ଖୋର୍ଦ୍ଧା ଜିଲା ଭାଜପା ସଭାପତିଙ୍କ ହୋଟେଲ ସିଲ୍‌

ଖୋର୍ଦ୍ଧା ଅଫିସ,୬ା୪: ଋଣ ଖିଲାପ ଅଭିଯୋଗରେ ବୁଧବାର ଖୋର୍ଦ୍ଧା ଜିଲା ଭାଜପା ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କ ମୁକୁନ୍ଦପ୍ରସାଦସ୍ଥିତ ସୂର୍ଯ୍ୟମୁଖୀ ହୋଟେଲକୁ ସିଲ୍‌ କରାଯାଇଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଭୁବନେଶ୍ୱର ସର୍କଲ ଅଧିକାରୀ, ସ୍ଥାନୀୟ ଆସିଷ୍ଟାଣ୍ଟ କଲେକ୍ଟର ଶରତ ଚନ୍ଦ୍ର ଦେହୁରି ଓ ପୋଲିସ ଉପସ୍ଥିତିରେ ଉକ୍ତ ହୋଟେଲକୁ ସିଲ୍‌ କରାଯାଇଥିଲା। ତେବେ ହୋଟେଲ ପରିସରରେ ଭାଜପା ଜିଲା କାର୍ଯ୍ୟାଳୟ ଏବଂ ବାର୍‌ ଆଣ୍ଡ ରେଷ୍ଟୁରାଣ୍ଟ ଚାଲିଥିଲା। ଚଢ଼ାଉ ବେଳେ ପରିସରରେ ଭାଜପା ପତାକା ଗଦା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି।
ସୂଚନା ମୁତାବକ, ପିଏନବିର ଜଟଣୀ ଅରଗୁଳ ବ୍ରାଞ୍ଚରୁ ରଶ୍ମି ୨୦୧୭ରେ ଋଣ ଆଣିଥିଲେ। ମୂଳଧନ ଓ ସୁଧକୁ ମିଶାଇ ପ୍ରାୟ ସାଢ଼େ ୫କୋଟି ଟଙ୍କା ହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବାରମ୍ବାର ନୋଟିସ ସତ୍ତ୍ୱେ ରଶ୍ମି ଏଥିପ୍ରତି କର୍ଣ୍ଣପାତ କରି ନ ଥିଲେ। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ହୋଟେଲକୁ ନିଜ କବ୍‌ଜାକୁ ନେବାକୁ ଜିଲା ପ୍ରଶାସନକୁ ଅନୁରୋଧ କରିଥିଲେ। ବୁଧବାର ପୂର୍ବାହ୍ନରେ ପିଏନ୍‌ବି ଭୁବନେଶ୍ୱର ସର୍କଲ ପକ୍ଷରୁ ଅଧିକାରୀମାନେ ହୋଟେଲରେ ପହଞ୍ଚିଥିଲେ। ପ୍ରଶାସନ ପକ୍ଷରୁ ଆସିଷ୍ଟାଣ୍ଟ କଲେକ୍ଟର ଦେହୁରି ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ। ଆଇନଶୃଙ୍ଖଳା ଦୃଷ୍ଟିରୁ ଥାନାଧିକାରୀ ତାରିକ ଅହମ୍ମଦ, ଅତିରିକ୍ତ ଆଇଆଇସି କୃଷ୍ଣଚନ୍ଦ୍ର ସ୍ବାଇଁ, ଏସ୍‌ଆଇ ପି.ଏଲ୍‌. ବେହେରାଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ ମୁତୟନ ରହିଥିଲେ। ପିଏନ୍‌ବି ଅଧିକାରୀ ହୋଟେଲରେ ତନ୍ନତନ୍ନ ଯାଞ୍ଚ କରିଥିଲେ। ୪ ମହଲାବିଶିଷ୍ଟ ଏହି ହୋଟେଲରେ ୧୪ରୁ ଊର୍ଦ୍ଧ୍ୱ ରୁମ୍‌ ରହିଛି। ତଳ ମହଲାରେ ବାର୍‌ ଆଣ୍ଡ ରେଷ୍ଟୁରାଣ୍ଟ ଚାଲିଥିବା ବେଳେ ଦୁଇ ମହଲା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରହିଥିଲା। ହୋଟେଲ ପରିସରରେ ରଶ୍ମି ଭାଜପା ଜିଲା କାର୍ଯ୍ୟାଳୟ କରିଥିବା ବେଳେ ଅନେକଥର ସାଙ୍ଗଠନିକ ବୈଠକ, କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। ଚଢ଼ାଉ ବେଳେ ୬ଟି ରୁମ୍‌ରେ ଲୋକେ ରହିଥିଲେ। ସେମାନଙ୍କୁ ତୁରନ୍ତ ରୁମ୍‌ ଖାଲି କରିବାକୁ କୁହାଯାଇଥିଲା। ପରେ ସମସ୍ତ କୋଠରି ସିଲ୍‌ କରାଯିବା ସହ ମୁଖ୍ୟ ଫାଟକରେ ଜଉମୁଦ ଦେଇ ସିଲ୍‌ କରିଥିଲେ। ତେବେ ଚଢ଼ାଉ ବେଳେ ହୋଟେଲ ପରିସରରେ ଚାଲିଥିବା ସୂର୍ଯ୍ୟମୁଖୀ ବାର୍‌ ଲାଗି ରୁମ ଲିଜ୍‌ ନେଇଥିବା ମାଲିକ ସୁଦର୍ଶନ ସୁନ୍ଦରାୟ ଏବଂ ବ୍ୟାଙ୍କ କତ୍ତୃର୍ର୍ପକ୍ଷ ମୁହଁାମୁହିଁ ହୋଇଥିଲେ। ଏଠାରେ ବାର୍‌ ଖୋଲିବା ପାଇଁ ହୋଟେଲ ମାଲିକଙ୍କ ସହ ଚୁକ୍ତିନାମା ଏବଂ ଅନ୍ୟ କାଗଜପତ୍ର ଦେଖାଇଥିଲେ। ବାର୍‌ରେ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ରହିଥିବାରୁ ତାହାକୁ ଅନ୍ୟତ୍ର ସ୍ଥାନାନ୍ତର ଲାଗି ସମୟ ମାଗିଥିଲେ। ତେବେ ହୋଟେଲକୁ ବ୍ୟାଙ୍କ ନିଜ କବ୍‌୍‌ଜାକୁ ନେଇଯାଇଥିବାରୁ ବାର୍‌ ଖୋଲିବା କିମ୍ବା ସାମଗ୍ରୀ ନେଇପାରିବେ ନାହିଁ ବୋଲି ମନା କରିଥିଲେ। ଏ ସମ୍ପର୍କରେ ଆସିଷ୍ଟାଣ୍ଟ କଲେକ୍ଟର ଦେହୁରି କହିଛନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିଲି। ଋଣ ଖିଲାପ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ହୋଟେଲକୁ ସିଲ୍‌ ଲାଗି ଜିଲାପାଳଙ୍କୁ ଜଣାଇଥିଲେ। ପ୍ରଶାସନର ନିର୍ଦ୍ଦେଶକ୍ରମେ ବ୍ୟାଙ୍କ କର୍ତ୍ତୃପକ୍ଷ ପୋଲିସ ଉପସ୍ଥିତିରେ ସିଲ୍‌ କରିଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ପ୍ରସିଦ୍ଧ ଲେଖକ ତଥା ପଦ୍ମଶ୍ରୀ ରସ୍କିନ ବଣ୍ଡ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧୨: ପ୍ରସିଦ୍ଧ ଲେଖକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ୯୧ ବର୍ଷିୟ ରସ୍କିନ ବଣ୍ଡଙ୍କୁ ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗତ ଚାରି...

ମେସିଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ ବିକ୍ରି କରିବାକୁ ପଡ଼ିପାରେ ଆପଣଙ୍କ ଘର! ଟିକେଟର ଦାମ ଶୁଣିଲେ…

ନୂଆଦିଲ୍ଲୀ,୧୪।୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଥମେ କୋଲକାତାରେ ପହଞ୍ଚିଥିଲେ, ତା’ପରେ ହାଇଦ୍ରାବାଦରେ ପହଞ୍ଚିଥିଲେ...

ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା…

ଭୁବନେଶ୍ୱର,୧୪ା୧୨: ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ରାଉରକେଲା ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୧୦.୬ ଡିଗ୍ରୀ...

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri