ତଦନ୍ତରେ ବଳ ଲଗାଇଥିଲେ ଭଲ ହୋଇଥାଆନ୍ତା: ଜୟନାରାୟଣ

ଭୁବନେଶ୍ବର, ୧ା୩(ବ୍ୟୁରୋ): ବିଧାନସଭାରେ ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା। ଏହି ସମୟରେ ପ୍ରଥମେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଭାଗନେଇ କହିଥିଲେ, ନବ ଦାସ ହତ୍ୟାକାଣ୍ଡକୁ ମାସେ ପୂରିଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଏ ଷଡ଼ଯନ୍ତ୍ର ପଛର ରହସ୍ୟ ଜଣାପଡ଼ିଲାନାହିଁ। ଏହାର ପ୍ରତିବାଦ କରିବାକୁ ଯୁବମୋର୍ଚ୍ଚା ବିଧାନସଭା ଅଭିମୁଖେ ଆସୁଥିଲା। ହେଲେ ସେମାନଙ୍କୁ ପୋଲିସ ଗୋଡ଼େଇ ଗୋଡ଼େଇ ପିଟିଲା। ପୋଲିସର ଏଭଳି ଆକ୍ରମଣରେ କାହାର ଗୋଡ଼ ଭାଙ୍ଗିଛି ତ କାହାର ମୁଣ୍ଡ ଫାଟିଛି। ପୋଲିସ ଆନ୍ଦୋଳନକୁ ପ୍ରତିହତ କରିବାକୁ ଯେଉଁ ବଳ ଲଗାଇଛି ତାହା ତଦନ୍ତରେ ଲଗାଇଥିଲେ ଭଲ ହୋଇଥାଆନ୍ତା। ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୋଲିସ ଗୋଇଠା ମାରିବା କେତେ ଗ୍ରହଣୀୟ ବୋଲି ସେ ପ୍ରଶ୍ନ କରିଛନ୍ତି। ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ଏଭଳି ଆଚରଣକୁ ନିନ୍ଦା କରାଯିବା ଉଚିତ। ବିଧାନସଭା ପ୍ରଶ୍ନ ଉତ୍ତରରୁ ଜଣାପଡିଛି ଚୋରି, ହତ୍ୟା ଏବଂ ବଳାତ୍କାର ରାଜ୍ୟରେ ବଢ଼ିଚାଲିଛି। ରାଜ୍ୟରେ ନେତା, ମନ୍ତ୍ରୀ ଅସୁରକ୍ଷିତ। ଯୁବମୋର୍ଚ୍ଚା ଏହାର ପ୍ରତିବାଦ କରୁଥିଲା ହେଲେ ପୋଲିସ୍‌ ପକ୍ଷରୁ ଆକ୍ରମଣ କରାଗଲା। ଜୟନାରାୟଣଙ୍କ ଏଭଳି ମନ୍ତବ୍ୟ ନ ସରୁଣୁ ଭାଜପା ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଏହି ସମୟରେ ବିରୋଧୀ ଦଳ ନେତା ତାଙ୍କ ଆସନ ପାଖରେ ଠିଆହୋଇଥିଲେ। ବାଚସ୍ପତି ବିରୋଧୀ ସଦସ୍ୟଙ୍କୁ ଆସନ ଗ୍ରହଣ କରିବାକୁ କହିବା ସହିତ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କୁ ବଜେଟ ଉପରେ ବକ୍ତବ୍ୟ ରଖିବାକୁ କହିଥିଲେ। ଏହାପରେ ବାଚସ୍ପତି ଶାସକ ଦଳ ନେତା ଦେବୀପ୍ରସାଦ ମିଶ୍ରଙ୍କୁ କହିବାକୁ କହିଥିଲେ। ସେ କହିଥିଲେ, ପୋଲିସ ଉପରେ ଭାଜପା କର୍ମୀମାନେ କିପରି ଆକ୍ରମଣ କରୁଥିଲେ ତାହା ସେ ଖାଇବାକୁ ଯିବା ସମୟରେ ଟେଲିଭିଜନ ଜରିଆରେ ଦେଖିଥିଲେ। ଟେଲିଭିଜନରେ ଦେଖାଉଥିଲା ଭାଜପା କର୍ମୀ କଳା ଢେଲା ମାଡ଼ କରୁଥିବା ଦୃଶ୍ୟ। ଏହାକୁ ବୋଧେ ବିରୋଧୀ ଦଳ ନେତା ଦେଖିନାହାନ୍ତି। ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି, ସେଥିରେ କିଛି ଅସୁବିଧା ନାହିଁ। ହେଲେ ଏଭଳି ଘଟଣା ଠିକ୍‌ ନୁହେଁ ବୋଲି ସେ କହିଥିଲେ। ଏହାପରେ ବାଚସ୍ପତି ପୁନର୍ବାର ବିରୋଧୀ ସଦସ୍ୟଙ୍କୁ ଆସନ ଗ୍ରହଣ କରିବାକୁ କହିବା ସହିତ ସଂସଦସୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ବଜେଟ ଉପରେ ବକ୍ତବ୍ୟ ଦେବାକୁ କହିଥିଲେ। ଏହି ସମୟରେ ସେ କହିଥିଲେ, ଗୋଟିଏ ବିଷୟରେ ଥରେ ଗୃହରେ ମୋସନ ଆସି ଆଲୋଚନା ହେବାପରେ ଆଉ ଥରେ ସେହି ବିଷୟରେ ଆଲୋଚନା ନିୟମାନୁଯାୟୀ ହୁଏ ନାହିଁ। ଏହାଦ୍ୱାରା ସମ୍ବିଧାନ ନିୟମର ଉଲ୍ଲଂଘନ ହେଉଛି। ଲୋକଙ୍କ ସ୍ବାର୍ଥ ଲାଗି ବଜେଟ ଆଲୋଚନାରେ ଭାଗ ନେବାକୁ ସେ କହିଥିଲେ। ନିୟମ ବାହାରକୁ କେହି ନ ଯିବାକୁ ସେ ପୁଣି ଜଣାଇଥିଲେ। ଏହାପରେ ବାଚସ୍ପତି ଶାସକ ଦଳ ମୁଖ୍ୟ ସଚେତକ ଏବଂ ଉପ ମୁଖ୍ୟ ସଚେତକ ସରୋଜ ମେହେରଙ୍କୁ ନିର୍ଦ୍ଦେଶ ଦେଇଥିଲେ ବିରୋଧୀ ଦଳ ନେତାଙ୍କୁ ବୁଝାଇବା ଲାଗି। ପ୍ରଶାନ୍ତ ମୁଦୁଲି ବିରୋଧୀ ସଦସ୍ୟଙ୍କ ସହିତ ଆଲୋଚନା କରିବା ପରେ ଯାଇ ବାଚସ୍ପତିଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଗୃହ ୪ଟା ୧୧ରୁ ୪ଟା ୨୧ ପର୍ଯ୍ୟନ୍ତ ମୁଲତବୀ ରହିଥିଲା। ଏହାପରେ ଗୃହ ଚାଲିବା କ୍ଷଣି ବିରୋଧୀ ପୁଣି ସମାନ ପ୍ରସଙ୍ଗରେ ହୋହଲ୍ଲା କରିବାରୁ ବାଚସ୍ପତି ବିରୋଧୀ ଦଳ ନେତା, ଶାସକ ଦଳ ମୁଖ୍ୟ ସଚେତକ, ଶାସକ ଦଳ ସଦସ୍ୟ ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜାଙ୍କ ସମେତ ଅନ୍ୟମାନଙ୍କୁ ଆଲୋଚନା ଲାଗି ଡାକିବା ସହ ଗୃହକୁ ୪ଟା ୨୨ରୁ ୪ଟା ୩୨ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ୪ଟା ୩୨ରୁ ଗୃହ ସ୍ବାଭାବିକ ହୋଇଥିଲା। ଏହାପରେ ଦେବୀ ମିଶ୍ର ପୁଣି ନିଜର ବକ୍ତବ୍ୟ ରଖିଥିଲେ। ଏହାପରେ ସନ୍ତୋଷ ସିଂ ସାଲୁଜା ବଜେଟ ଉପରେ ପ୍ରତିକ୍ରିୟା ରଖି କହିଥିଲେ , ପ୍ରତ୍ୟେକ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଯେତିକି ଟଙ୍କାର ବଜେଟ ଆଣୁଛନ୍ତି ତା’ର ୭୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାରେ ସକ୍ଷମ ହେଉଛନ୍ତି। ହେଲେ ବାକି ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ। ଗତ ବର୍ଷ ୨ ଲକ୍ଷ କୋଟି ଟଙ୍କାର ବଜେଟ ଆଣିଥିବା ବେଳେ ଏହାର ୭୦ ପ୍ରତିଶତ ଖର୍ଚ୍ଚ କରିଥିଲେ। ତେଣୁ ସେହି ଅନୁପାତରେ ଦେଖିଲେ ରାଜ୍ୟ ସରକାର ଏଥର ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ଆଣିଛନ୍ତି। ସେଥିରୁ ୬୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ। ତେଣୁ ସେହି ଅନୁସାରେ ଦେଖିଲେ ସରକାର ଦେଢଲକ୍ଷ କୋଟି ଟଙ୍କାର ବଜେଟ ଆଣିଛନ୍ତି। ଇଏ କେବଳ କାଗଜରେ ବଜେଟ ଆକାର ବଢ଼ାଇଥିବା ଉଲ୍ଲେଖ କରୁଛନ୍ତି। ଏମାନେ ୨୪ଟି ନୂଆ ଯୋଜନା ଆଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନାଁରେ ୯ଟି ଯୋଜନା କରିଛନ୍ତି। ୨୦୧୯ରେ ସରକାର ଏମିତି ବଜେଟ ଆଣିଥିଲେ। ସେଥିରେ ଆମ ଗାଁ ଆମ ବିକାଶ ଯୋଜନା ରଖିଥିଲେ। ବିଜୁ ଯୁବବାହିନୀ ଯୋଜନା ଆଣିଥିଲେ, କୁଆଡେ ଗଲା ସେସବୁ ଯୋଜନା। ବିଜୁ ଯୁବବାହିନୀ ଏବେ ବିଜୁ ଗୁଣ୍ଡା ବାହିନୀରେ ପରିଣତ ହୋଇଛି। ନିର୍ବାଚନରେ ସେହି ବିଜୁ ଯୁବବାହିନୀରେ ଥିବା ଯୁବକଙ୍କୁ କିକ୍‌ ମାରିକି ଆଉଟ୍‌ କରିଦେଲେ। ଏ ସରକାର ଲୋକଙ୍କୁ ଦାଦନ ଖଟିବାକୁ ଯିବା ପାଇଁ ବାଧ୍ୟ କରୁଥିବା ସେ କହିଛନ୍ତି। ଏହାପରେ ଧ୍ରୁବଚରଣ ସାହୁ, ଜ୍ୟୋତି ପାଣିଗ୍ରାହୀ ସରକାରଙ୍କ ସଫଳ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ। ଏହାପରେ କୁସୁମ ଟେଟେ, ପ୍ରଣବ ବଳବନ୍ତରାୟ, ପ୍ରଭୁ ଜାନି, ଅଧିରାଜ ପାଣିଗ୍ରାହୀ, ପ୍ରୀତମ ପାଢୀ, ମୋହନ ମାଝି ଏବଂ ଦାଶରଥୀ ଗମାଙ୍ଗ ନିଜର ବକ୍ତବ୍ୟ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri