ବିହାରରୁ ଆଉଜଣେ ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଚାକିରି ଦେବା ନାଁରେ ଓଡ଼ିଶା ସମେତ ୧୭ ରାଜ୍ୟର ପ୍ରାୟ ଦେଢ଼ଲକ୍ଷ ଆଶାୟୀଙ୍କଠାରୁ ୬.୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଘଟଣାରେ ଆଉ ଜଣେ ମାଷ୍ଟରମାଇଣ୍ଡ୍‌ଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ବିହାରରୁ ଗିରଫ କରିଛି। ସେ ହେଲେ ବିହାର ସିୱାନ ଜିଲା ମହାରାଜଗଞ୍ଜ ଅଞ୍ଚଳର ଅମିତ କୁମାର ସିଂ। ତାଙ୍କଠାରୁ ଠକେଇ ସମ୍ବନ୍ଧିତ ତଥ୍ୟ ଥିବା ଏକ ଲାପଟପ୍‌ ଜବତ ହୋଇଛି। ଅଭିଯୁକ୍ତ ଅମିତଙ୍କୁ ବୁଧବାର ଗିରଫ ପରେ ସ୍ଥାନୀୟ ସିୱାନସ୍ଥିତ ଏସିଜେଏମ୍‌-୬ କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଅଣାଯାଇ ଶୁକ୍ରବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ମାସେ ତଳେ ମୁଖ୍ୟ ଅଭିଯୁକ୍ତ ଧରମପାଲ ସିଂ ଓ ୩ ସପ୍ତାହ ତଳେ ସହଯୋଗୀ ଜୟରାମ ତିୱାର ଗିରଫ ହୋଇ ଜେଲରେ ଅଛନ୍ତି। ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଇଓଡବ୍ଲ୍ୟୁ ପ୍ରୟାସ ଜାରି ରଖିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଅଭିଯୁକ୍ତମାନେ ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାଁରେ ଏକ ନକଲି ସରକାରୀ ୱେବ୍‌ସାଇଟ୍‌ ଖୋଲିଥିଲେ। ଦିଲ୍ଲୀରେ ଏହାର ପଞ୍ଜୀକୃତ କାର୍ଯ୍ୟାଳୟ ସହ ମୁମ୍ବାଇ, ଭୋପାଳ ଓ ଡେରାଡୁନ୍‌ରେ ମଧ୍ୟ ଶାଖା ଖୋଲିଥିଲେ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଆଦି ୧୭ଟି ରାଜ୍ୟରେ ନେଟ୍‌ଓ୍ବର୍କ ତିଆରି କରିଥିଲେ। ପରେ ଉକ୍ତ ୱେବ୍‌ସାଇଟ୍‌ରେ ସରକାରୀ ଢାଞ୍ଚାରେ ବିଜ୍ଞାପନ ଦେଇ ଚାକିରି ଆଶାୟୀଙ୍କୁ ଫସାଇଥିଲେ। ଜିଲା ଓ ବ୍ଲକ୍‌ କୋଅର୍ଡିନେଟର ଆଦି ବହୁ ପଦବୀ ପାଇଁ ଖବରକାଗଜ ଜରିଆରେ ବିଜ୍ଞାପନ ଦେଉଥିଲେ। ୱେବ୍‌ସାଇଟ ମାଧ୍ୟମରେ ଆଶାୟୀମାନେ କେବଳ ଆବେଦନ କରିପାରିବେ ବୋଲି କୁହାଯାଉଥିଲା। ଅନ୍‌ଲାଇନ୍‌ ଫି’ ବାବଦକୁ ଜେନେରାଲ ଏବଂ ଓବିସି ବର୍ଗ ପାଇଁ ୩୭୦ ଟଙ୍କା ଥିବାବେଳେ ଜନଜାତି ପିଲାଙ୍କ ଲାଗି ୧୭୦ ଟଙ୍କା ରହିଥିଲା। ଫି’ ଦାଖଲ ସହ ଆବେଦନ କରୁଥିବା ଆଶାୟୀଙ୍କୁ ଅନ୍‌ଲାଇନ ଜରିଆରେ ପରୀକ୍ଷା ଓ ସାକ୍ଷାତ୍‌କାର ନେବାକୁ ଅଭିଯୁକ୍ତମାନେ କହୁଥିଲେ। ପରବର୍ତ୍ତୀ ସମୟରେ ସମସ୍ତ ଆଶାୟୀଙ୍କୁ ଅଯୋଗ୍ୟ କହି କାଟିଦେଉଥିଲେ। ହେଲେ ଫି’ ବାବଦକୁ ବହୁ କୋଟି ଟଙ୍କା ଠକି ନେଉଥିଲେ। ଏନେଇ ଅଭିଯୋଗ ପରେ ଜାନୁୟାରୀ ୨୫ରେ ଇଓଡବ୍ଲ୍ୟୁ ଏକ ମାମଲା (ନଂ.୫/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତ ଅମିତ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି (ଆଇଟି)ରେ ସ୍ନାତକ କରିଥିବାବେଳେ ସେ ୱେବ୍‌ସାଇଟ୍‌ ତିଆରି କରିବା ସହ ପରିଚାଳନା କରୁଥିଲେ। ଏଥିସହ ବିଜ୍ଞାପନ ଦେବାରେ ତାଙ୍କର ମୁଖ୍ୟ ଭୂମିକା ଥିଲା। ଏପରିକି ବିଭିନ୍ନ ୱାଲେଟ ଖୋଲି ବେଆଇନ ଟଙ୍କାକୁ ନେଣଦେଣ କରୁଥିଲେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri