ଏଇ ଭାରତରେ

ନିଯୁକ୍ତି ଅଭାବ ଏକ ପ୍ରମୁଖ ସମସ୍ୟା ହୋଇଥିବାବେଳେ ଏବେ ବହୁ ଉଚ୍ଚ ଡିଗ୍ରୀଧାରୀ କୃଷି କିମ୍ବା ଏହା ସମ୍ପର୍କିତ କ୍ଷେତ୍ରରେ ରୋଜଗାର ସୃଷ୍ଟି କରିବାରେ ଉଦାହରଣ ପାଲଟିଛନ୍ତି । ବେଙ୍ଗାଲୁରୁର ହାସନ ଚୈତନ୍ୟ ଏମ୍‌ବିଏରେ ଡିଗ୍ରୀ ହାସଲ କରି ଜୈବିକ କୃଷି ସହ ଜଡ଼ିତ କୃଷକଙ୍କ ପାଇଁ ଉପଯୋଗୀ ମାର୍କେଟ ବ୍ୟବସ୍ଥା କରିପାରିଛନ୍ତି। ସେ ୨୦୨୧ରେ ‘ଅର୍ଗାନିକ ଟ୍ୟାପ୍‌’ ଷ୍ଟାର୍ଟଅପ୍‌ ଗଠନ କରି ତା’ ମାଧ୍ୟମରେ ଜୈବିକ କୃଷକଙ୍କୁ ସିଧାସଳଖ ଗ୍ରାହକଙ୍କ ସହ ଯୋଡ଼ିଛନ୍ତି। ଏହାଦ୍ୱାରା ମଧ୍ୟସ୍ଥଙ୍କର ଆଉ ଆବଶ୍ୟକ ପଡୁନାହିଁ। ଗ୍ରାହକମାନେ ବି ଉତ୍ପାଦିତ ଶସ୍ୟ ସହଜରେ ପାଇପାରୁଛନ୍ତି। ଆପ୍‌ ମାଧ୍ୟମରେ ସିଧାସଳଖ କୃଷକମାନେ ସେମାନଙ୍କ ଉତ୍ପାଦ ସମ୍ପର୍କରେ ଅବଗତ କରିପାରୁଛନ୍ତି। ଚୈତନ୍ୟ ଗ୍ରାହକଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ମାର୍କେଟ ଖୋଲିଛନ୍ତି। ଗ୍ରାହକମାନେ ଅର୍ଡର କରିବା ପରେ ସେହି ଅନୁସାରେ ସେମାନଙ୍କ ନିକଟରେ ତଟକା ଉପତ୍ାଦ ପହଞ୍ଚାଇ ଦିଆଯାଉଛି। ଏହିସବୁ କାର୍ଯ୍ୟରେ ସେ ଅନେକଙ୍କୁ ନିଯୁକ୍ତ କରିଛନ୍ତି। ଚୈତନ୍ୟ କଲେଜରେ ପଢ଼ିବା ସମୟରେ ବି ପରିବେଶ ଉପଯୋଗୀ କାର୍ଯ୍ୟକଳାପରେ ଜଡ଼ିତ ରହିଥିଲେ ଓ ତାଙ୍କ ସାଙ୍ଗମାନଙ୍କୁ ନେଇ ‘ମ୍ୟାନ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟ’ ଏନ୍‌ଜିଓ ଗଠନ କରିଥିଲେ । ପ୍ରତି ଗଣେଶ ପୂଜାରେ ସେମାନେ ପାଖାପାଖି ୫,୦୦୦ ମାଟିର ଗଣେଶ ମୂର୍ତ୍ତି ଲୋକମାନଙ୍କୁ ମାଗଣାରେ ବାଣ୍ଟୁଥିଲେ। ଶିକ୍ଷା ଶେଷ କରିବା ପରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କ ପିତାଙ୍କ ପ୍ରେରଣାରେ ସେ ଜୈବିକ କୃଷିକୁ ବୃତ୍ତି ଭାବେ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri