Posted inଖେଳ

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ ପଛରେ ପକାଇ ୮ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ଟି-୨୦ ବିଶ୍ୱକପରେ ଏପର୍ଯ୍ୟନ୍ତ ଖାତା ଖୋଲି ନ ଥିବା ଅଭିଷେକ ଶର୍ମା ବିଶ୍ୱର ନମ୍ବର ୧ ବ୍ୟାଟସମ୍ୟାନ ରହିଛନ୍ତି। ଅଭିଷେକ ଆମେରିକା ଏବଂ ଆମେରିକା ବିପକ୍ଷରେ ୦ ରନ କରି ଆଉଟ ହୋଇଥିଲେ।

ସଦ୍ୟତମ ICC ଟି-୨୦ ରାଙ୍କିଙ୍ଗରେ, ଅଭିଷେକ ଶର୍ମା ୮୯୧ ରେଟିଂ ପଏଣ୍ଟ ସହିତ ନମ୍ବର ୧ରେ ରହିଛନ୍ତି। ଫିଲ ସଲ୍ଟ ନମ୍ବର ୨ରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ଶତକ ହାସଲ କରିଥିବା ପାଥୁମ ନିଶାଙ୍କା ତିନି ଜଣ ବ୍ୟାଟ୍ସମ୍ୟାନଙ୍କୁ ପଛରେ ପକାଇ ନମ୍ବର ୩ରେ ପହଞ୍ଚିଛନ୍ତି। ତିଲକ ବର୍ମା ନମ୍ବର ୪ରେ ଅଛନ୍ତି। ପାକିସ୍ତାନର ସାହିବଜାଦା ଫରହାଦ ଦୁଇ ସ୍ଥାନ ଖସି ୫ ନମ୍ବରକୁ ଯାଇଛନ୍ତି। ସୂର୍ଯ୍ୟକୁମାର ଯାଦବ ନମ୍ବର ୬ରେ ଅଛନ୍ତି। ଜସ ବଟଲର୍‌ ତିନି ସ୍ଥାନ ଖସି ୭ ନମ୍ବରକୁ ଯାଇଛନ୍ତି। ଇଶାନ କିଶାନ ନମ୍ବର ୮ରେ ଅଛନ୍ତି। ନ୍ୟୁଜିଲାଣ୍ଡର ଟିମ ସେଫର୍ଟ ୯ମ ଏବଂ ଟ୍ରାଭିସ ହେଡ ୧୦ମ ସ୍ଥାନରେ ଅଛନ୍ତି।

ବୋଲରଙ୍କ ରାଙ୍କିଂରେ ବରୁଣ ଚକ୍ରବର୍ତ୍ତୀ ନମ୍ବର ୧ରେ ରହିଛନ୍ତି। ରଶିଦ ଖାନ ଗୋଟିଏ ସ୍ଥାନ ଡେଇଁ ଦ୍ୱିତୀୟରେ ପହଞ୍ଚିଛନ୍ତି। ଅବରାର ଅହମ୍ମଦ ତୃତୀୟରେ ଅଛନ୍ତି। ଆଦିଲ ରଶିଦ ଚତୁର୍ଥ ସ୍ଥାନରେ ଅଛନ୍ତି ଏବଂ ଜିମ୍ବାୱେ ବୋଲର ବ୍ରାଡ ଇଭାନ୍ସ ୧୦ ଜଣ ଖେଳାଳିଙ୍କୁ ପଛରେ ପକାଇ ୫ ନମ୍ବରରେ ପହଞ୍ଚିଛନ୍ତି। ୱାନିନ୍ଦୁ ହସରଙ୍ଗା ଷଷ୍ଠ ସ୍ଥାନରେ, ଜାକବ ଡଫି ୭ ନମ୍ବରରେ ଅଛନ୍ତି। ଆଡାମ ଜାମ୍ପା ୮ ନମ୍ବରରେ, ମୁସ୍ତାଫିଜୁର ରହମାନ ୯ ନମ୍ବରରେ ଏବଂ ମହମ୍ମଦ ନୱାଜ ୧୦ ନମ୍ବରରେ ଅଛନ୍ତି।

ସାମ ଆୟୁବ ଟି୨୦ ଅନ୍ତର୍ଜାତୀୟ ଅଲରାଉଣ୍ଡର ରାଙ୍କିଂର ଶୀର୍ଷରେ ପହଞ୍ଚିଛନ୍ତି। ସେ ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜାଙ୍କୁ ପଛରେ ପକାଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୩ ନମ୍ବରରେ ଅଛନ୍ତି। ସ୍କଟଲାଣ୍ଡ ବିପକ୍ଷରେ ନେପାଳକୁ ବିଜୟୀ କରାଇଥିବା ଦୀପେନ୍ଦ୍ର ସିଂହ ଐରି ଦୁଇ ସ୍ଥାନ ଉପରକୁ ଉଠି ୪ ନମ୍ବରରେ ପହଞ୍ଚିଛନ୍ତି। ଆଫଗାନିସ୍ତାନର ଆଜମାତୁଲ୍ଲା ଓମାରଜାଇ ୫ ନମ୍ବରରେ ଅଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

LPG ସିଲିଣ୍ଡର ପିଛା ଦାମ ବଢ଼ିବ ୩୭୦ ଟଙ୍କା; ଡିସେମ୍ବରରେ ହେବ ମୂଲ୍ୟ ବୃଦ୍ଧିି! କ୍ଷତିରେ ଚାଲୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୧।୧୧: ଡିସେମ୍ବର ୨୦୨୬ରେ, ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଉପରେ ‘ଅଣ୍ଡର-ରିକଭରି’ (ଅର୍ଥାତ ଉତ୍ପାଦନ/କ୍ରୟ ମୂଲ୍ୟ ଏବଂ ବିକ୍ରୟ ମୂଲ୍ୟ ମଧ୍ୟରେ ଥିବା ପାର୍ଥକ୍ୟ) ପ୍ରାୟ ୧୩%…

CJP ଦୀପାବଳି ପାର୍ଟିରେ ଯୋଗ ଦେଲେ ବିରୋଧୀ ଦଳର ନେତା; ଅଭିଜିତ ଦୀପକେ, ସୌରଭ ଦାସଙ୍କୁ କ’ଣ କହିଲେ ସୁପ୍ରିୟା ସୁଲେ? ଜାଣନ୍ତୁ…

ନୂଆଦିଲ୍ଲୀ,୧।୧୧: ‘କକରୋଚ ଜନତା ପାର୍ଟି’ (CJP) ଏବଂ କେତେଜଣ ବିରୋଧୀ ଦଳର ନେତାଙ୍କ ମଧ୍ୟରେ ନିକଟତର ହେବାର ସଙ୍କେତ ମିଳୁଛି। ଶନିବାର, ତୃଣମୂଳ କଂଗ୍ରେସ, ସିପିଆଇ(ଏମ) (CPI(M))…

ଏଇ ଭାରତରେ

ଜଙ୍ଗଲରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ହାତୀମାନେ ଜନବସତି ଆଡ଼କୁ ମୁହଁାଉଛନ୍ତି। ଫସଲ ଓ ଧନଜୀବନ ରକ୍ଷା କରିବା ପାଇଁ ମଣିଷ ସେମାନଙ୍କର ମୁକାବିଲା କରୁଛି।…

ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ଭାରତ

ଚଳିତ ୨୦୨୬ ମସିହାରେ ଗଣନା କରାଯାଇଥିବା ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ୧୨୨ଟି ଦେଶ ମଧ୍ୟରେ ଭାରତ ୧୦୩ତମ ସ୍ଥାନ ଅଧିକାର କରିଛି। ଏ କ୍ଷେତ୍ରରେ ଅର୍ଥନୈତିକ ଦୃଷ୍ଟିକୋଣରୁ…

ରହସ୍ୟଘେରରେ ନିଖୋଜ ଶିଶୁ

ସଭ୍ୟତାର କ୍ରମବିକାଶ ସହ ତାଳ ଦେଇ ଅନେକ ଅରୁଚିକର ଘଟଣା ପ୍ରତ୍ୟହ ସଂଘଟିତ ହୋଇ ଆମ ସଂସ୍କୃତି, ଐତିହ୍ୟ ଓ ଉଚ୍ଚ ପରମ୍ପରା ପ୍ରତି ଆହ୍ବାନ ସୃଷ୍ଟି…

କଥା ଓ କାମରେ ପ୍ରଭେଦ

ହିନ୍ଦୁତ୍ୱବାଦୀ ଚିନ୍ତାଧାରାରେ ଥିବା ଭାରତ ସମ୍ପୂର୍ଣ୍ଣ ଭାବେ ଏକ ସମ୍ପ୍ରଦାୟଭିତ୍ତିକ ରାଷ୍ଟ୍ର ନୁହେଁ ବୋଲି ମୁଁ ପୂର୍ବରୁ ଲେଖିଛି। ମୋ ଯୁକ୍ତି ହେଉଛି, ୨୦୦୮ ପୂର୍ବରୁ ନେପାଳ…

୧୦,୦୦୦ ସୁରକ୍ଷା କର୍ମୀ, ୨୫୦ କ୍ୟାମେରା, ରାସ୍ତାରେ ବ୍ୟାରିକେଡ,ଦିଲ୍ଲୀରେ ‘ଇଣ୍ଡିଆ’ (INDIA) ମେଣ୍ଟର ରାଲି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୧।୧୧: ବିରୋଧୀ ମେଣ୍ଟ ‘INDIA’ (ଇଣ୍ଡିଆ) ବ୍ଲକ ପକ୍ଷରୁ ରବିବାର ଦିଲ୍ଲୀର ରାମଲୀଳା ମୈଦାନରେ ଏକ ବିଶାଳ ରାଲି ଆୟୋଜିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ କଂଗ୍ରେସ…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ବନ୍ୟା ଜଳରୁ ୧୦ କୃଷ୍ଣସାର ଉଦ୍ଧାର, ୨ ମୃତ

ଗଞ୍ଜାମ,୧।୧୧,(ଅନାଥ ତରାଇ ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ବନ୍ୟା ଯୋଗୁ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ କେତେକ କୃଷ୍ଣସାର ମୃଗ ଭାସିଯାଉଥିବା ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?