କାଗଜକଲମରେ ସୀମିତ ପର୍ଯ୍ୟଟନ ବିକାଶ

ରାୟଗଡ଼ା ଅଫିସ,୧୯।୩: ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରା ପର୍ଯ୍ୟଟନ ଦ୍ୱାରା ଜାତି, ରାଷ୍ଟ୍ର ଏବଂ ଜିଲାର ପରିଚୟ ମିଳିଥାଏ। ନିଜର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାରକରି ପର୍ଯ୍ୟଟନ ସ୍ଥଳୀକୁ ଯାଇ ସେଠାରେ କିଛି ସମୟ ଅତିବାହିତ କଲେ ମନର ଅବସାଦ ଦୂର ହୋଇଥାଏ। ଏଥିପାଇଁ ସମସ୍ତେ ଚାହାନ୍ତି ସୁସ୍ଥ ସ୍ବଚ୍ଛ, ନିର୍ମଳ ତଥା ସୁନ୍ଦର ପର୍ଯ୍ୟଟନ ସ୍ଥଳୀ। ରାୟଗଡ଼ା ଜିଲାରେ ସମସ୍ତ ପ୍ରାକୃତିକ ସମ୍ପଦ ଯଥା ବନ,ଝରଣା, ଘଞ୍ଚ ଜଙ୍ଗଲ, ପାହାଡ଼, ଆଦିବାସୀଙ୍କ ଜୀବନଶୈଳୀ, ସେମାନଙ୍କ ଅଳଙ୍କାର ଏବଂ ସୁଯୋଗ ଥାଇ ମଧ୍ୟ ଏଠାରେ ପର୍ଯ୍ୟଟନର ବିକାଶ ହୋଇପାରୁ ନାହିଁ। ସରକାର ପର୍ଯ୍ୟଟନର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଭିନ୍ନ ଯୋଜନା ନାମରେ ବଜେଟ ଆସୁଛି ସତ ହେଲେ ତାହା ପାଣିରେ ପଡୁଛି। ରାୟଗଡ଼ା ଜିଲାରେ ପର୍ଯ୍ୟଟନର ବିକାଶ ଶୂନ ହେଉଛି। ରାୟଗଡ଼ା ଏକ ଆଦିବାସୀ ଅଧ୍ୟୁଷିତ ଜିଲା। ଏଠାରେ ପାହାଡ଼ ପର୍ବତରେ ଭରା ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି। ଜିଲାରେ ପର୍ଯ୍ୟଟନ ବିକାଶ ପାଇଁ ଜିଲାସ୍ତରୀୟ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲେ ମଧ୍ୟ କୌଣସି ବିକାଶମୂଳକ କାମ କରାଯାଉ ନ ଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ଜିଲାରେ ସ୍ବତନ୍ତ୍ର ପର୍ଯ୍ୟଟନର କାର୍ଯ୍ୟାଳୟ କି କର୍ମଚାରୀ ନାହାନ୍ତି। କେବଳ ନାମକୁ ମାତ୍ର ସରକାରଙ୍କ ଆସୁଥିବା ଟଙ୍କାକୁ ଖର୍ଚ୍ଚ ଦେଖାଇବାକୁ ଜିଲା ପର୍ଯ୍ୟଟନ ଅଧିକାରୀ ରହୁଛନ୍ତି।
ରାୟଗଡ଼ା ସହରର ରାମକୃଷ୍ଣ ନଗର ପିଏସ୍‌ଇଡି ପାହାଡ଼ ଉପରେ ପର୍ଯ୍ୟଟନର ବିକାଶ ଏବଂ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି ଲକ୍ଷ୍ୟ ନେଇ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ନିର୍ମାଣ ହୋଇଥିଲା ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର। ରାୟଗଡ଼ାକୁ ଆସୁଥିବା ପର୍ଯ୍ୟଟକଙ୍କ ରହିବା ପାଇଁ ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର ୨୦୧୭ରେ ଗଜପତି ରାୟଗଡ଼ା ଟ୍ରାଇବଲ ସର୍କିଟ ଡେଭଲପ୍‌ମେଣ୍ଟ ଯୋଜନାରେ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା। ପରେ ତାହାର ଉଦ୍‌ଘାଟନ ମଧ୍ୟ କରାଯାଇଥିଲା। ହେଲେ ସେବେଠାରୁ ଏ ପର୍ଯ୍ୟନ୍ତ କାମରେ ନ ଲାଗି ପଡ଼ି ରହିଛି। ଏହାର ଚତୁଃପାର୍ଶ୍ୱରେ ଘଞ୍ଚ ଜଙ୍ଗଲ ସୃଷ୍ଟି ହୋଇଗଲାଣି। ଏଠାରେ ପ୍ରତିଦିନ ଅସାମାଜିକ ବ୍ୟକ୍ତି ଓ ମଦ୍ୟପଙ୍କ ଆଡ୍ଡା ଜମେ। ନୂଆପଡ଼ା ଜିଲା ପର୍ଯ୍ୟଟନ ଅଧିକାରୀ ଭଗବାନ ଖରାଙ୍କୁ ରାୟଗଡ଼ା ଜିଲା ପର୍ଯ୍ୟଟନ ଅଧିକାରୀ ଦାୟିତ୍ୱ ଦିଆଯାଇଛି। ଅଭ୍ୟର୍ଥନା କେନ୍ଦ୍ର ବିଷୟରେ ତାଙ୍କୁ ପଚାରିବାରୁ ସେ ସମ୍ପର୍କରେ କିଛି ଜାଣିନାହିଁ, ଆଇଟିଡିଏ ବିଭାଗ ତାହାକୁ ନିର୍ମାଣ କରିଥିଲା। କ’ଣ ହୋଇଛି ବୁଝିବି ବୋଲି ଖରା କହିଛନ୍ତି। ଚାବି କାହା ପାଖରେ ଅଛି ବୋଲି ପଚାରିଲେ ସେ ସମ୍ପର୍କରେ କିଛି ଅବଗତ ନ ଥିବା ସେ କହିଛନ୍ତି। ଏତେ ଟଙ୍କା ବ୍ୟୟରେ ନିର୍ମିତ କୋଠା ବିଷୟରେ କେହି ଖବର ନ ରଖିବା ଅତ୍ୟନ୍ତ ବିଡ଼ମ୍ବନାର ବିଷୟ। ରାୟଗଡ଼ାକୁ ଅନେକ ପର୍ଯ୍ୟଟକ ଆସୁଛନ୍ତି ହେଲେ ଖର୍ଚ୍ଚାନ୍ତ ହୋଇ ବାହାରେ ରହୁଛନ୍ତି। ଏପଟେ ଅଭ୍ୟର୍ଥନା କେନ୍ଦ୍ର କାମରେ ଲାଗୁନାହିଁ। ଅଭ୍ୟର୍ଥନା କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ। ଜିଲାର କାଶୀପୁର ବ୍ଲକର ଜଲାକୁର, ରାୟଗଡ଼ା ବ୍ଲକର ଦୁର୍ଗାପାଡୁ ଜଳପ୍ରପାତ, ମିନାଝୋଲା, ଚାଟିକଣା ଗଦଗଦା ଜଳପ୍ରପାତ, ଆଦିବାସୀ ଅଳଙ୍କାର, ଦେବଗିରି, ହାତୀପଥର,ପାତାଳେଶ୍ୱର ଶିବମନ୍ଦିର, ଝୋଲାପୋଲୋ, ବିଷମକଟକ ସ୍ବର୍ଣ୍ଣଗିରି ମନ୍ଦିର ସହ ଅନେକ ଲୁକ୍କାୟିତ ପର୍ଯ୍ୟଟନସ୍ଥଳକୁ ବିକାଶ କଲେ ଅଧିକ ପର୍ଯ୍ୟଟକ ଜିଲାକୁ ଆସିବେ। ଏଥିସହ ସରକାର ରାଜସ୍ବ ପାଇବା ସହ ସ୍ଥାନୀୟ ଯୁବତୀ ଯୁବକଙ୍କ ପାଇଁ ରୋଜଗାର ସୃଷ୍ଟି ହେବ ବୋଲି ବୁଦ୍ଧିଜୀବୀ କହିଛନ୍ତି। ଜିଲାରେ ପର୍ଯ୍ୟଟନ ବିକାଶ ନ କରାଯିବା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଆନୁଷଙ୍ଗିକ ବ୍ୟବସ୍ଥା ନ ହେବା ଦ୍ୱାରା ପର୍ଯ୍ୟଟକମାନେ ଆଉ ଆସିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏପରି ଅବସ୍ଥା ଜାରି ରହିଲେ ଆଗାମୀ ଦିନରେ ପର୍ଯ୍ୟଟନ ଶିଳ୍ପ ବନ୍ଦ ହେବା ସମ୍ଭାବନା ରହିଛି ବୋଲି ବୁଦ୍ଧିଜୀବୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri