ଦିଶାହୀନ ରାଜ୍ୟ ପର୍ଯ୍ୟଟନ

ଭୁବନେଶ୍ୱର,୧୨।୩(ବ୍ୟୁରୋ):  କୋଭିଡ୍‌-୧୯ ମହାମାରୀ ପରେ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକ ଆସୁନାହାନ୍ତି। ଯେଉଁ ଘରୋଇ ପର୍ଯ୍ୟଟକ ଆସୁଛନ୍ତି ସେମାନଙ୍କ ପାଇଁ ଉପଯୁକ୍ତ ଭିତ୍ତିଭୂମି ନାହିଁ। ସୁରକ୍ଷା, ରହଣି, ପଯର୍ର୍‌ୟଟନ ସ୍ଥଳ ଭିତ୍ତିଭୂମି ବିକାଶ ଆଦି ବହୁ ପଛରେ ପଡିଛି। ରାଜ୍ୟ ପର୍ଯ୍ୟଟନ ଏକ ଦିଶାହୀନ ଅବସ୍ଥା ଦେଇ ଗତି କରୁଛି। ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ବଜେଟରେ ଯେତିକି ବ୍ୟୟବରାଦ କରାଯାଉଛି ତାହା ସମୁଦ୍ରକୁ ଶଙ୍ଖେ। ରାଜ୍ୟରେ ବ୍ୟାପକ ସୁଯୋଗ ରହିଥିଲେ ମଧ୍ୟ ଆନ୍ତରିକତା ଅଭାବରୁ ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟ ବହୁ ପଛରେ ପଡ଼ିଛି। ପର୍ଯ୍ୟଟନ କ୍ଷେତ୍ର ପ୍ରତି ହେଉଥିବା ଅବହେଳାକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟି ଗଭୀର ଉଦ୍‌ବେଗ ପ୍ରକାଶ କରିଛି।
ବିଧାନସଭାରେ ଉପସ୍ଥାପନ କରାଯାଇଥିବା କମିଟି ରିପୋର୍ଟ ମୁତାବକ ରାଜ୍ୟ ସରକାର ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ପରିଚାଳନା ପାଇଁ ବଜେଟରେ ଯେଉଁ ବ୍ୟୟବରାଦ କରୁଛନ୍ତି ତାହା ପର୍ଯ୍ୟାପ୍ତ ନୁହେଁ। ୨୦୨୧-୨୨ ଓ ୨୦୨୨-୨୩ ବଜେଟରେ ଏଥିପାଇଁ ପୂର୍ବ ବର୍ଷ ତୁଳନାରେ ମାତ୍ର ୭.୪୪ ପ୍ରତିଶତ ବୃଦ୍ଧି କରାଯାଇଛି। ୨୦୨୩-୨୪ ବଜେଟରେ ଗତ ବଜେଟ ତୁଳନାରେ ମାତ୍ର ୭ ପ୍ରତିଶତ ଅଧିକ ବ୍ୟୟବରାଦ କରାଯାଇଛି। ଅର୍ଥାତ୍‌ ଗତ ବଜେଟରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ୩୭୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଚଳିତ ବଜେଟରେ ୪୦୦ କୋଟି ବ୍ୟୟବରାଦ କରାଯାଇଛି। କୋଭିଡ୍‌ ପରେ ରାଜ୍ୟକୁ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ବଜେଟରେ ୧୪ରୁ ୧୫ ପ୍ରତିଶତ ଅଧିକ ବ୍ୟୟବରାଦ କରିବାକୁ କମିଟି ସୁପାରିସ କରିଛି। ଅନ୍ୟପକ୍ଷରେ ରାଜ୍ୟରେ ଋତୁକାଳୀନ ପର୍ଯ୍ୟଟନ କ୍ଷେତ୍ରକୁ ଆଦୌ ଧ୍ୟାନ ଦିଆଯାଉ ନ ଥିବା କମିଟି ଅନୁଧ୍ୟାନ ବେଳେ ଜାଣିବାକୁ ପାଇଛିି। ମେଳା, ଯାନିଯାତ୍ରା କିମ୍ବା ପିକ୍‌ନିକ ପର୍ଯ୍ୟଟନ ସ୍ଥଳଗୁଡ଼ିକ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ବିଶେଷ କରି ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ପଲିଥିନର ବହୁଳ ବ୍ୟବହାର ହେଉଛି, ଯାହାକି ପରିବେଶ ପାଇଁ ମାରାତ୍ମକ। ଏସବୁ ସ୍ଥାନରେ ପରିବେଶ ଅନୁକୂଳ ବ୍ୟବସ୍ଥା କରିବା ସହ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଧ୍ୟାନ ଦେବାକୁ କମିଟି ସୁପାରିସ କରିଛିି। ସମୁଦ୍ରକୂଳରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବା ସହ ବୌଦ୍ଧ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଲଳିତଗିରି, ଉଦୟଗିରି ଓ ରତ୍ନଗିରିଠାରେ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ଆୟୋଜନ କରିବାକୁ କୁହାଯାଇଛି। ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ହୋମ୍‌ ଷ୍ଟେ ବ୍ୟବସ୍ଥା ସହ ବରିଷ୍ଠ ପର୍ଯ୍ୟଟକମାନଙ୍କ ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ସମସ୍ତ ବ୍ୟବସ୍ଥା କରିବାକୁ କମିଟି ସୁପାରିସ କରିଛିି। କଟକ, ଭୁବନେଶ୍ୱର ଓ ପୁରୀ ଯିବା ବାଟରେ ପରସ୍ରାଗାର, ଓ୍ବାଶରୁମ୍‌, ଖାଦ୍ୟ ପାନୀୟ ଆଦି ବ୍ୟବସ୍ଥା କରିବା ଆବଶ୍ୟକ। କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ସପ୍ତାହାନ୍ତ ପର୍ଯ୍ୟଟନ ସ୍ଥଳର ବିକାଶ ଉପରେ ଧ୍ୟାନ ଦେବାକୁ କମିଟି ସୁପାରିସ କରିଛିି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri