Posted inଜାତୀୟ

ମାର୍ଚ୍ଚ ପୂର୍ବରୁ ବୋତୋସ୍ବାନାରୁ ଆସିବେ ଚିତା

ନୂଆଦିଲ୍ଲୀ,୮|୨(ପି.ଟି.): ବୋତୋସ୍ବାନାରୁ ପ୍ରଥମ ପର୍ଯ୍ୟାୟରେ କେତେକ ଚିତାବାଘ ଚଳିତ ମାସ ଶେଷ ସୁଦ୍ଧା ଭାରତରେ ଆସି ପହଞ୍ଚତ୍ବେ ବୋଲି ଆଶା କରାଯାଉଥିବା କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଶନିବାର କହିଛନ୍ତି। ସେଠାରୁ ୮ଟି ଚିତାବାଘ ଆଣିବା ପାଇଁ ଯୋଜନା ଚାଲିଛି। ବାଘ ସଂଖ୍ୟାରେ ପରିବର୍ତ୍ତନ ଏବଂ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ କେନ୍ଦ୍ର ପ୍ରାୟୋଜିତ ଯୋଜନା କାର୍ଯ୍ୟକାରିତାର ଆକଳନ ଆଦି ନିର୍ଦ୍ଦିଷ୍ଟ ଅଞ୍ଚଳରେ ବ୍ୟାଘ୍ର ସଂରକ୍ଷଣକୁ ନେଇ ରହିଥିବା ଚ୍ୟାଲେଞ୍ଜଗୁଡ଼ିକ ଉପରେ ସମୀକ୍ଷା କରିବା ଲାଗି ୪ଟି କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିବାକୁ ଯାଦବ କହିଛନ୍ତି ।

ରାଜସ୍ଥାନର ଅଲଓ୍ବାରରେ ବାଘ ଥିବା ରାଜ୍ୟଗୁଡ଼ିକର ମୁଖ୍ୟ ବନ୍ୟପ୍ରାଣୀ ଓ୍ବାର୍ଡେନ ଏବଂ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର କ୍ଷେତ୍ର ନିର୍ଦ୍ଦେଶକମାନଙ୍କ ୨ ଦିନିଆ ସମ୍ମିଳନୀର ଉଦ୍‌ଘାଟନୀ ଅବସରରେ ଉଦ୍‌ବୋଧନ ଦେଇ ପରିବେଶ ମନ୍ତ୍ରୀ କହିଛନ୍ତି, ବ୍ୟାଘ୍ର ସଂରକ୍ଷଣରେ ଭାରତ ୫୦ ବର୍ଷ ପୂରଣ କରିଥିବାରୁ ବିସ୍ତୃତ ନୀତି ସମୀକ୍ଷାର ଏହା ଉପଯୁକ୍ତ ସମୟ। ଦେଶରେ ଲୁପ୍ତ ହୋଇଥିବା ବନ୍ୟପ୍ରାଣୀଗୁଡ଼ିକର ଅନ୍ତର୍ଜାତୀୟ ସ୍ଥାନାନ୍ତରଣରେ ଭାରତ ସଫଳତା ହାସଲ କରିଛି।

ବିଦେଶରୁ ଅଣାଯାଇଥିବା ଚିତାବାଘଗୁଡ଼ିକ ଭାରତରେ ଜନ୍ମିତ ତୃତୀୟ ପିଢ଼ିରେ ପହଞ୍ଚତ୍ଥିବାବେଳେ ଫେବୃଆରୀ ଶେଷ ସୁଦ୍ଧା ଆଉ ଏକ ନୂଆ ବ୍ୟାଚ୍‌ ଚିତାବାଘ ବୋତ୍ସଓ୍ବାନାରୁ ଆସି ଭାରତରେ ପହଞ୍ଚତ୍ବା ଆଶା କରାଯାଉଛି ବୋଲି ଯାଦବ କହିଛନ୍ତି। ୨୦୨୨ ସେପ୍ଟେମ୍ବରରେ ଭାରତ ପ୍ରୋଜେକ୍ଟ ଚିତା ଆରମ୍ଭ କରି ଆଫ୍ରିକୀୟ ଦେଶ ନାମିବ୍ୟାରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ୮ଟି ଚିତାବାଘ ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘର ଭାଙ୍ଗିଦେଇଛି ପ୍ରଶାସନ, ହସ୍ପିଟାଲରେ ମୃତଦେହ

ବଲାଙ୍ଗୀର,୯।୮(ବୀରେନ୍ଦ୍ର କୁମାର ଝାଙ୍କର): ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକର ତବଲବାଞ୍ଜି ଗାଁରେ ବିସ୍ଥାପନର ଏକ କରୁଣ ଚିତ୍ର ଲୋକଲୋଚନକୁ ଆସିଛି। ଦୁର୍ଘଟଣାରେ ଗୁରୁତର ଆହତ…

Mettle Meet 2026: ଆଜି ଗ୍ରାଣ୍ଡ୍‌ ଫିନାଲେ, ମୁହାଁମୁହିଁ ହେବେ ୮ ଲେଖାଏ ଟିମ୍‌

ଭୁବନେଶ୍ୱର,୯।୮(ବନ୍ଦନା ସେଠୀ/ସୁଚିସ୍ମିତା ସାହୁ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ଦଶମ ସଂସ୍କରଣ ‘ମେଟଲ୍‌ ମିଟ୍‌-୨୦୨୬’ ଆରମ୍ଭ ହୋଇଛି। ସ୍ୱସ୍ତି…

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri