ମାର୍ଚ୍ଚ ୧୬ରେ ରାଜ୍ୟ ସଭା ୩୭ ଆସନରେ ନିର୍ବାଚନ, ଓଡ଼ିଶାରୁ ୪

ଭୁବନେଶ୍ବର,୧୯।୨(ରବିନାରାୟଣ ଜେନା): ରାଜ୍ୟ ସଭାରେ ଖାଲି ହେବାକୁ ଥିବା ୧୦ ରାଜ୍ୟର ମୋଟ ୩୭ ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଏଥିରେ ଓଡ଼ିଶାର ୪ ଆସନ ରହିଛି। ବୁଧବାର ଭାରତର ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ପକ୍ଷରୁ ଏ ସଂକ୍ରାନ୍ତୀୟ ପ୍ରେସ୍‌ ନୋଟ୍‌ ଜାରି କରାଯାଇଛି। ଆୟୋଗଙ୍କ ପକ୍ଷରୁ ଅନୁଶାସନ ସଚିବ ରାଜେଶ କୁମାର ସିଂ ଦର୍ଶାଇଛନ୍ତି, ଦେଶର ୧୦ଟି ରାଜ୍ୟରେ ୩୭ଜଣ ଏମ୍‌ପିଙ୍କ ଅବଧି ଏପ୍ରିଲରେ ଶେଷ ହେଉଛି। ଏହି ପଦ ପୂରଣ ପାଇଁ ଫେବୃଆରୀ ୨୬ରେ ବିଜ୍ଞପ୍ତି ଜାରିହେବ। ମାର୍ଚ୍ଚ ୫ରେ ନାମାଙ୍କନପତ୍ର ଦାଖଲ କରିବାକୁ ଦିନ ଧାର୍ଯ୍ୟ ହୋଇଥିବାବେଳେ ୬ରେ ଯାଞ୍ଚ ଏବଂ ୯ରେ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ମାର୍ଚ୍ଚ ୧୬ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ୫ଟା ପର୍ଯ୍ୟନ୍ତ ଗଣନା କରାଯିବ। ୨୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ରାଜେଶ ସୂଚନା ଦେଇଛନ୍ତି। ପ୍ରିଲ ୨ରେ ଓଡ଼ିଶାର ଏମ୍‌ପି ମମତା ମହାନ୍ତ, ମୁଜିବୁଲ୍ଲା ଖାନ୍‌, ସୁଜିତ କୁମାର ଏବଂ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ପୂରଣ ହେଉଛି। ଏହି ୪ ଆସନରେ ନିର୍ବାଚନ ହେବ।
ମହାରାଷ୍ଟ୍ରର ୭ଜଣ ଏମ୍‌ପିଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଶେଷ ହେଉଛି। ସେମାନଙ୍କ ମଧ୍ୟରେ କରଡ ଡ. ଭଗଓ୍ବତ୍‌ କିସନରାଓ, ଖାନ୍‌ ଡ. ଫଉଜୀ ତେହସିନ ଅହମ୍ମଦ, ଚତୁର୍ବେଦୀ ପ୍ରିୟଙ୍କା ବିକ୍ରମ,ପାଓ୍ବାର ସାରଦଚନ୍ଦ୍ର ଗୋବିନ୍ଦ ରାଓ, ପାଟିଲ ଦୈରଶୀଳ ମୋହନ,ପାଟିଲ ରଜନୀ ଅଶୋକରାଓ, ଆଠଓ୍ବାଲେ ରାମଦାସ ବନ୍ଦୁ ରହିଥିବାବେଳେ ତାମିଲନାଡୁର ଏନ୍‌. ଆର୍‌. ଇଲାଙ୍ଗୋ, ପି.ସେଲଭାରସୁ, ଏମ୍‌.ଥାମ୍ବିଦୁରାଇ, ତିରୁଚି ସିବ, ଡ. କାନିମୋଝି ଏନ୍‌ଭିଏନ୍‌ ସୋମୁ, ଜି.କେ. ଭାସନ, ପଶ୍ଚିମବଙ୍ଗର ସକେତ ଗୋଖଲେ, ରୀତାବ୍ରତ ବାନାର୍ଜୀ, ଏହି ୪ ଆସନରେ ନିର୍ବାଚନ ହେବ। ମହାରାଷ୍ଟ୍ରର ୭ଜଣ ଏମ୍‌ପିଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଶେଷ ହେଉଛି। ସେମାନଙ୍କ ମଧ୍ୟରେ କରଡ ଡ. ଭଗଓ୍ବତ୍‌ କିସନରାଓ, ଖାନ୍‌ ଡ. ଫଉଜୀ ତେହସିନ ଅହମ୍ମଦ, ଚତୁର୍ବେଦୀ ପ୍ରିୟଙ୍କା ବିକ୍ରମ,ପାଓ୍ବାର ସାରଦଚନ୍ଦ୍ର ଗୋବିନ୍ଦ ରାଓ, ପାଟିଲ ଦୈରଶୀଳ ମୋହନ, ପାଟିଲ ରଜନୀ ଅଶୋକରାଓ, ଆଠଓ୍ବାଲେ ରାମଦାସ ବନ୍ଦୁ ରହିଥିବାବେଳେ ତାମିଲନାଡୁର ଏନ୍‌. ଆର୍‌. ଇଲାଙ୍ଗୋ, ପି.ସେଲଭାରସୁ, ଏମ୍‌.ଥାମ୍ବିଦୁରାଇ, ତିରୁଚି ସିବ, ଡ. କାନିମୋଝି ଏନ୍‌ଭିଏନ୍‌ ସୋମୁ, ଜି.କେ. ଭାସନ, ପଶ୍ଚିମବଙ୍ଗର ସକେତ ଗୋଖଲେ, ରୀତାବ୍ରତ ବାନାର୍ଜୀ, ବିକାଶ ରଞ୍ଜନ ଭଟ୍ଟାଚାର୍ଯ୍ୟ, ମଉସମ ନୁର୍‌, ସୁବ୍ରତ ବକ୍ସି, ଆସାମର ରାମେଶ୍ୱର ନେଲି, ଭୁବନେଶ୍ୱର କଲିତା, ଅଜିତ କୁମାର ଭୂୟାଁ, ବିହାରର ଅମରେନ୍ଦ୍ର ଧରି ସିଂ, ପ୍ରେମଚାନ୍ଦ ଗୁପ୍ତା, ରାମନନାଥ ଠାକୁର, ଉପେନ୍ଦ୍ର ଖୁସ୍‌ଓ୍ବାହା, ହରିବଂଶ ନାରାୟଣ ସିଂ, ଛତିଶଗଡ଼ର କବି ତେଜପାଲ ସିଂ ତୁଲସୀ, ଫଉଲୋଦେବୀ ନେତମ, ହରିୟାଣାର କିରଣ ଚୌଧରୀ, ରାମଚନ୍ଦେର ଜଙ୍ଗରା, ହିମାଚଳ ପ୍ରଦେଶର ଇନ୍ଦୁବାଳା ଗୋସ୍ବାମୀ, ତେଲଙ୍ଗାନାର ଡ. ଅଭିଷେକ ମନୁ ସିଂଙ୍ଗଭୀ ଏବଂ କେ. ଆର୍‌. ସୁରେଶ ରେଡ୍ଡୀ ରହିଛନ୍ତି।
ଅନୁ ସଚିବ ଦର୍ଶାଇଛନ୍ତି, ଏହି ନିର୍ବାଚନ ପ୍ରକ୍ରିୟା ବେଳେ ରିଟନର୍ିଂ ଅଫିସରମାନେ ପ୍ରଦତ୍ତ କରିଥିବା କେବଳ ବାଇଗଣୀ ରଙ୍ଗର ସ୍କେଚ୍‌ ପେନ୍‌କୁ ବାଲାଟ ପେପରରେ ବ୍ୟବହାର କରାଯିବ। ନିର୍ବାଚନ ପର୍ଯ୍ୟବେକ୍ଷକମାନେ ଯେଭଳି ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାକୁ ତୀକ୍ଷ୍ଣ ଭାବେ ନିରୀକ୍ଷଣ କରିବେ ସେଥିପ୍ରତି ଦୃଷ୍ଟିଦେବାକୁ ଇସିଆଇ ନିର୍ଦ୍ଦେଶ ଦେଇଥିବା ରାଜେଶ କୁମାର ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁମ୍ମା ଘାଟିରେ ଓଲଟିଲା ଟ୍ରଲର: ରାୟଗଡ଼ା-କୋରାପୁଟ ରାସ୍ତା ଜାମ

ରାୟଗଡ଼ା, ୭୧୦(ସଂକେତ ପାତ୍ର): ରାୟଗଡ଼ା ଜିଲା ଗୁମ୍ମା ଘାଟିରେ ଏକ ଟ୍ରଲର ଓଲଟି ପଡ଼ିବାରୁ ରାୟଗଡ଼ା-କୋରାପୁଟ ମୁଖ୍ୟ ରାସ୍ତାରେ ଯାତାୟାତ ଜାମ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି ବୋଲର୍‌: ପ୍ରଥମ ଭାରତୀୟ ସ୍ପିନର୍‌ ଭାବେ କଲେ ଏମିତି କାରନାମା

ଲକ୍ଷ୍ନୌ,୭।୧୦: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ଅଲରାଉଣ୍ଡର ନମନ ଧୀର ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆକ୍ରମଣାତ୍ମକ ବ୍ୟାଟିଂ…

ବଡ଼ ଉପଲବ୍ଧି ହାସଲ କଲେ ମୋଦି: ଛୁଟୁଛିୁ ଶୁଭେଚ୍ଛାର ସୁଅ, ଜାଣନ୍ତୁ ପୂରା ରାଜନୈତିକ ଘଟଣା

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।…

ମୋଦିଙ୍କ ୨୫ ବର୍ଷର ସଫଳତାକୁ ପ୍ରଶଂସା: କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ,ଅଶ୍ୱିନ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୭ା୧୦(ପି.ଟି.):ଗୁଜରାଟ ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ଗତ ୨୫ ବର୍ଷର ସଫଳତାକୁ ପ୍ରଶଂସାକରି ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ ହୋଇଛି। ଏହି…

ଚୌକା-ଛକା ବର୍ଷା କରି ୪ ବଡ଼ ରେକର୍ଡ ଭାଙ୍ଗିଦେଲେ ଶ୍ରେୟସ ଆୟର

ଲକ୍ଷ୍ନୌ,୭।୧୦: ଶ୍ରେୟସ ଆୟରଙ୍କ ଧୂଆଁଧାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୮ ଉଇକେଟରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ମିଳୁନି ପାନୀୟଜଳ, ସଫା ହେଉନି ଶୌଚାଳୟ

ଝାରସୁଗୁଡ଼ା, ୭ା୧୦(ଆଶିଷ ରଞ୍ଜନ ଦାଶ):ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମି ସୁଦୃଢ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ପ୍ରଶାସନିକ ଅବହେଳା ଯୋଗୁ ଝାରସୁଗୁଡ଼ା…

ଆସନ୍ତା ୮ରେ ଓଡ଼ିଶା ବନ୍ଦ ଡାକରା: ଡିଇଏଲ୍‌ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

କଟକ,୭।୧୦(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ (ଡିଇଏଲ୍‌ଇଡି) ପରୀକ୍ଷା ଗତ ୩ ତାରିଖରୁ ଆରମ୍ଭ ହୋଇଛି। ଅଦ୍ୟାବଧି ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?