ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ପରୀକ୍ଷା କରାଯାଇଥିବା ମୋଟ ୮୮ଟି ନମୁନା ମଧ୍ୟରୁ ୮ଟି ନମୁନା ନିମ୍ନମାନର ବୋଲି ଜଣାପଡ଼ିଛି।

୨୦୨୫ ମସିହା ମଧ୍ୟରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଖାଦ୍ୟ ପରୀକ୍ଷାଗାରରେ ୮୮ଟି ନମୁନା ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ୮୦ଟି ନମୁନା ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଠିକ୍ ଥିବାବେଳେ ୮ଟି ନମୁନା ନିମ୍ନମାନର ବୋଲି ଚିହ୍ନଟ ହୋଇଛି। ତେବେ ସନ୍ତୋଷଜନକ ବିଷୟ ହେଉଛି ଯେ, କୌଣସି ବି ନମୁନା ‘ଅସୁରକ୍ଷିତ’ କିମ୍ବା ‘ନକଲି ବ୍ରାଣ୍ଡ’ ବୋଲି ମିଳିନାହିଁ।

ଓମଫେଡ୍ (OMFED) ବ୍ୟତୀତ ରାଜ୍ୟରେ ଅନ୍ୟ ୨୨ଟି କମ୍ପାନୀ ଦୁଗ୍ଧ ବ୍ୟବସାୟରେ ନିୟୋଜିତ ଅଛନ୍ତି। ସେଥିମଧ୍ୟରୁ ୧୦ଟି ଓଡ଼ିଶାର ଏବଂ ୧୨ଟି ରାଜ୍ୟ ବାହାରର କମ୍ପାନୀ।

ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ଖାଦ୍ୟ ସୁରକ୍ଷା କମିଶନରେଟ୍ ଦ୍ୱାରା ଏହି ସମସ୍ତ ନମୁନା ସଂଗ୍ରହ ଓ ପରୀକ୍ଷଣ କରାଯାଉଛି। ଖାଦ୍ୟ ସୁରକ୍ଷା ନିୟମ ଅନୁସାରେ ସମସ୍ତ କମ୍ପାନୀ କାର୍ଯ୍ୟ କରୁଛନ୍ତି କି ନାହିଁ, ତାହା ଉପରେ କଡ଼ା ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?