ଡିଜିପିଏସ୍‌ ସର୍ଭେ ପରେ ଖୋଲିବ ଗୁମର

କେନ୍ଦୁଝର,୯ା୪(ସ୍ବ.ପ୍ର.): ଲଘୁ ଖଣିଜ ସଇରାତର ସୁପରିଚଳାନା ପାଇଁ ସରକାରଙ୍କ ନୂତନ ନିୟମ ବେଆଇନ ଖଣିଜ ପଥର ଏବଂ ବାଲି ଉତ୍ତୋଳନ କରୁଥିବା ଲିଜ୍‌ଧାରୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ନୂତନ ନିୟମ ଅନୁଯାୟୀ ଲଘୁ ଖଣିଜ ରାଜସ୍ବ ବିଭାଗରୁ ବାଦ୍‌ ହୋଇ ଖଣି ବିଭାଗକୁ ହସ୍ତାନ୍ତର ହେଉଛି। ଏଥିପାଇଁ ଲିଜ୍‌ ପ୍ରଦାନଠାରୁ ଆରମ୍ଭକରି ପରିଚାଳନାର ତଦାରଖ କରାଯିବ। ବର୍ତ୍ତମାନ ଏହା ୩ ଜିଲାରେ କାର୍ଯ୍ୟକାରୀ ହୋଇଛି। କେନ୍ଦୁଝରରେ ମଧ୍ୟ ଖଣି ଖନନରେ ବ୍ୟାପକ ଅନିୟମିତତା ବା ନିୟମ ଉଲ୍ଲଙ୍ଘନ ହୋଇଛି। ତେଣୁ ଜିଲାରେ ଖଣି ହସ୍ତାନ୍ତର ପୂର୍ବରୁ ଡିଜିପିଏସ୍‌(ଡିଫେସିୟଲ ଗ୍ଲୋବାଲ ପୋଜିଶନିଂ ସିଷ୍ଟମ୍‌) ସର୍ଭେ ପରେ ସବୁ ଗୁମର ଖୋଲିବ ବୋଲି ପରିବେଶବିତ୍‌ ମାନେ ମତବ୍ୟକ୍ତ କରିଛନ୍ତି।
ପ୍ରକାଶ ଯେ, ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୩ ଜିଲା ବଲାଙ୍ଗୀର, କଳାହାଣ୍ଡି ଏବଂ କନ୍ଧମାଳ ଜିଲାରେ ଓଡ଼ିଶା ସ୍ପେସ୍‌ ଆପ୍ଲିକେଶନ ସେଣ୍ଟର (ଓର୍‌ସାକ) ଦ୍ୱାରା ଡିଜିପିଏସ୍‌ ସର୍ଭେ ଖଣି ବିଭାଗ ଏବଂ ରାଜସ୍ବ ବିଭାଗ ଯୁଗ୍ମ ଉପସ୍ଥିତିରେ ହେଉଛି। ସର୍ଭେର ଷ୍ଟାଟସ୍‌ ରିପୋର୍ଟ ଖଣି ବିଭାଗ ପକ୍ଷରୁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲାସ୍ତରୀୟ କମିଟିକୁ ପ୍ରଦାନ କରାଯିବ। କମିଟିରେ ସଦସ୍ୟ ଭାବେ ଆରକ୍ଷୀ ଅଧୀକ୍ଷକ ସଦସ୍ୟ, ଡିଏଫ୍‌ଓ, ଜିଲାର ସମସ୍ତ ଉପଖଣ୍ଡର ଉପଜିଲାପାଳ, ଯୁଗ୍ମ ନିର୍ଦ୍ଦେଶକ ଭୂତତ୍ତ୍ୱ ବିଭାଗ, ମାଇନିଂ ଅଫିସର ଥିବାବେଳେ ଖଣି ଉପନିର୍ଦ୍ଦେଶକ ଆବାହକ ରହିଛନ୍ତି। ମ୍ୟାପ୍‌, ରେକର୍ଡକୁ ତହସିଲଦାର ଏବଂ ଓର୍‌ସାକର ଯୁଗ୍ମ ଦସ୍ତଖତରେ ନୋଟିଫାଏଡ୍‌ ଖଣି ଅଧିକାରୀ/ସହକାରୀ ଖଣି ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ। ଯୁଗ୍ମ ଯାଞ୍ଚ ବେଳେ ଓଏମ୍‌ଏମ୍‌ସି ( ଓଡ଼ିଶା ମାଇନିଂ ଆଣ୍ଡ ମିନେରାଲ) ରୁଲ୍‌ ୨୦୧୬ କୌଣସି ଅନିୟମିତତା ଏବଂ ବେଆଇନ ଖନନ ହୋଇଥିଲେ ଜିଲାସ୍ତରୀୟ କମିଟିକୁ ଅବଗତ କରିବେ।
