Posted inଜାତୀୟ

କଂଗ୍ରେସ କର୍ନାଟକକୁ ନେତାଙ୍କ ଏଟିଏମ୍‌ରେ ପରିଣତ କରିବାକୁ ଚାହୁଁଛି: ପ୍ରଧାନମନ୍ତ୍ରୀ…

ବେଙ୍ଗାଲୂରୁ,୨୫।୩ : କର୍ନାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁର ଦେବାଗେରେଠାରେ ଏକ ରୋଡ ଶୋ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି କହିଛନ୍ତି, କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କର୍ମକ୍ଷେତ୍ର ଥିବା କାଲବର୍ଗିରେ ବିଜୟ ସଙ୍କଳ୍ପ ଜାରି ରହିଛି। ମେୟର, ଡେପୁଟି ମେୟର ପଦ ଭାଜପା ହାତେଇଛି। କଂଗ୍ରେସ ଦଳର ଜାତୀୟ ଅଧ୍ୟକ୍ଷଙ୍କ ଘରେ ଭାଜପା ବିଜୟ ଶଙ୍ଖନାଦ କରିଛି। ଏହା ରାଜ୍ୟ ପାଇଁ ଏକ ପ୍ରକାର ଶୁଭ ସଙ୍କେତ। ଏହି ଫଳାଫଳ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ କର୍ନାଟକରେ ଡବଲ ଇଞ୍ଜିନ ସରକାରଫେରିବାକୁ ଯାଇଛି।

ଗତକାଲି ମୁଁ ସୋସିଆଲ ମିଡିଆରେ କର୍ନାଟକର ଏକ ଭିଡିଓ ଦେଖିଛି। କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକ ପାର୍ଟି ସଭାରେ ନିଜ ଦଳର ଜଣେ କର୍ମଚାରୀଙ୍କୁ ସର୍ବସାଧାରଣରେ ଚାପୁଡ଼ା ମାରିବାର ଆନନ୍ଦ ନେଉଥିଲେ। ଯେଉଁମାନେ ସେମାନଙ୍କର କର୍ମୀମାନଙ୍କୁ ସମ୍ମାନ ଦେଇ ପାରୁ ନାହାନ୍ତି, ସେମାନେ ଜନତା ଜନାର୍ଦ୍ଦନଙ୍କୁ କିପରି ସମ୍ମାନ କରିବେ? କର୍ନାଟକ ଭାଜପାର ପ୍ରତ୍ୟେକ କର୍ମୀ ମୋ ପାଇଁ ଜଣେ ଦୃଢ଼ ସହଯୋଗୀ ଅଟନ୍ତି। ଏଠାରେ ଥିବା ପ୍ରତ୍ୟେକ କର୍ମୀ ମୋର ସର୍ବୋତ୍ତମ ବନ୍ଧୁ, ମୋ ଭାଇ ।

କର୍ନାଟକରେ ଦୀର୍ଘ ଦିନ ଧରି ସୁବିଧାବାଦୀ ତଥା ସ୍ବାର୍ଥପର ଦଳଙ୍କର ମିଳିତ ସରକାର ଗଠନ ହୋଇଆସୁଛି। ରାଜ୍ୟର ଜନସାଧାରଣ ସର୍ବଦା ଏହିପରି ସରକାରଙ୍କ ଦ୍ୱାରା କ୍ଷତି ସହୁଛନ୍ତି। ତେଣୁ କର୍ନାଟକର ଦ୍ରୁତ ବିକାଶ ପାଇଁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଥିବା ଏକ ସ୍ଥିର ଭାଜପା ସରକାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାଜପା ଚାହୁଁଛି ଯେ କର୍ନାଟକ ଭାରତର ବିକାଶର ଏକ ବଢୁଥିବା ଶକ୍ତି ପାଲଟିଥିବାବେଳେ କଂଗ୍ରେସ ଚାହୁଁଛି ଯେ ରାଜ୍ୟ ଏହାର ନେତାଙ୍କ ପାଇଁ ଏଟିଏମ ହେଉ।

 


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟିରେ ଡ୍ରେନକୁ ଖସିଲା ବସ: ଘନ କୁହୁଡି ଯୋଗୁ…

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରେ ମାଟି ଓ ପଥର ଖସିବା ପରଠୁ ଘାଟିରେ କିଛି ଦିନ...

ରକ୍ତ ନେଇ HIV ସଂକ୍ରମିତ ହେଲେ ଥାଲାସେମିଆ ପୀଡିତ ୫ ଶିଶୁ: ୨ ଡାକ୍ତର ସସପେଣ୍ଡ

ନୂଆଦିଲ୍ଲୀ,୧୯ା୧୨: ମଧ୍ୟପ୍ରଦେଶର ସତନା ଜିଲାରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଥାଲାସେମିଆ ରୋଗରେ ପୀଡ଼ିତ ୫ ଜଣ ଶିଶୁଙ୍କୁ ସରକାରୀ ଡାକ୍ତରଖାନାରେ ରକ୍ତ ଦିଆଯିବା...

ପୌଷ ଅମବାସ୍ୟାରେ ଖୋଲିବ ଏହି 3 ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

ନୂଆଦିଲ୍ଲୀ,୧୯ା୧୨: ଆଜି ପବିତ୍ର ପୌଷ ଅମବାସ୍ୟା । ଆଜି ଭାବପ୍ରବଣ ଗଭୀରତା ଏବଂ ନବୀକରଣ ଶକ୍ତିର ଦିନ। ଆଜି ଶାନ୍ତ ଏବଂ ସଚ୍ଚୋଟ ଆଲୋଚନା, ଅତୀତର...

ରାମ ଜି ବିଲ୍ ପାସ୍ ବିରୋଧରେ ବିରୋଧୀଙ୍କ ରାତିସାରା ଧାରଣା

ନୂଆଦିଲ୍ଲୀ,୧୯ା୧୨: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଅଧିନିୟମ (MGNREGA) ସ୍ଥାନରେ ଆସିଥିବା ‘ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ...

ଅଞ୍ଚଳ ପାଇଁ ଗୌରବ ଆଣିଲେ କଳାହାଣ୍ଡି ଛାତ୍ର ଟେକ: ଖେଳିଗଲା ଖୁସିର ଲହରୀ

କର୍ଲାମୁଣ୍ଡା, ୧୯।୧୨ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲାସ୍ଥିତ ଅମର ଡିଗ୍ରୀ କଲେଜର ଛାତ୍ର ଟେକ ବଗର୍ତ୍ତୀ ଆସନ୍ତା ଜାନୁଆରୀ ୨୬ରେ ନୂଆଦିଲ୍ଲୀ...

ବୃଦ୍ଧି ପାଉଛି ଶୀତ ପ୍ରକୋପ, ଏହି ଜିଲାରେ ଶନିବାର ସକାଳୁଆ ସ୍କୁଲ ହେବନି

ବ୍ରହ୍ମପୁର,୧୯ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଶିକ୍ଷାଧିକରୀଙ୍କ କାର୍ଯ୍ୟାଳୟର ଚିଠି ସଂଖ୍ୟା ୨୫୮୩୦ ଅନୁଯାୟୀ ଚଳିତ ସପ୍ତାହରୁ ଜିଲାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ...

ଉସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ହିଂସା, ଢାକା ସମେତ ଅନେକ ସହରରେ ହଙ୍ଗାମା

ନୂଆଦିଲ୍ଲୀ,୧୯ା୧୨: ବାଂଲାଦେଶରେ ଜୁଲାଇ ବିଦ୍ରୋହର ଜଣେ ପ୍ରମୁଖ ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦି ଛଅ ଦିନ ଧରି ଜୀବନ ସହିତ...

ଚାଷୀଙ୍କ ଚେତାବନୀ: ୨୦ ସୁଦ୍ଧା ସମସ୍ତ ଟୋକନ ନ ଆସିଲେ ଆନ୍ଦୋଳନ ତୀବ୍ରତର

ଅତାବିରା/ଗୋଡ଼ଭଗା , ୧୯ା୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାସ):ଧାନର ଅଭାବୀ ବିକ୍ରି ସହ ୪ ଦଫା ଦାବି ନେଇ ରାଜ୍ୟ କୃଷକ ସଂଗଠନ ଗତ ୯ ତାରିଖ ଏନ୍‌ଏଚ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri