Posted inଖେଳ

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ। ଟସ ହାରିବା ପରେ ସେ ପ୍ଲେଇଂ ଇଲେଭେନ ଘୋଷଣା କରିବା ସମୟରେ ଲକ୍ଷ ଲକ୍ଷ ପ୍ରଶଂସକ ନିରାଶ ହୋଇଥିଲେ। କାରଣ  ଦଳର ପ୍ରମୁଖ ବୋଲର ଜସପ୍ରିତ ବୁମ୍‌ରାହ ଏହି ମ୍ୟାଚ୍‌ରେ ଖେଳିବେ ନାହିଁ ବୋଲି ସେ କହିଥିଲେ। ବୁମରାହଙ୍କ ସ୍ଥାନରେ ହର୍ଷିତ ରାଣା ଏବଂ ମହମ୍ମଦ ସିରାଜଙ୍କୁ ପ୍ଲେଇଂ ଇଲେଭେନ୍‌ରେ ଖେଳିବାର ସୁଯୋଗ ଦିଆଯାଇଥିଲା।
ଟସ ହାରିବା ପରେ ସୂର୍ଯ୍ୟ କହିଥିଲେ, “ଆମେ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିଲୁ। ଏଠାରେ ପାଗ ଭଲ ଅଛି। ମୁଁ ଏଠାରେ ବହୁତ କ୍ରିକେଟ ଖେଳିଛି। ନିଶ୍ଚିତ ଭାବରେ କିଛି ଚାପ ରହିବ। ଆମେ ଗତ କିଛି ବର୍ଷ ଧରି ଯେପରି ଖେଳିଛୁ ସେହିପରି ଖେଳିବାକୁ ଚାହୁଁଛୁ ଏବଂ ସେହି ଗତି ବଜାୟ ରଖିବାକୁ ଚାହୁଁଛୁ। ୱାଶିଂଟନ ସୁନ୍ଦର ଏବଂ ସଞ୍ଜୁ ସାମସନ ଖେଳୁନାହାନ୍ତି। ଜସପ୍ରିତ ବୁମରାହ ଅସୁସ୍ଥ ଅଛନ୍ତି, ତେଣୁ ମହମ୍ମଦ ସିରାଜ ଖେଳୁଛନ୍ତି।’
ମ୍ୟାଚ୍‌ରେ ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ। ହେଲେ ପାୱାରପ୍ଲେ ଭିତରେ ହିଁ ୪ଟି ଉଇକେଟ ହରାଇ ଦଳ ନିରାଶାଜନକ ଆରମ୍ଭ କରିଥିଲା। ଓପନର ଯୋଡ଼ି ଏବଂ ମଧ୍ୟମ କ୍ରମର ବ୍ୟାଟ୍ସମ୍ୟାନମାନେ ଶୀଘ୍ର ପ୍ୟାଭିଲିୟନ ଫେରିଥିଲେ। ୭୭ ରନ ସ୍କୋରରେ ୬ ଉଇକେଟ ଯିବା ପରେ ଦଳ ଗଭୀର ସଙ୍କଟରେ ପଡ଼ିଥିଲା। ଆମେରିକାର ବୋଲରମାନେ ଅସାଧାରଣ ପ୍ରଦର୍ଶନ କରି ଚାପ ବଢ଼ାଇ ଚାଲିଥିଲେ। ଏହି ସମୟରେ ଏକାକି ଲଢ଼ିଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ।

ସୂର୍ଯ୍ୟକୁମାର ଧୀରେ ଧୀରେ ବ୍ୟାଟିଂ କରି ଇନିଂସକୁ ସ୍ଥିର କରି ଅର୍ଦ୍ଧଶତକ ପୂରଣ କରିଥିଲେ, ଯେଉଁଥିରେ ୭ଟି ଚୌକା ଏବଂ ୧ଟି ଛକା ଥିଲା। ଶେଷଯାଏ ସେ ଅପରାଜିତ ରହି ୪୯ ବଲରେ ୮୪ ରନ କରିଥିଲେ (୧୦ଟି ଚୌକା ଏବଂ ୪ଟି ଛକା)। ଏହାଦ୍ୱାରା ଭାରତ ୨୦ ଓଭରରେ ୯ ଉଇକେଟ ହରାଇ ୧୬୧ ରନ କରିବାରେ ସଫଳ ହୋଇଥିଲା। ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୩୦ ରନ ମଧ୍ୟ ପାରି ନ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?