କେନ୍ଦୁଝର ଜିଲାରେ ବହୁ ବର୍ଷ ଧରି ମାଇନିଂ ପ୍ଲାନ୍‌ ଉଲ୍ଲଙ୍ଘନ ହୋଇ ସଇରାତ ଗୁଡ଼ିକର ଖନନ ହୋଇଛି। କେତେକ ସ୍ଥାନରେ ଲିଜ୍‌ ବାହାରେ ଖଣି ଖନନ ହୋଇଛି। ଜିଲାରେ ଶତାଧିକ ପଥର, ବାଲି ସଇରାତ ରହିଥିଲେ ହେଁ ମୋଟ ୬୫ଟି କାର୍ଯ୍ୟକ୍ଷମ ରହିଛି। ପ୍ରତ୍ୟେକ ଖଣିର ମାପଚୁପ କରାଯାଉ ନ ଥିବାରୁ କେତେ ପରିମାଣର ମୋରମ, ମାଟି, ବାଲି ଏବଂ ପଥର ଉତ୍ତୋଳନ ହେଉଛି ତାହାର ବାସ୍ତବ ରିପୋର୍ଟ ରାଜସ୍ବ ବିଭାଗ ନିକଟରେ ନାହିଁ। ଖାଦାନ ନାଚୁରାଲ ଗ୍ରାଉଣ୍ଡଠାରୁ ୬ ମିଟର ତଳକୁ ଖୋଳିବା ନିୟମ ନ ଥିଲେ ମଧ୍ୟ ଅନେକ ଖଣି ୧୦ ମିଟର ତଳକୁ ଖାଦାନ ଖୋଳୁଛନ୍ତି। ଫଳରେ ବନ୍ୟଜନ୍ତୁ ଏବଂ ଗୃହପାଳିତ ପଶୁପକ୍ଷୀ ଅସୁରକ୍ଷିତ ହୋଇପଡ଼ିଛନ୍ତି। ବାଉଣ୍ଡରି ପିଲାର ବାହାରେ ଅନୁମତି ପରିମାଣଠାରୁ ଅଧିକ ଖନନ କରାଯାଉଛି। ପରିବେଶ ସୁରକ୍ଷା ପାଇଁ ସୁରକ୍ଷା ଜୋନ୍‌ ମଧ୍ୟରେ ବୃକ୍ଷରୋପଣ କରାଯାଇନାହିଁ। ଏସବୁ ନିୟମ ପାଳନ ନ କରି ମନଇଚ୍ଛା ଲଘୁ ଖଣିଜ ସମ୍ପଦ ଉତ୍ତୋଳନ କରାଯାଉଛି। ଏପରକି ସୁରକ୍ଷା ଜୋନ୍‌ରେ ଖନନ ହେଉଛି। ଖଣି ବିଭାଗକୁ ହସ୍ତାନ୍ତର ପୂର୍ବରୁ ଡିଜିପିଏସ୍‌ ସର୍ଭେ ହେଲେ ଦୀର୍ଘ ବର୍ଷ ଧରି ଚାଲିଥିବା ବେଆଇନ ଖଣିଖନନ ଜଣାପଡ଼ିବ ବୋଲି ପରିବେଶବିତ୍‌ କହିଛନ୍ତି।
ଏନେଇ ଆଇନଜୀବୀ ସୁରଜ ମହାପାତ୍ର କହିଛନ୍ତି, ଏହି ନିୟମ ଲାଗୁ ହେଲେ ଜିଲାରେ ବେଆଇନ ଖଣି ଖନନ ଓ ଖଣି ବାହାରେ ଖନନ ଆଦି ଉପରେ ଅଙ୍କୁଶ ଲାଗିବ। ଫଳରେ ଚୋରା କାରବାର କମିବା ସହ ସରକାରଙ୍କ ରାଜସ୍ବ ବୃଦ୍ଧି ପାଇବ। ପରିବେଶର ସଂରକ୍ଷଣ ମଧ୍ୟ କରାଯାଇପାରିବ ବୋଲି ସେ କହିଥିଲେ।
ବରିଷ୍ଠ ସାମାଜିକ କର୍ମୀ ଅକ୍ଷୟ ପଟ୍ଟନାୟକ କହିଛନ୍ତି, ଖଣି ମହାଦୁର୍ନୀତି ପରେ ଲଘୁ ଖଣିଜ ଖନନ ଓ ପରିଚାଳନାରେ ବ୍ୟାପକ ଦୁର୍ନୀତି ହୋଇଛି। ଲିଜ୍‌ ଅଞ୍ଚଳର ସୀମା ନିର୍ଦ୍ଧାରଣ କରାଯାଉ ନ ଥିବାରୁ ବାହାରେ ଖନନ ହେଉଛି। ଉପଯୁକ୍ତ ତଦାରଖ ଅଭାବରୁ ବହୁ ତଳକୁ ଖନନକରି ପରିବେଶ ପାଇଁ ବିପଦ ସୃଷ୍ଟି କରାଯାଉଛି। ଅବିଚାରିତ ଖନନ ଯୋଗୁ ବନ୍ୟପ୍ରାଣୀଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି। ତେଣୁ ଏହି ନିୟମ ନିଶ୍ଚିତ ଭାବରେ ବେଆଇନ କାମ ଉପରେ ଅଙ୍କୁଶ ଲଗାଇବ ଓ ସରକାର ଲାଭବାନ୍‌ ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥତ୍ପତ୍ର ଦାଖଲ ବେଳେ ବିଜେଡି-ଭାଜପା ମୁହାଁମୁହିଁ

ପୁରୀ,୩୦ା୪(ଅଜିତ୍‌ ମହାନ୍ତି):ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ପ୍ରାର୍ଥତ୍ପତ୍ର ଦାଖଲ ସମୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନାମାଙ୍କନ ଶୋଭାଯାତ୍ରାରେ ଆସିଥିବା ଭାଜପା ଓ ବିଜେଡି...

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri