Posted inଜାତୀୟ

ଲୋକସଭାରେ ଉପବାଚସ୍ପତି ପଦବୀ ଖାଲି ଏକ ଅସାମ୍ବିଧାନିକ ପ୍ରସଙ୍ଗ: ଜୟରାମ ରମେଶ…

ନୂଆଦିଲ୍ଲୀ,୬।୩ : ଲୋକସଭା ଏବଂ ପାଞ୍ଚଟି ରାଜ୍ୟସଭାରେ ଉପବାଚସ୍ପତି ନିଯୁକ୍ତ ପଦବୀ ଖାଲି ଥିବାରୁ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ କରି କହିଛନ୍ତି ଯେ ଗତ ଚାରି ବର୍ଷ ଧରି ଲୋକସଭାରେ କୌଣସି ଉପବାଚସ୍ପତି ନାହାଁନ୍ତି ଏବଂ ଏହା ଏକ ଅସାମ୍ବିଧାନିକ ପ୍ରସଙ୍ଗ। ଜୟରାମଙ୍କ ଏହି ବିବୃତ୍ତି ଏକ ମାସ ପରେ ଆସିଛି ଯେତେବେଳେ ସୁପ୍ରିମକୋର୍ଟ ଲୋକସଭାରେ କାହିଁକି ଉପବାଚସ୍ପତି ଚୟନ କରା ଯାଇ ନାହିଁ ବୋଲି କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ଲୋଡିଥିଲେ। କୋର୍ଟ ଏହାକୁ ସମ୍ବିଧାନର ଧାରା ୯୩ ର ଉଲ୍ଲଂଘନ ବୋଲି କହିଥିଲେ।

ଗତ ମାସରେ ସୁପ୍ରିମକୋର୍ଟରେ ଏନେଇ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। ଆବେଦନକାରୀ କେତେକ ରାଜ୍ୟର ବିଧାନସଭାରେ ମଧ୍ୟ ସମାନ ସ୍ଥିତି ଥିବା ସୂଚାଇ ଥିଲେ। ଉପବାଚସ୍ପତିଙ୍କ ନିର୍ବାଚନ ନ ହେବା ସୁସ୍ଥ ଗଣତାନ୍ତ୍ରିକ କାର୍ଯ୍ୟକଳାପ ବିରୁଦ୍ଧରେ ବୋଲି ଏଥିରେ ଉଲ୍ଲେଖ କରାଯାଇଥିଲା। ବର୍ତ୍ତମାନ ଉପବାଚସ୍ପତି ପଦ ୨୩ ଜୁନ ୨୦୧୯ ଠାରୁ ଖାଲି ଅଛି।

ସମ୍ବିଧାନର ଧାରା ୯୩ ଅନୁଯାୟୀ, ସଂସଦର ଲୋକସଭାରେ ଗୃହର ଦୁଇଜଣ ସଦସ୍ୟଙ୍କୁ ଯଥାକ୍ରମେ ବାଚସ୍ପତି ଏବଂ ଉପବାଚସ୍ପତି ଭାବେ ଚୟନ କରାଯିବ। ଯଦି ବାଚସ୍ପତି କିମ୍ବା ଉପବାଚସ୍ପତିଙ୍କ କାର୍ଯ୍ୟାଳୟ ଖାଲି ହୁଏ, ତେବେ ଗୃହ ଅନ୍ୟ ଜଣେ ସଦସ୍ୟଙ୍କୁ ବାଚସ୍ପତି କିମ୍ବା ଉପବାଚସ୍ପତି ଭାବରେ ଚୟନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ଶୁକ୍ରବାର ଜଣେ ଯୁବକଙ୍କର ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri