୭ ବର୍ଷର ପ୍ରଚେଷ୍ଟା ୧୦ ମିନିଟରେ ଧ୍ଵଂସ, ବନ୍ୟପ୍ରାଣୀଙ୍କ ପାଇଁ ଚାଷ କାର୍ଯ୍ୟରୁ ମନ ଫେରାଉଛନ୍ତି ଚାଷୀ

ଭଞ୍ଜନଗର,୮।୨(ବାବୁଲା ପ୍ରଧାନ): ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଆବଶ୍ୟକତା ବଢୁଛି । ଏହାଦ୍ବାରା ବିଶେଷ ଭାବେ ଜଙ୍ଗଲର ପ୍ରାକୃତିକ ସମ୍ପଦ କ୍ଷତି ହେଉଛି। ଜଙ୍ଗଲ କ୍ଷୟ ଯୋଗୁଁ ଜଙ୍ଗଲରେ ବସବାସ କରୁଥିବା ବନ୍ୟପ୍ରାଣୀ ବିପଦରେ ପଡ଼ୁଛନ୍ତି । ଏହି ସମୟରେ ଖାଦ୍ୟ ଅନ୍ୱେଷଣରେ ବନ୍ୟପ୍ରାଣୀ ଆଜି ଗାଁ ମୁହାଁ ହୋଇ ଚାଷୀଙ୍କ ଫସଲ କ୍ଷତି କରୁଛି । ଘରଦ୍ୱାର ଭାଙ୍ଗୁଛି। ଏହି ସମୟରେ ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ଲଢେ଼ଇ ହେଉଛି। ଏଥିରେ ଉଭୟ ପକ୍ଷ କ୍ଷତି ଶହୁଛନ୍ତି।

ଏହିଭଳି ପରିସ୍ଥିତିରେ ଫସଲ କ୍ଷତିକୁ ଦେଖି ବିଭିନ୍ନ ସମୟରେ ଚାଷୀମାନେ ଚାଷ କାର୍ଯ୍ୟରୁ ଦୂରେଇ ରହିବା ପାଇଁ ନିଷ୍ପତ୍ତି ନେଉଛନ୍ତି । ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡର ଅନେକ ସ୍ଥାନରେ ବନ୍ୟପ୍ରାଣୀ ବିଶେଷ କରି ହାତୀ, ବାରାହା ଚାଷୀଙ୍କ ଫସଲ କ୍ଷତି କରୁଛନ୍ତି । ଗତ ଶୁକ୍ରବାର ଏକ ମାଈ ହାତୀ ଏହି ବନଖଣ୍ଡ ଘୋଡ଼ାଦାଣ୍ଡିର ଚାଷୀ ଚୈତନ୍ୟ ଗୁଟାଜିଙ୍କ ବଗିଚାରେ ପଶି ଏକାଧିକ ନଡ଼ିଆ ଗଛ ନଷ୍ଟ କରିଛି । ଚୈତନ୍ୟ ନଡ଼ିଆ ଗଛ ଗୁଡିକୁ ପ୍ରାୟ ୭ ବର୍ଷ ତଳେ ଲଗାଇଥିଲେ। ବର୍ତ୍ତମାନ ନଡ଼ିଆ ଫସଲ ଅମଳ ଆରମ୍ଭ ହୋଇଥିବା ବେଳେ ହାତୀ ପଶି ୧୦ ମିନିଟ ରେ ଏକାଧିକ ଗଛକୁ ନଷ୍ଟ କରିଦେଇଛନ୍ତି। ବିଗତ କିଛି ବର୍ଷ ହେବ ଏହିଭଳି ବାରମ୍ବାର ହାତୀ ଉକ୍ତ ବଗିଚାରେ ପଶି ଫସଲ କ୍ଷତି କରୁଛନ୍ତି ।

ଗୋଟିଏ ଗଛକୁ ବଡ କରିବା ପାଇଁ ୫ ରୁ ୭ ବର୍ଷ ଲାଗୁଥିବା ବେଳେ ହାତୀ କିଛି ମିନିଟ ମଧ୍ୟରେ ଫସଲକୁ ନଷ୍ଟ କରିଦେଉଛି । ଫଳରେ ଚାଷୀଙ୍କ ସ୍ବପ୍ନ ସ୍ବପ୍ନରେ ହିଁ ରହିଯାଉଛି । ତେଣୁ ଅନେକ ଚାଷୀ ଚାଷ କାର୍ଯ୍ୟରୁ ଦୂରେଇ ରହିବା ପାଇଁ ଚିନ୍ତା କରୁଛନ୍ତି  । ଯାହାକି ଚିନ୍ତାଜନକ ବିଷୟ ପାଲଟିଛି । ଏଥିପ୍ରତି ସରକାର ଦୃଷ୍ଟି ଦେଇ ସ୍ଵତନ୍ତ୍ର କିଛି ପଦକ୍ଷେପ ନେବାକୁ ଦାବୀ ହୋଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଘରେ କେହି ନ ଥିଲେ, ତାଲା ଭାଙ୍ଗି ୫.୫ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ …

ପାରଳାଖେମୁଣ୍ଡି,୮|୮(ଗିରିଧାରୀ ପରିଛା)- ପାରଳାଖେମୁଣ୍ଡି ସହର ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବା ଏକ ବଡ଼ ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଏକ ବଡ଼ଧରଣର ଚୋରି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri