ଭୁବନେଶ୍ୱର,୨୭।୩(ବ୍ୟୁରୋ): ଭୁବନେଶ୍ବରର ଗଳିକନ୍ଦିଠାରୁ ଆରମ୍ଭ କରି ପ୍ରମୁଖ ରାସ୍ତା ଯାଏ ସବୁଠି ଆମିଷ ଦୋକାନ ଖୋଲୁଛି। ଫଳରେ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ପରିବେଶ ଦୂଷିତ ହେଉଛି। ହକି ବିଶ୍ବକପ୍ ପୂର୍ବରୁ ବିଏମ୍ସି ପକ୍ଷରୁ ପ୍ରମୁଖ ରାସ୍ତାରୁ ଆମିଷ ବ୍ୟବସାୟୀଙ୍କୁ ହଟା ଯାଇଥିଲା। ମାତ୍ର ଏବେ ପୁଣି ରାସ୍ତାକଡ଼ରେ ଆମିଷ ପସରା ମେଲି ଥିବାରୁ ଏହାର ସ୍ଥାୟୀ ସମାଧାନ ଲାଗି ପଦକ୍ଷେପ ନେଉଛି ବିଏମ୍ସି। ଏଥିପାଇଁ ସବୁ ଓ୍ବାର୍ଡରେ ସ୍ଥାୟୀ ତଥା ସ୍ବତନ୍ତ୍ର ଆମିଷ ବଜାର ଖୋଲିବାକୁ ନିଷ୍ପତ୍ତି ହୋଇଛି। ବିଏମସି ମାର୍କେଟ ବିଭାଗ ଉପଆୟୁକ୍ତଙ୍କ ପକ୍ଷରୁ ଏ ନେଇ ସହର ମୁଖ୍ୟ ଯନ୍ତ୍ରୀ, ଲ୍ୟାଣ୍ଡ ବିଭାଗ ଉପଆୟୁକ୍ତ ଓ ୩ ଜୋନର ଜୋନାଲ ଡେପୁଟି କମିଶନରଙ୍କୁ ଚିଠି କରାଯିବା ସହ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ବର ନନ୍ଭେଜ ଫେଡେରେଶନ (ମଟନ) ସମ୍ପାଦକ ଏସ. କେ. ସର୍ଜନଙ୍କ ଦ୍ବାରା ହୋଇଥିବା ଚିଠି ଆଧାରରେ ସବୁ ୱାର୍ଡରେ ଆମିଷ ବଜାର ଲାଗି ଜମି ଚିହ୍ନଟ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ, ମେୟର ସୁଲୋଚନା ଦାସଙ୍କୁ ଚିଠିର ନକଲ ପ୍ରଦାନ କରାଯାଇଛି। ସେହିପରି ସ୍ଥାନ ଚିହ୍ନଟ ପରେ ମାର୍କେଟ ବିଭାଗକୁ ଏନେଇ ପ୍ରଥମେ ଅବଗତ କରାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ନଭେମ୍ବରରୁ ଆମିଷ ବ୍ୟବସାୟୀଙ୍କୁ ସ୍ବତନ୍ତ୍ର ସ୍ଥାନରେ ଥଇଥାନ କରିବା ସହ ସେମାନଙ୍କ ଲାଗି ଆମିଷ ବଜାର କରିବାକୁ ବିଏମସି ପ୍ରତିଶ୍ରୁତି ଦେଇଛି। ମାତ୍ର ଏବେ ହୋଇଥିବା ଚିଠିକୁ ନେଇ ଭୁବନେଶ୍ବର ନନ୍ଭେଜ ଫେଡେରେଶନ (ମଟନ) ପକ୍ଷରୁ ବିଏମସିକୁ ଧନ୍ୟବାଦ ଦିଆଯାଇଛି।
AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ
ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...
ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ
ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...
ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ
ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...
ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…
ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...
ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ
ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...
ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ
ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...
ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ
ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...
ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ
ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...
Archives


