Baba Venga: ଡରାଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୬ରେ ବଢିବ ନା ଶସ୍ତା ହେବ ସୁନା?

ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବ୍ୟକ୍ତା ବାବା ଭେଙ୍ଗା, ଚଳିତ ବର୍ଷ ପାଇଁ ଅନେକ ଭୟଙ୍କର ଚେତାବନୀ ଦେଇଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ ବିଶ୍ୱ ଏକ ଗମ୍ଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରେ, ଯାହା ଫଳରେ ନଗଦର ଘୋର ଅଭାବ ଦେଖାଦେବ। ଏହି ପରିସ୍ଥିତିରେ, ଲୋକମାନେ କାଗଜ ମୁଦ୍ରା ବଦଳରେ ସୁରକ୍ଷିତ ସମ୍ପତ୍ତି ଆଡ଼କୁ ମୁହାଁଇବା ଆରମ୍ଭ କରିବେ।

ବାବା ଭେଙ୍ଗାଙ୍କ ଅନୁସାରେ, ଏହି ସମୟକାଳ ମଧ୍ୟରେ ଲୋକମାନେ ସୁନା, ରୂପା ଏବଂ ତମ୍ବା ଭଳି ଧାତୁରେ ନିବେଶ କରିବା ଉଚିତ। ଅତୀତରେ ତାଙ୍କର ଅନେକ ଭବିଷ୍ୟବାଣୀ ସତ ବୋଲି ପ୍ରମାଣି ହୋଇଛି । ତେଣୁ ୨୦୨୬ ବର୍ଷ ପାଇଁ ତାଙ୍କର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି।

ବର୍ତ୍ତମାନର ବଜାର ଧାରା ଉପରେ ନଜର ପକାଇଲେ, ସୁନା ମୂଲ୍ୟ ପୂର୍ବ ଅପେକ୍ଷା ଦୁଇରୁ ତିନିଗୁଣା ଭଳି ଅଧିକ ରହିଛି। ସୂଚନା ମୁତାବକ MCXରେ ସୁନା ଦର ପ୍ରାୟ ୧.୬୯ ଲକ୍ଷ ପ୍ରତି ୧୦ ଗ୍ରାମ ମୂଲ୍ୟରେ କାରବାର ହେଉଛି । ଯାହା ୨୦୨୫ ପରଠାରୁ ପ୍ରାୟ ୫୦ ପ୍ରତିଶତ ବୃଦ୍ଧିରେ ବିକ୍ରି ହେଉଛି। କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ନିରନ୍ତର ସୁନା କ୍ରୟ କରୁଛନ୍ତି, ଏକ୍ଷେତ୍ରରେ ଭାରତର ବାର୍ଷିକ କ୍ରୟ ୧୦୦ ଟନ୍ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି।

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ ଆଗକୁ ବିଭିନ୍ନ ଧାତୁର ମୁଲ୍ୟ ଅହେତୁକ ବୃଦ୍ଧି ହେବ ବୋଲି ବିଶ୍ୱାସ ରହିଛି । ତେବେ ଆପଣ ନିବେଶ କରିବା ପୂର୍ବରୁ କେବଳ ତଥ୍ୟ ଏବଂ ତଥ୍ୟ ଉପରେ ଆଧାର କରି ନିବେଶ କରନ୍ତୁ । ସମ୍ପତି ଡଲାର ପ୍ରତି ବଢ଼ୁଥିବା ଅବିଶ୍ୱାସ, ବାଣିଜ୍ୟ ଉତ୍ତେଜନା ଏବଂ ମୁଦ୍ରାସ୍ଫୀତି ଭଳି ଚ୍ୟାଲେଞ୍ଜ ଭବିଷ୍ୟତରେ ସୁନା ରୁପା ଦର ଆହୁରପି ଅଧିକ ବଢିବ ବୋଲି ଆଶା କରାଯାଉଛି । ସୁନା, ରୂପା ଏବଂ ତମ୍ବା ଭଳି ଧାତୁରେ ନିବେଶ ୨୦୨୬ରେ ଆପଣଙ୍କୁ ଏକ ସୁରକ୍ଷା ଜାଲ ଭାବରେ କାର୍ଯ୍ୟ କରିପାରନ୍ତି, କିନ୍ତୁ ବୁଦ୍ଧିମାନ ଭାବରେ ନିବେଶ କଲେ ଆପମଙ୍କୁ ଜବରଦସ୍ତ ଲାଭ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ନିଷ୍ପତ୍ତି: ପୁରୁଷ ଦଳର କୋଚ୍ ହେଲେ ମହିଳା କ୍ରିକେଟର

ନୂଆଦିଲ୍ଲୀ,୧୩।୫: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଇଂଲଣ୍ଡର ପୂର୍ବତନ ମହିଳା ଉଇକେଟକିପର ସାରା ଟେଲରଙ୍କୁ ପୁରୁଷ…

୧୦୮୨୮ ରନ୍, ୩୮୦ ଉଇକେଟ… ସିଜିନ ମଝିରେ ହଠାତ୍ ଅବସର ନେଲେ ଅଭିଜ୍ଞ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୩।୫: ଇଂଲଣ୍ଡ କ୍ରିକେଟରୁ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି । ଇଂଲଣ୍ଡ ଟିମ୍‌ର ଅଭିଜ୍ଞ ଅଲରାଉଣ୍ଡର ଲିଆମ ଡସନ (Liam Dawson) ହଠାତ ପ୍ରଥମ…

ବଲାଙ୍ଗୀର ତୁଷୁରା ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ବଲାଙ୍ଗୀର,୧୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଓପିଡିସିଏଲ ଗ୍ରୀଡ଼ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରାତିରେ ହଠାତ୍ ଗ୍ରୀଡ଼ ପରିସରରୁ ଭୟଙ୍କର ନିଆଁ ଓ କଳା…

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌; ରେଳ ମନ୍ତ୍ରଣାଳୟର ମଞ୍ଜୁରୀ, ବଲାଙ୍ଗୀରରେ ଖୁସିର ଲହରୀ

ବଲାଙ୍ଗୀର,୧୩।୫ (ସୁନିଲ କୁମାର ମହାନ୍ତି): ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ…

ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବିଜୁ ଛାତ୍ର ଜନତାର ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଚିତ୍ର ଦାହ କଲେ…

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିରୋଧର ସ୍ବର ତେଜି ଉଠିଛି । ବରଗଡ଼ରେ ମଧ୍ୟ ଏହାର…

କପିଳଧାର ଜଳପ୍ରପାତ ନିକଟରୁ ମହିଳାଙ୍କ ମୃତଦେହ ଜବତ

ପାଇକମାଳ,୧୩ା୫(ବଡ଼ ଶତପଥୀ): ପାଇକମାଳ ନୃସିଂହନାଥ ମନ୍ଦିରରୁ ପାଞ୍ଚକିମି ଦୂର କପିଳଧାର ଜଳପ୍ରପାତ ନିକଟରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ବୁଧବାର ସ୍ଥାନୀୟ ପୋଲିସ ଜବତ କରିଛି ।…

କିଏ ହେବେ କେରଳ ମୁଖ୍ୟମନ୍ତ୍ରୀ? ଗୁରୁବାର ଘୋଷଣା କରିବ କଂଗ୍ରେସ

ଥିରୁଭାନନ୍ତପୁର,୧୩ା୫:  ୧୦ ଦିନର ମାନସ ମନ୍ଥନ ପରେ କଂଗ୍ରେସ ଦଳ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛି । ଯାହା ଗୁରୁବାର ଘୋଷଣା ହେବାକୁ ଯାଉଛି।…

ଅମୂଲ ପରେ ବଢ଼ିଲା ଏହି କ୍ଷୀରର ଦର, ରାତି ପାହିଲେ ଲାଗୁ ହେବ ନୂଆ ଦାମ୍

ନୂଆଦିଲ୍ଲୀ,୧୩ା୫: ଅମୂଲ ପରେ ଏବେ ଆଉ ଏକ କ୍ଷୀର ଦର ବୃଦ୍ଧି ପାଇଛି । ମଦର ଡାଏରୀ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । କମ୍ପାନୀ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri