Posted inଜାତୀୟ

ଏଆଇ ସମିଟ୍‌: ଚାଇନା ରୋବୋକୁ ନେଇ ବିବାଦ

ନୂଆଦିଲ୍ଲୀ,୧୯ା୨(ରଏଟର୍ସ/ପିଟି):ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଚାଇନା ନିର୍ମିତ ଏକ ରୋବୋଟିକ୍‌ ଡଗ୍‌କୁ ବୁଧବାର ଘରୋଇ ବିଶ୍ୱବିଦ୍ୟାଳୟ ଗାଲ୍‌ଗୋଟିଆସ୍‌ ନିଜର ବୋଲି ଦର୍ଶାଇବା ନେଇ ବଡ଼ ବିବାଦ ମୁଣ୍ଡ ଟେକିଛି। ସ୍ବଦେଶୀ ସମିଟ୍‌ରେ ଚାଇନା ମାଲ୍‌କୁ ପୂରାଇ ନିଜର ବୋଲି ଦାବି କରିବା କେତେ ଯୁକ୍ତିଯୁକ୍ତ ବୋଲି ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇବା ସହ ଏହି ପ୍ରସଙ୍ଗରେ କେନ୍ଦ୍ରକୁ ଘେରିଛନ୍ତି। ଇତିମଧ୍ୟରେ ଉକ୍ତ ଫ୍ଲାଗ୍‌ଶିପ୍‌ କୃତ୍ରିମ ବୁଦ୍ଧିମତ୍ତା ସମ୍ମିଳନୀ ଛାଡ଼ି ଚାଲିଯିବା ପାଇଁ ଗାଲ୍‌ଗୋଟିଆସ୍‌ ୟୁନିଭର୍ସିଟିକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନିଜର ହୋଇ ନ ଥିବା କୌଣସି ଉପକରଣର ପ୍ରଦର୍ଶନ କରାଇବାକୁ ସରକାର ଚାହୁଁନାହାନ୍ତି ବୋଲି ଆଇଟି ସଚିବ ଏସ୍‌. କ୍ରିଷ୍ଣନ୍‌ ସଫେଇ ଦେଇଛନ୍ତି। ଶେଷରେ ଏଭଳି ଦ୍ୱନ୍ଦ୍ୱକୁ ନେଇ ଗାଲ୍‌ଗୋଟିଆସ୍‌ କ୍ଷମା ମାଗିଛି।

ଗତବର୍ଷ ଫେବୃଆରୀରେ ପ୍ୟାରିସ୍‌ରେ ଏଆଇ ଆକ୍ସନ ସମିଟ୍‌ ଆୟୋଜିତ ହୋଇଥିଲା। ଚଳିତବର୍ଷ ଭାରତ ସରକାର ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଏଆଇ ଇମ୍ପାକ୍ଟ ସମିଟ୍‌ର ଆୟୋଜନ କରୁଛନ୍ତି। ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଫେବୃଆରୀ ୧୬ରେ କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍କିତ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଥିବାବେଳେ ସମିଟ୍‌ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଆଇ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ଭାରତର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନ, ଆଇଟି ପ୍ରତିଷ୍ଠାନଗୁଡ଼ିକୁ ଏଥିରେ ଭାଗନେଇ ନିଜ ଉପକରଣ ପ୍ରଦର୍ଶନର ସୁଯୋଗ ମିଳିଛି। ଏହି ପରିପ୍ରେକ୍ଷୀରେ ଘରୋଇ ବିଶ୍ୱବିଦ୍ୟାଳୟ ଗାଲ୍‌ଗୋଟିଆସ୍‌ ୟୁନିଭର୍ସିଟିକୁ ସେଠାରେ ଏକ ଷ୍ଟଲ୍‌ ଦିଆଯାଇଥିଲା। ଉକ୍ତ ଷ୍ଟଲ୍‌ରେ ଥିବା ଏକ ରବୋଟିକ୍‌ ଡଗ୍‌କୁ ଗାଲ୍‌ଗୋଟିଆସ୍‌ ୟୁନିଭର୍ସିଟି ନିଜ ପ୍ରଡକ୍ଟ କହି ପ୍ରଦର୍ଶନ କରୁଥିଲା ଏବଂ ତା’ର ନଁା ‘ଓରିଅନ୍‌’ ଦିଆଯାଇଥିଲା। ୟୁନିଭର୍ସିଟିର ଯୋଗାଯୋଗ ବିଭାଗ ପ୍ରଫେସର ନେହା ସିଂ ‘ଦୂରଦର୍ଶନ’ ନ୍ୟୁଜ୍‌ ଚ୍ୟାନେଲକୁ କହିଥିଲେ, ଏହି ରୋବୋଟିକ୍‌ ଡଗ୍‌ ଗାଲ୍‌ଗୋଟିଆସ୍‌ ୟୁନିଭର୍ସିଟିର ସେଣ୍ଟର ଅଫ୍‌ ଏକ୍ସିଲେନ୍ସ (ଉତ୍କର୍ଷ କେନ୍ଦ୍ର) ଦ୍ୱାରା ବିକଶିତ ହୋଇଛି। ଆପଣଙ୍କୁ ଓରିଅନ୍‌କୁ ଭେଟିବାକୁ ପଡ଼ିବ। ନେହା ସିଂଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କିନ୍ତୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ତତ୍‌କ୍ଷଣାତ୍‌ ଉକ୍ତ ରୋବୋକୁ ଚିହ୍ନିପାରିଥିଲେ। ଚାଇନା ପ୍ରସ୍ତୁତ ୟୁନିଟ୍ରି ରୋବୋଟିକ୍ସର ମୂଲ୍ୟ ୨,୮୦୦ ଆମେରିକୀୟ ଡଲାର, ଯାହାକୁ ବିଶ୍ୱବ୍ୟାପୀ ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ବହୁଳ ଭାବେ ବ୍ୟବହାର କରାଯାଇଥାଏ। ଏହି ଉପାଖ୍ୟାନ ଭାରତର ଏଆଇ ମହତ୍ତ୍ୱାକାଂକ୍ଷାକୁ ଅଡ଼ୁଆରେ ପକାଇବା ସହ କେନ୍ଦ୍ର ସରକାରଙ୍କୁ ସମାଲୋଚିତ କରିଛି। ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିବାଦ ସୃଷ୍ଟି ହେବା ପୂର୍ବରୁ ଉକ୍ତ ଭିଡିଓ କ୍ଲିପ୍‌କୁ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଅଶ୍ୱିନୀ ଏଥିରେ ଲେଖିଥିଲେ, ଭାରତର ସାର୍ବଭୌମ ମଡେଲ୍‌ଗୁଡ଼ିକ ବୈଶ୍ୱିକ ମାପଦଣ୍ଡ ଅନୁସାରେ କାର୍ଯ୍ୟ କରୁଛି। ଏହା ଆମ ଇଞ୍ଜିନିୟର ଓ ନବୋନ୍ମେଷକମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ତେବେ ହଟହଟା ହେବା ପରେ ଅଶ୍ୱିନୀ ସେହି ପୋଷ୍ଟକୁ ଡିଲିଟ୍‌ କରିଦେଇଥିଲେ। ଏହା ଉପରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ର ‘X’ରେ ସମାଲୋଚନା କରି କହିଛନ୍ତି, ପୋଷ୍ଟ ଡିଲିଟ୍‌ କରିଦେଲେ ବାସ୍ତବତା ବଦଳିଯାଏ ନାହିଁ। ଆପଣ ଭାରତକୁ ଉପହାସର ପାତ୍ର କରିଦେଇଛନ୍ତି। ଯଦି ନିଜ ଦାୟିତ୍ୱ ତୁଲାଇପାରୁ ନାହାନ୍ତି ତେବେ ମନ୍ତ୍ରୀପଦ ଛାଡ଼ି ଗାଲ୍‌ଗୋଟିଆସ୍‌ର ଘୂର୍ଣ୍ଣନ ପ୍ରଫେସର ଭାବେ ଯୋଗଦେଇପାରନ୍ତି ବୋଲି ମହୁଆ ନିଜ ପୋଷ୍ଟରେ ଉଲ୍ଳେଖ କରିଛନ୍ତି। ସେହିପରି କଂଗ୍ରେସ ନେତା ପଓ୍ବନ ଖେରା କହିଛନ୍ତି, କେନ୍ଦ୍ରରେ ଏକ ‘ଗାଲ୍‌ଗୋଟିଆସ୍‌ ସରକାର’ ଚାଲିଛି। ‘ଗାଲ୍‌ଗୋଟିଆସ୍‌ ସରକାର’ ଭାରତରେ କେବଳ ଗାଲ୍‌ଗୋଟିଆସ୍‌ ଭଳି ବିଶ୍ୱବିଦ୍ୟାଳୟକୁ ପ୍ରୋତ୍ସାହନ ଦେଇଛନ୍ତି। ଭାରତରେ ଥିବା ଅନେକ ଅଗ୍ରଣୀ ତଥା ବୈଶ୍ୱିକ ଟେକ୍‌ ଏକ୍‌ଜିକ୍ୟୁଟିଭ୍‌ କଂଗ୍ରେସ ଦ୍ୱାରା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠ ପଢ଼ିଛନ୍ତି।
ସେପଟେ ବିବାଦୀୟ ଓ ସମାଲୋଚିତ ହେବା ପରେ ଉଭୟ ଗାଲ୍‌ଗୋଟିଆସ୍‌ ଏବଂ ପ୍ରଫେସର ନେହା ସିଂ ଉକ୍ତ ରୋବୋ ତାଙ୍କ ୟୁନିଭର୍ସିଟି ଦ୍ୱାରା ବିକଶିତ କରାଯାଇନାହିଁ। ୟୁନିଭର୍ସିଟି ଏହାକୁ କେବେ ନିଜର ବୋଲି ଦାବି କରିନାହିଁ। ଏହା ଦ୍ୱନ୍ଦ୍ୱ ଯୋଗୁ ସୃଷ୍ଟି ହୋଇଥିବା ଏକ ବିବାଦ କହି ବିଶ୍ୱବିଦ୍ୟାଳୟ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଥିବା କୁହାଯାଇଛି। ପ୍ରଫେସର ନେହା ସିଂ ଉକ୍ତ ରୋବୋ ଡଗ୍‌ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ନ ଥିବାରୁ ଭୁଲ୍‌ ସୂଚନା ଦେଇଥିଲେ ବୋଲି ଗାଲ୍‌ଗୋଟିଆସ୍‌ ସଫେଇ ଦେଇଛି। ଆୟୋଜକଙ୍କ ଭାବାବେଗକୁ ବୁଝି ଭାରତ ମଣ୍ଡପମ୍‌ରେ ମିଳିଥିବା ଷ୍ଟଲ୍‌କୁ ଛାଡ଼ି ଦିଆଯାଇଥିବା ଗାଲ୍‌ଗୋଟିଆସ୍‌ କହିଛି। ସରକାରଙ୍କ ଆଇଟି ସଚିବ ଏସ୍‌. କ୍ରିଷ୍ଣନ୍‌ କହିଛନ୍ତି, ନିଜର ହୋଇ ନ ଥିବା କୌଣସି ଉପକରଣକୁ କେହି ନିଜର ବୋଲି ଦାବି କରନ୍ତୁ, ତାହା ସରକାର ଚାହାନ୍ତି ନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri