମତି ପ୍ରଦାନ ନେଇ ପଦକ୍ଷେପକୁ ସାଧାରଣରେ ସ୍ବାଗତ କରାଯାଇଛି। ମାତ୍ର ଅନୁମତି ଦେବା ପୂର୍ବରୁ ଖଣିଜର ଠିକ୍‌ ଷ୍ଟକ ଯାଞ୍ଚ କରିବାକୁ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଖଣି ମହାଦୁର୍ନୀତି ସମୟରେ ହିସାବୁରୁ ରେଲବାଇ ସାଇଡିଂରୁ ବ୍ୟାପକ ଖଣି ଚୋରା କାରବାର ହୋଇଥିଲା। ତେବେ ଉକ୍ତ ସାଇଡିଂକୁ ଭିଜିଲାନ୍ସ ବିଭାଗ ତଦନ୍ତ ପରିସରଭୁକ୍ତ କରି ନ ଥିଲା। ଲୁହାପଥର ଗୁଣ୍ଡ ମହାଦୁର୍ନୀତିର ଖୋଳତାଡ଼ ସମୟରୁ ଅର୍ଥାତ୍‌ ୨୦୦୯ ପରଠାରୁ ଚାଲାଣ ନ ହୋଇପାରି ପଡ଼ିରହିଛି। ଲୁହାପଥର ଗୁଣ୍ଡର ଜଗାରଖା ରେଳ ମନ୍ତ୍ରଣାଳୟ କରିଆସୁଥିଲେ ହେଁ ବିଭିନ୍ନ ସମୟରେ ଚୋରି ହୋଇଯାଉଛି। ଏବେ ଲୁହାପଥର ଚାଲାଣ ନେଇ ଖଣି ବିଭାଗ ଅନୁମତି ପ୍ରଦାନ ନେଇ ତତ୍ପରତା ଦେଖାଇଛି। ନିୟମ ଅନୁସାରେ ଖଣି ବିଭାଗ ମହଜୁଦକାରୀଙ୍କ ରିଟର୍ଣ୍ଣ, ଷ୍ଟକ୍‌ ରେଜିଷ୍ଟର, ଯାହାଠାରୁ କିଣିଛନ୍ତି ତାହାର ସେଲ୍‌ ଇନଭଏସ ସହ ମହଜୁଦକାରୀ କେଉଁ ଖଣିରୁ ଲୁହାପଥର ଆଣିଛନ୍ତି ଏବଂ କେତେ ବିକ୍ରି କରିଛନ୍ତି, ତାହାର ହିସାବ ଯାଞ୍ଚ କରିବା କଥା। କାଗଜପତ୍ର ଠିକ୍‌ ଥିଲେ ମହଜୁଦକାରୀଙ୍କୁ ବିକ୍ରି ପାଇଁ ଅନୁମତି ମିଳିଥାଏ। ଅନିୟମିତତା ଜଣାପଡ଼ିଲେ ଖଣି ବିଭାଗ ଲୁହାପଥର ଜବତ କରି ଓଡ଼ିଶା ଖଣି ନିଗମ ଦ୍ୱାରା ନିଲାମ କରିବ। ଉକ୍ତ ନୀତିନିୟମ ପାଳନ ହେଉଛି କି ନାହିଁ ଏବଂ ଚାଲାଣ ଅନୁମତି ପୂର୍ବରୁ ଯାଞ୍ଚ ହେବା ଜରୁରୀ ବୋଲି ପୂର୍ବତନ ବିଧାୟକ ନାୟକ କହିଛନ୍ତି। ଏ ନେଇ ଯୋଡ଼ା ଖଣି ଉପନିର୍ଦ୍ଦେଶକ ଦିନେଶ ଅଗ୍ରୱାଲ କହିଛନ୍ତି, ଏକ କମ୍ପାନୀ ବହୁ ଗୁଣ୍ଡ ଚାଲାଣ ପାଇଁ ଆଗରୁ ଆବେଦନ କରିଥିଲା। ତାଙ୍କର ଷ୍ଟକ୍‌ ଯାଞ୍ଚ କରି ତାଙ୍କଠାରୁ କମ୍ପାଣ୍ଡିଂ କରି ୫ ଲକ୍ଷ ଟଙ୍କା ଫାଇନ ଆଦାୟ ପରେ ଅନୁମତି ଦିଆଯାଇଛି। ଏଥିସହ ସବୁ ଗଚ୍ଛିତ ଲୁହାପଥର ଷ୍ଟକ୍‌ ଯାଞ୍ଚ କରାଯାଉଛି।
ଖଣି ବିଭାଗ ରିପୋର୍ଟ ଅନୁଯାୟୀ,  ଜୁରୁଡ଼ି ରେଲ ସାଇଡିଂରେ ୬୫ ହଜାର ମେଟ୍ରିକ ଟନ୍‌, ବିଲକୁଣ୍ଡି ରେଳ ସାଇଡିଂରେ ୮ ହଜାର ମେଟ୍ରିକ ଟନ୍‌, ହିସାବୁର ରେଳ ସାଇଡିଂରେ ୪ ହଜାର ମେଟ୍ରିକ ଟନ୍‌, ବାଂଶପାଣି ରେଳ ସାଇଡିଂରେ ୬୨ ହଜାର ମେଟ୍ରିକ ଟନ୍‌, ବଲାଣି ରେଳ ସାଇଡିଂରେ ୧ ହଜାର ମେଟ୍ରିକ ଟନ୍‌ ଏବଂ ବଡ଼ବିଲ ରେଳ ସାଇଡିଂରେ ୧୬ ହଜାର ମେଟ୍ରିକ ଟନ୍‌ ଲୁହାପଥର ଷ୍ଟକ୍‌ ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri