ଆୟତ୍ତରେ ନାହିଁ ଜଙ୍ଗଲ ନିଆଁ

ଭୁବନେଶ୍ୱର,୧୦ା୩(ବ୍ୟୁରୋ):ରାଜ୍ୟରେ ଜଙ୍ଗଲ ନିଅଁା ଆୟତ୍ତରେ ନାହିଁ। କେବଳ ବର୍ଷା ହି ଭରସା। ଗତ ନଭେମ୍ବରରୁ ରାଜ୍ୟରେ ବର୍ଷା ହୋଇନାହିଁ। ଅନ୍ୟପଟେ ତାପମାତ୍ରା ମଧ୍ୟ ବଢ଼ିଚାଲିଛି। ଗତ କିଛି ସପ୍ତାହ ହେବ ରାଜ୍ୟର ଅଧିକାଂଶ ଜଙ୍ଗଲରେ ନିଆଁ ଲାଗିଛି। କୋରାପୁଟରୁ କନ୍ଧମାଳ, ଗଞ୍ଜାମରୁ ରାୟଗଡ଼ା ସବୁଠି ଜଙ୍ଗଲ ନିଆଁ ବ୍ୟାପୁଛି। ସମଗ୍ର ଦେଶର ୫୭୦ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଓଡ଼ିଶାରେ କେବଳ ୧୪୨ ସ୍ଥାନରେ ନିଅଁା ଲାଗିଛି। ଓଡ଼ିଶାରେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ରାଜ୍ୟ ବନ ବିଭାଗ ବିଫଳ ହୋଇଛି। କେବଳ ଚଳିତ ବର୍ଷ ନୁହେଁ, ରାଜ୍ୟରେ ଲଗାତର ନିଆଁ ଲାଗି ଅନେକ ଜଙ୍ଗଲ ସମ୍ପଦ ନଷ୍ଟ ହୋଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ୨୦୧୮ରୁ ଏ ପର୍ଯ୍ୟନ୍ତ ମୋଟ ୧,୫୩,୫୫୯ ବନାଗ୍ନି ବ୍ୟାପି ୬୧,୫୩୧ ହେକ୍ଟର ଜଙ୍ଗଲ ଧ୍ୱଂସ ହୋଇଛି। ୨୦୧୮ରେ ୩୧,୬୮୦ଟି ଜଙ୍ଗଲ ନିଆଁରେ ୯୭୩୦.୦୭ ହେକ୍ଟର ଜଙ୍ଗଲ ଜଳିପୋଡି ଯାଇଥିବା ବେଳେ ୨୦୧୯ରେ ୧୯୭୮୭ଟି ଜଙ୍ଗଲ ନିଆଁରେ ୭୧୭୪.୯୫ ହେକ୍ଟର, ୨୦୨୦ରେ ୧୧୦୮୮ଟି ନିଆଁରେ ୬୦୭୦.୨୫ ହେକ୍ଟର, ୧୦୨୧ରେ ୫୭୩୩୯ଟି ଜଙ୍ଗଲ ନିଅଁାରେ ୨୮୬୫୩. ୧୭ ହେକ୍ଟର,୨୦୨୨ରେ ୨୯,୧୯୯ଟି ଜଙ୍ଗଲ ନିଆଁରେ ୮୪୫୦. ୩୯ ହେକ୍ଟର ଏବଂ ୨୦୨୩ ଫେବୃୟାରୀ ଶେଷ ବେଳକୁ ରାଜ୍ୟରେ ୧୪୪୫.୧୧ ହେକ୍ଟର ଜଙ୍ଗଲ ନିଆଁ ଯୋଗୁ ନଷ୍ଟ ହୋଇଛି। ତେବେ ଚଳିତ ବର୍ଷ ରାଜ୍ୟର ବିଭିନ୍ନ ବନଖଣ୍ଡରେ ଲାଗିଥିବା ଜଙ୍ଗଲ ନିଆଁର ୯୩ ପ୍ରତିଶତ ଆୟତ୍ତ କରାଯାଇଛି। ବର୍ଷା ହେଲେ ହିଁ ଜଙ୍ଗଲ ନିଆଁକୁ ଆୟତ୍ତ କରାଯାଇ ପାରିବ ବୋଲି ଜଙ୍ଗଲ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri