ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ ଦଳ ଭୂମିକା ଠିକ୍‌ ଭାବେ ତୁଲାଉଛି ନା ନାହିଁ ସେଭଳି ଅନେକ ପ୍ରସଙ୍ଗରେ ସବୁବେଳେ ଆଲୋଚନା ହେଇଆସୁଛି। ବିଜେଡି ଉପରେ ଭରସା ରଖୁଥିବା ଏବଂ ଆଞ୍ଚଳିକ ଦଳର ଆଧିପତ୍ୟ ବଢ଼ିବା ଦିଗରେ ଅପେକ୍ଷାକରି ରହିଥିବା ରାଜ୍ୟର ବହୁ ନେତା, କର୍ମୀ ଏବଂ ସାଧାରଣ ଲୋକ ବହୁ କିଛି ଜାଣିବାର ଆବଶ୍ୟକତା ରହିଛି। ସେଦିଗରେ ‘ଧରିତ୍ରୀ’ ପକ୍ଷରୁ ସ୍ୱତନ୍ତ୍ର ଏବଂ ସଂକ୍ଷେପରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ତର୍ଜମା କରାଯାଇଛି। ଯାହା ତର୍ଜମା ହୋଇଛି ତାକୁ ଯଦି ପରଖାଯାଏ ତେବେ ଓଡ଼ିଶାରେ ଭାଜପା ରାଜନୈତିକ ଅଙ୍କରେ ତତ୍କାଳୀନ ବିଜେଡି ସରକାରକୁ ଯେ ସଫା କରିଦିଆଯାଇଛି, ଏକଥାକୁ ଏଡ଼ାଇଦିଆଯାଇ ନ ପାରେ। ଏ ‘ସଫା’  ଶବ୍ଦର ୨ଟି ଅର୍ଥ ବୁଝାଯାଇପାରେ। ପ୍ରଥମ ‘ସଫା’ ଟି ହେଉଛି ଅତ୍ୟନ୍ତ ଶକ୍ତିଶାଳୀ ଦିଶୁଥିବା ବିଜୁ ଜନତା ଦଳ କ୍ଷମତା ହରାଇବସିଲା। ଦ୍ୱିତୀୟ ‘ସଫା’ ଟି ହେଉଛି, ଅନେକ ବୃହତ୍‌ ଦୁର୍ନୀତି ସହ ସରକାରୀ କ୍ଷମତା ଓ ଅର୍ଥ ଅପବ୍ୟବହାରର ଦୋଷାରୋପ ଲୋକଲୋଚନକୁ ଆସିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ପୂର୍ୱତନ ସରକାରର କୌଣସି ମୁଣ୍ଡିଙ୍କ ବିରୋଧରେ କିଞ୍ଚିତ୍‌ ମାତ୍ର କାର୍ଯ୍ୟାନୁଷ୍ଠାନ ଜାଣିଶୁଣି ଗ୍ରହଣ କରାଯାଇ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେଉଁମାନେ ସେହି ଅଙ୍କ କଷି ଭାଜପାକୁ ବିଜୟର ସ୍ୱାଦ ଦେଇଥିଲେ ସେମାନେ ଏବେ ଖୁବ୍‌ ସୁରକ୍ଷିତ ଭାବେ କେନ୍ଦ୍ରରେ ଅଛନ୍ତି। ହେଲେ ସେମାନଙ୍କ କଥା ଆଉ ଚର୍ଚ୍ଚାକୁ ଆସୁନାହିଁ।
ରାଜ୍ୟର ମୋଟ୍‌ ୨୧ ଲୋକ ସଭା କ୍ଷେତ୍ର ମଧ୍ୟରୁ ୨୦ଟି ଆସନରେ ଭାଜପା ଏବଂ ଗୋଟିଏ ଆସନକୁ କଂଗ୍ରେସ ଦଖଲ କରିବାରେ ସଫଳ ହୋଇଛି। ହେଲେ ବିଗତ ଦିନରେ ୨୧ରୁ ୨୦ ଲୋକ ସଭା ଆସନରେ ବିଜୟୀ ହୋଇ ଜାତୀୟ ରାଜନୀତିରେ ପତିଆରା ରଖୁଥିବା କରୁଥିବା ବିଜେଡି ୨୦୨୪ ସାଧାରଣ ନିର୍ୱାଚନରେ ‘ଶୂନ’ରେ ପହଞ୍ଚିଯାଇଛି। ଓଡ଼ିଶାର ପ୍ରାୟ ଅଧିକାଂଶ ଲୋକଙ୍କୁ ଜଣାଥିବ ଗତ ନିର୍ୱାଚନରେ ଓଡ଼ିଶାରୁ ୨୦ ଲୋକ ସଭା ଆସନରେ ବିଜୟୀହେବା ଯୋଗୁ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଗଠନ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଫଳ ହୋଇପାରିଲେ। ମାତ୍ର ୨୦୧୪ର ମୋଦି ହାଓ୍ୱା ଏବଂ ୨୦୧୯ ପୁଲ୍‌ଓ୍ୱାମା ପାଇଁ ଦେଶବ୍ୟାପୀ ପ୍ରବଳ ସମର୍ଥନ ସତ୍ତ୍ୱେ ସେତେବେଳେ ଓଡ଼ିଶା ଭୋଟରଙ୍କ ଏତିକି ସହଯୋଗ ଭାଜପାକୁ ମିଳି ନ ଥିଲା। ୨୦୨୪ରେ କିନ୍ତୁ ଦେଶର ରାଜନୈତିକ ପାଣିପାଗ ଏକ ଭିନ୍ନ ଦିଗ ଦେଇ ଗତି କରିବା ବେଳେ ଓଡ଼ିଶା କିପରି ବିପରୀତ ମୁଖୀ ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ୱାଭାବିକ। ଏଭଳି କଥା ଉପରେ ଦ୍ୱନ୍ଦ୍ୱରେ ରହିଥିବା ଅନେକ ରାଜନୈତିକ ବ୍ୟକ୍ତି ଜାଣନ୍ତି, ଓଡ଼ିଶାରେ ବିଜେଡି, ଭାଜପା ଏବଂ କଂଗ୍ରେସ ମଧ୍ୟରେ ଦୀର୍ଘବର୍ଷ ଧରି ଚାଲୁଥିବା ତ୍ରିମୁଖୀ ଲଢ଼େଇ ସବୁବେଳେ ବିଜୁ ଜନତା ଦଳକୁ ସୁହାଇଆସୁଥିଲା। କୌଶଳକ୍ରମେ ସେହି ରାଜନୈତିକ ଅଙ୍କ ଉପରେ ପ୍ରଥମେ ଶକ୍ତ ପ୍ରହାର କରାଗଲା। ଏପରି ଏକ ରାଜନୈତିକ ବାତାବରଣ ସୃଷ୍ଟି କରାଗଲା ଯେପରି ‘ତ୍ରିମୁଖୀ’ ଲଢ଼େଇ ଦ୍ୱିମୁଖୀ ହେବ। ଏଥିପାଇଁ ଭାଜପା ପକ୍ଷରୁ ୨୦୧୪ ପରଠାରୁ ଦିଆଯାଉଥିବା ‘କଂଗ୍ରେସ ମୁକ୍ତ ଭାରତର’ ନାରାକୁ ବିଜେଡିରେ ଶକ୍ତିଶାଳୀ କେତେଜଣ  ଅଫିସରଙ୍କ ଜରିଆରେ ସଫଳ କରାଇବାର ଉଦ୍ୟମ ଆରମ୍ଭ ହେଲା। ଓଡ଼ିଶାର ସବୁ ଲୋକ ସଭା ଆସନରେ ବିଜେଡିର ପ୍ରାର୍ଥୀ ଚୟନ ଏବଂ ସେହି ସମୟରେ କଂଗ୍ରେସରେ ନିଜର ପତିଆରା ରଖୁଥିବା କେଉଁସବୁ ନେତା ବିଜୁ ଜନତା ଦଳକୁ ଆସି ପ୍ରାର୍ଥୀ ହୋଇଥିଲେ ତା’ ଉପରେ ନଜର ପକାଇଲେ ସମସ୍ତେ ଏହା ବୁଝିପାରିବେ।
ଉଦାହରଣ ସ୍ୱରୂପ କେନ୍ଦ୍ରାପଡ଼ା ଲୋକ ସଭା ଆସନକୁ ଦେଖିବା। ଏହି ଲୋକ ସଭା ଆସନରୁ ୨୦୨୪ ନିର୍ୱାଚନରେ ବୈଜୟନ୍ତ ପଣ୍ଡା ଭାଜପାରୁ ପ୍ରାର୍ଥୀ ହୋଇ ୬, ୧୫, ୭୦୫ ଖଣ୍ଡ ଭୋଟ ପାଇ ବିଜେଡି ଟିକେଟରେ ଲଢୁଥିବା ଅଂଶୁମାନ ମହାନ୍ତିଙ୍କୁ ୬୬, ୫୩୬ ଖଣ୍ଡ ଭୋଟରେ ହରାଇଲେ। କଂଗ୍ରେସରୁ ଆସି ବିଜେଡିରୁ ଟିକେଟ ନେଇଥିବା ଅଂଶୁମାନ ସେହି ନିର୍ୱାଚନରେ ମୋଟ୍‌ ୫,୪୯,୧୬୯ ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ସିଦ୍ଧାର୍ଥ ସ୍ୱରୂପ ଦାସ ୯୪,୮୩୨ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ରହିଲେ। କଥା ହେଉଛି କେନ୍ଦ୍ରାପଡ଼ାରେ ଭାଜପା ପ୍ରାର୍ଥୀ ବାସ୍ତବରେ ୨୦୧୯ ନିର୍ୱାଚନ ତୁଳନାରେ ୨୦୨୪ରେ କେତେ ଅଧିକ ଭୋଟ ପାଇ ଜିତିଲେ। ଏହାକୁ ଜାଣିବା ପାଇଁ ୨୦୧୯ ନିର୍ୱାଚନର ଫଳାଫଳ ବିଷୟରେ ଜାଣିବା ଜରୁରୀ। ୨୦୧୯ରେ ବୈଜୟନ୍ତ ଭାଜପାରୁ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଠାରୁ ୧,୮୧,୪୮୩ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ। ସେଥର ଅନୁଭବଙ୍କୁ ମୋଟ୍‌ ୬,୨୮,୯୩୯ ଏବଂ ବୈଜୟନ୍ତଙ୍କୁ ୪,୪୭,୪୫୬ ଭୋଟ ମିଳିଥିଲା। କଂଗ୍ରେସରୁ ସେହି ସମୟରେ ଧରଣୀଧର ନାୟକ ପ୍ରାର୍ଥୀ ହୋଇ ମୋଟ୍‌ ୧,୧୩,୮୪୧ ଖଣ୍ଡ ଭୋଟ ପାଇଥିଲେ। ଭାଜପା ୨୦ ଲୋକ ସଭା ଆସନ କିପରି ନେଲା ତାହାକୁ ତର୍ଜମା କଲେ, ବିଜୁ ପରିବାରର ଗଡ଼ ଭାବେ ପରିଚିତ କେନ୍ଦ୍ରାପଡ଼ା ହେଉଛି ଏକ ଜ୍ୱଳନ୍ତ ଉଦାହରଣ । ଓଡ଼ିଶାର ସବୁ ଲୋକ ସଭା ଆସନରେ ସମାନ ଢଙ୍ଗରେ ଏଭଳି କାର୍ଯ୍ୟକ୍ରମ ହୋଇଥିବା ଏଥିରୁ ବୁଝାପଡୁଛି। ନବରଙ୍ଗପୁରରେ ପ୍ରଦୀପ ମାଝୀଙ୍କୁ ଏବଂ ବଲାଙ୍ଗୀରରେ ସୁରେନ୍ଦ୍ର ସିଂଭୋଇଙ୍କୁ କଂଗ୍ରେସରୁ ଆଣି ପ୍ରାର୍ଥୀ କରିବା ଏହିଭଳି ଆହୁରି ୨ଟି ବଡ଼ ଉଦାହରଣ ଭାବେ ନିଆଯାଇପାରେ। ଏହି ୨ ଆସନରେ କଂଗ୍ରେସର ଟାଣୁଆ ନେତାଙ୍କୁ ଆଣି ବିଜେଡି ପ୍ରାର୍ଥୀ କରିବା ଦ୍ୱାରା ସିଧାସଳଖ ଲାଭ ଭାଜପାକୁ ଯିବା ସହ ‘କଂଗ୍ରେସ ମୁକ୍ତ ଭାରତ’ର ନାରା ମଧ୍ୟ ସଫଳ ହୋଇପାରିଲା। ସେହି ସମୟରେ ରାଜ୍ୟ ରାଜନୀତିକୁ ବୁଝୁଥିବା ବହୁ ବିଜେଡି ନେତା ଏହା ଭୁଲ୍‌ ହେଉଛି ବୋଲି ଜାଣିବା ସତ୍ତ୍ୱେ କାହା ହାତରେ ଏହାକୁ ବଦଳାଇବାର ପଘା ନ ଥିଲା ଜାଣିବା ସତ୍ତ୍ୱେ ସମସ୍ତଙ୍କ ପୀଡ଼ା ହେଉଥିଲା। ୨ ଜଣ ବରିଷ୍ଠ ଆଇପିଏସ୍‌ ଅଫିସର ଜଣେ ତୃତୀୟ ମହଲାରେ ବସୁଥିଲେ ଏବଂ ଅନ୍ୟ ଜଣଙ୍କ ଗ୍ରାଉଣ୍ଡରେ ରହି ଯାହା ରିପୋର୍ଟ ପ୍ରସ୍ତୁତ କରି ଦେଉଥିଲେ ତାହା ବିଜେଡିରେ ସର୍ୱମାନ୍ୟ ହେଉଥିଲା।
ସୂଚନାଯୋଗ୍ୟ, ବିଜେଡି ଶାସନ ସମୟରେ ବରିଷ୍ଠ ଆଇପିଏସ୍‌ ଅଫିସର ଆଶିଷ ସିଂ ଏବଂ ଡି.ଏସ୍‌. କୁଟ୍ଟେ ବହୁ କ୍ଷମତାଶାଳୀ ଥିବା କଥା ଭାଜପା ବାରମ୍ୱାର ଅଭିଯୋଗ କରୁଥିଲା। ସେମାନେ ବିଜେଡି ପାଇଁ କାମ କରୁଛନ୍ତି ବୋଲି ଅଭିଯୋଗ କରି ସେମାନଙ୍କ ବିରୋଧରେ ନିର୍ୱାଚନ କମିଶନ ଏବଂ ରାଜ୍ୟପାଳଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲା। ଅବଶ୍ୟ ଏବେ ସେମାନଙ୍କ ବିଷୟରେ ଆଉ କେହି କିଛି ଅଭିଯୋଗ କରୁନାହାନ୍ତି। କେବଳ ସେତିକି ନୁହେଁ, ଆଶିଷ ସିଂ ତାଙ୍କର ସଫଳତା ପାଇବା ଭଳି ଏବେ କେନ୍ଦ୍ର ସରକାରଙ୍କ ଇଣ୍ଡୋ-ଟିବେଟାନ୍‌ ବର୍ଡର ପୋଲିସ (ଆଇଟିବିପି)ର ଆଇଜି ଭାବେ ନିଯୁକ୍ତି ପାଇଛନ୍ତି। ସେହିଭଳି ଡି.ଏସ୍‌. କୁଟ୍ଟେ ପୁରସ୍କାର ସ୍ୱରୂପ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ବର୍ଡର ସିକ୍ୟୁରିଟି ଫୋର୍ସ ଆଇଜି ଭାବେ ନିଯୁକ୍ତି ପାଇ ରାଜନୈତିକ ଦୋଷାରୋପର ଅନେକ ଦୂରରେ ଅଛନ୍ତି। ୨୦୨୪ ନିର୍ୱାଚନ ପୂର୍ୱରୁ ବିଜେଡି ପ୍ରତି କେନ୍ଦ୍ରର ଆଭିମୁଖ୍ୟ ନେଇ ବର୍ତ୍ତମାନ ରାଜ୍ୟ ଶାସକ ଦଳର ଯେଉଁ ନେତାମାନେ କ୍ଷମତାରେ ଅଛନ୍ତି ସେମାନେ ସବୁ ଦ୍ୱନ୍ଦ୍ୱରେ ରହୁଥିଲେ। କିନ୍ତୁ ଶେଷରେ କେନ୍ଦ୍ର ଗୋଟିଚାଳନା ରାଜ୍ୟ ନେତୃତ୍ୱଙ୍କୁ ଖୁସି ଦେଲା ବୋଲି କହିହେବ।

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସର୍ବକନିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୋଇ ବିଶ୍ୱରେକର୍ଡ

ନୂଆଦିଲ୍ଲୀ, ୧୮।୮: ଭାରତୀୟ ବଂଶୋଦ୍ଭବ ଦୁବାଇର ୧୬ ବର୍ଷୀୟ ଲକ୍ଷ୍ମଣନ୍‌ ମେୟାପ୍ପନ ବିଶ୍ୱର ସବୁଠାରୁ କନିଷ୍ଠ ପୁରୁଷ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ)ହେବାର ଗୌରବ ଅର୍ଜନ କରିଛନ୍ତି। ମାତ୍ର…

ମୁରଥଲ ଢାବାରେ ରୋବଟ୍ ୱେଟର! ଗ୍ରାହକଙ୍କୁ ପରଷୁଛି ମନପସନ୍ଦର ଖାଦ୍ୟ

ମୁରଥଲ,୧୮।୮: ସ୍ବାଦିଷ୍ଟ ଗରମ ପରଠା ଏବଂ ପାରମ୍ପରିକ ଖାଦ୍ୟ ପାଇଁ ପ୍ରସିଦ୍ଧ ହରିୟାଣାର ମୁରଥଲ ଏବେ ଚର୍ଚ୍ଚାରେ । ଏଠାରେ ଥିବା ‘ରେଶମ ଢାବା’ରେ ଗ୍ରାହକମାନଙ୍କୁ ଏକ…

ତାମିଲନାଡୁ ମନ୍ତ୍ରୀଙ୍କ ଏମିତି କଥାରେ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୮।୮: ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ତାମିଲନାଡୁ ବିଧାନସଭାରେ ତାଙ୍କର ଜଣେ ମନ୍ତ୍ରୀଙ୍କ ପକ୍ଷରୁ କ୍ଷମା ମାଗିବାକୁ ପଡିଲା। ତାମିଲନାଡୁ ମନ୍ତ୍ରୀ ରଞ୍ଜିତ କୁମାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ…

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri