୧୨ବର୍ଷରେ ୧୬ ପ୍ରାକୃତିକ ବିପର୍ଯ୍ୟୟ

ଭୁବନେଶ୍ୱର, ୨୯।୩ (ବ୍ୟୁରୋ): ପାଣିପାଗ ବଦଳିବା କାରଣରୁ ଉପକୂଳ ଓଡ଼ିଶା ବେଶୀ ମାତ୍ରାରେ ପ୍ରଭାବିତ ହେଉଛି। ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବ କାରଣରୁ ବିଗତ ୧୨ବର୍ଷ ମଧ୍ୟରେ ଓଡ଼ିଶା ୧୬ଟି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିଛି। ମଙ୍ଗଳବାର ସାମାଜିକ ସଙ୍ଗଠନ ରିଜିଓନାଲ ସେଣ୍ଟର ଫର ଡେଭଲପ୍‌ମେଣ୍ଟ କୋ ଅପରେଶନ (ଆର୍‌ସିଡିିସି) ଏବଂ କେୟାର ଇଣ୍ଡିଆର ମିଳିତ ପ୍ରୟାସରେ ‘ଓଡ଼ିଶାରେ ପରିବର୍ତ୍ତିତ ଜଳବାୟୁ ବିପଦ କ୍ଷେତ୍ରରେ ନାଗରିକ ସମାଜର ଭୂମିକା’ ଶୀର୍ଷକ ଆଲୋଚନାଚକ୍ର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥିମାନେ ଯୋଗଦେଇ ଉପରୋକ୍ତ ତଥ୍ୟ ପ୍ରକାଶ କରିଛନ୍ତି। ଅତିଥିମାନେ କହିଛନ୍ତି, ଉପକୂଳ ଓଡ଼ିଶାର ବେଶୀ ମୃତ୍ତିକା କ୍ଷୟ ହେଉଥିବାରୁ ସେଠାରେ ହେନ୍ତାଳ ବନ ସୃଷ୍ଟି, ଆଶ୍ରୟସ୍ଥଳ ଓ ଅନ୍ୟାନ୍ୟ ଭିତ୍ତିଭୂମି ସଂରଚନା, ବିପର୍ଯ୍ୟୟ ପରିଚାଳନା ପାଇଁ ଲୋକଙ୍କୁ ପ୍ରସ୍ତୁତି ଏବଂ ଜୀବିକାର୍ଜନରେ ସ୍ଥାନୀୟ ଜନଗଣଙ୍କୁ ସହାୟତା କରିବା ଆବଶ୍ୟକ। ସେହିପରି ୪୮୦ କିଲୋମିଟର ପରିବ୍ୟାପ୍ତ ଉପକୂଳ ଓଡ଼ିଶାରେ ୬ଟି ଉପକୂଳ ଜିଲାର ୨୬୭ କିଲୋମିଟର ଅଞ୍ଚଳ ମୃତ୍ତିକା କ୍ଷୟ ହୋଇଥିବା ନେଇ ଆଲୋଚନା ଚକ୍ରରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ବିପର୍ଯ୍ୟୟ ଘଟିବା ପର୍ଯ୍ୟନ୍ତ ଅପେକ୍ଷା କରିବା ପୂର୍ବରୁ ମୁକାବିଲା ସାମର୍ଥ୍ୟର ବିକାଶ ଦିଗରେ ନାଗରିକ ସମାଜ ଆଗକୁ ଆସିବା ଉଚିତ ବୋଲି ଗୁରୁତ୍ୱାରୋପ କରାଯାଇଥିଲା।
ଆଲୋଚନାଚକ୍ରରେ ଆର୍‌ସିଡିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ଦାଶ ଯୋଗଦେଇ ସାମୁଦ୍ରିକ ଜୁଆର ବୃଦ୍ଧି କାରଣରୁ ରାଜ୍ୟରେ ବାସଚୁ୍ୟୁତ ହେଉଥିବା ଲୋକଙ୍କ ପାଇଁ ସ୍ବତନ୍ତ୍ର ନୀତି ପ୍ରଣୟନ ହେବା ଦିଗରେ ପରାମର୍ଶ ଦେଇଥିଲେ। ଟାଟା ଷ୍ଟିଲ ଫାଉଣ୍ଡେଶନର ମୁଖ୍ୟ ଡ. ଅମ୍ବିକା ନନ୍ଦଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେୟାର ୟୁଏସ୍‌ଏର ଭାଇସ୍‌ ପ୍ରେସିଡେଣ୍ଟ ଦୀପମାଳା ମହଲା, ୟୁନିସେଫ୍‌ର ବିପଦ ମୁକାବିଲା ବିଶେଷଜ୍ଞ ଓଁକାର ଓନେଲ ଖାରେ, ୟୁଏନ୍‌ଡ଼ିପିର ରାଜ୍ୟ ମୁଖ୍ୟ ଡ. ଆଭା ମିଶ୍ର, ଓଡ଼ିଶା ପରିବେଶ କଂଗ୍ରେସ ସମ୍ପାଦକ ପ୍ରଫେସର ଜୟକୃଷ୍ଣ ପାଣିଗ୍ରାହୀ, ଉତ୍କଳ ବିଶ୍ୱବିଦ୍ୟାଳୟ ଭୂଗୋଳ ବିଭାଗର ମୁଖ୍ୟ ପ୍ରଫେସର କବିର ମୋହନ ସେଠୀ ପ୍ରମୁଖ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବ, ଆହ୍ବାନ ଓ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri