Odisha Elections 2024

ରାୟଗଡ଼ା ପଣସର ଚାହିଦା ଅଧିକ, ଉଚିତ ଦର ମିଳୁନି

ରାୟଗଡ଼ା,୨୭ା୨(ସ୍ବ.ପ୍ର.):ସପୁରି ଓ ସୀତାଫଳ ପରେ ଦେଶର ବିଭିନ୍ନ ପ୍ରାନ୍ତରେ ରାୟଗଡ଼ା ଜିଲା ପଣସର ଚାହିଦା ରହିଛି ା ବିଶେଷକରି ବସନ୍ତ ଋତୁରେ କଞ୍ଚା ପଣସକୁ ମହାରାଷ୍ଟ୍ର, ଗୁଜରାଟ ଓ ମଧ୍ୟପ୍ରଦେଶର ବ୍ୟବସାୟୀମାନେ ଅପେକ୍ଷା କରିଥାଆନ୍ତି। ବର୍ତ୍ତମାନ ଜିଲାରେ କଞ୍ଚା ପଣସ ମିଳୁଥିବା ବେଳେ ପ୍ରତିଦିନ ଭ୍ୟାନ୍‌ ଓ ଟ୍ରକ୍‌ରେ ଉପରୋକ୍ତ ୩ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପଠାଯାଉଛି। ମାତ୍ରାଧିକ ପଣସ ଉପତ୍ାଦନ ପରେ ରାୟଗଡ଼ା ସହରରୁ ହୋଲ୍‌ସେଲ ବ୍ୟବସାୟୀମାନେ ଏହାକୁ ବାହାର ରାଜ୍ୟକୁ ପଠାଉଛନ୍ତି। ହେଲେ ଗ୍ରାମାଞ୍ଚଳର ପଣସ ସଂଗ୍ରହକାରୀ ଉଚିତ ମୂଲ୍ୟ ପାଉନାହାନ୍ତି। ସେମାନେ ୨ରୁ ୩କେଜି ଓଜନର କଞ୍ଚା ପଣସ କିଲୋ ପିଛା ମାତ୍ର ୫/୭ ଟଙ୍କା ଦରରେ ବିକ୍ରି କରୁଛନ୍ତି। ହୋଲ୍‌ସେଲ ବ୍ୟବସାୟୀ ୧୦ରୁ ୧୫ ଟଙ୍କାରେ ତାହା ରାଜ୍ୟ ବାହାରକୁ ପଠାଉଛନ୍ତି। ବାହାର ରାଜ୍ୟରେ କିଲୋ ପିଛା ୧୫ ରୁ ୨୦ ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି ।
ଜିଲାର ରାମନାଗୁଡ଼ା, କଲ୍ୟାଣସିଂହପୁର, ବିଷମକଟକ, କୋଲନରା ଓ ରାୟଗଡ଼ା ବ୍ଲକର ପାହାଡ଼, ଜଙ୍ଗଲଭରା ଅଞ୍ଚଳରେ ବହୁ ସଂଖ୍ୟାରେ ପଣସ ଗଛ ରହିଛି । ବର୍ଷକୁ ବର୍ଷ ଏହାର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ପାଚିଲା ଅପେକ୍ଷା କଞ୍ଚା ପଣସର ଅଧିକ ଚାହିଦା ରହିଥିବା ଯୋଗୁ ଏହାକୁ ଆଦିବାସୀମାନେ ସଂଗ୍ରହ କରି ସହରରେ ହୋଲ୍‌ସେଲ ବ୍ୟବସାୟୀଙ୍କୁ ପ୍ରଦାନ କରିଥାଆନ୍ତି। ହୋଲ୍‌ସେଲ ବ୍ୟବସାୟୀ ଉଚ୍ଚା ଦରରେ ବାହାରେ ବିକ୍ରି କରି ମୁନାଫା କମାଉଛନ୍ତି। ଏବେ ବି ସଂଗ୍ରହକାରୀ ଅବହେଳିତ। ପାହାଡ଼ିଆ ଅଞ୍ଚଳରୁ ସଂଗ୍ରହ ହେଉଥିବା ସାମଗ୍ରୀ ଉଚିତ ଦରରେ ବିକ୍ରି କରିବା ପାଇଁ ଜିଲାସ୍ତରରେ ଓର୍‌ମାସ ଥିବା ସତ୍ତ୍ୱେ ସେହି ବିଭାଗ ଚାଷୀଙ୍କ ପ୍ରତି ହତାଦର କରୁଥିବା ଅଭିଯୋଗ ହୋଇଛି । କିଭଳି ଚାଷୀ ଓ ସଂଗ୍ରହକାରୀ ଉଚିତ ଦର ପାଇବେ ସେଥିପ୍ରତି ଓର୍‌ମାସ ଧ୍ୟାନ ଦେଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ନିଜର କ୍ଷତି ଦର୍ଶାଇ ଓର୍‌ମାସ ଅଧିକାରୀ ପଣସ ସଂଗ୍ରହକାରୀଙ୍କ ସହ ଥରେ ମଧ୍ୟ ଆଲୋଚନା କରି ନ ଥିବା ସୂଚନା ମିଳିଛି। ଆଦିବାସୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଜଙ୍ଗଲଜାତ ଦ୍ରବ୍ୟ ପ୍ରମୁଖ ମାଧ୍ୟମ ପାଲଟିଥିବା ବେଳେ ପଣସ ସେଥିରୁ ଅନ୍ୟତମ। ବର୍ଷକୁ ଜିଲାରୁ ପ୍ରାୟ ୨୦ ହଜାର କୁଇଣ୍ଟାଲ କଞ୍ଚା ପଣସ ପଶ୍ଚିମ ଭାରତକୁ ପଠାଯାଉଥିବା ଏକ ଆକଳନରୁ ଜଣାପଡ଼ିଛି ା କେବଳ ନିମୟଗିରି ପାହାଡ଼ରୁ ବାର୍ଷିକ ୯ରୁ ୧୦ ହଜାର କୁଇଣ୍ଟାଲ ପଣସ ଉପତ୍ାଦନ ହେଉଛି। ଜାନୁୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ କଞ୍ଚା ପଣସ ମିଳୁଥିବା ବେଳେ ମାର୍ଚ୍ଚ ବେଳକୁ ପାଚିଲା ପଣସ ଉପଲବ୍ଧ ହୋଇଥାଏ । ଅପରପକ୍ଷରେ, ରାୟଗଡ଼ାର କଞ୍ଚା ପଣସକୁ ମହାରାଷ୍ଟ୍ର ଓ ଛତିଶଗଡ଼ରେ ଥିବା ଶୀତଳଭଣ୍ଡାରରେ ମହଜୁଦ ରଖି ବର୍ଷା ଋତୁ ପର୍ଯ୍ୟନ୍ତ ଏହାକୁ ବିକ୍ରି କରାଯାଉଛି। ହେଲେ ରାୟଗଡ଼ା ଜିଲାର କୌଣସି ସ୍ଥାନରେ ସଂଗ୍ରହକାରୀ କିଭଳି ସୁବିଧାରେ ବିକ୍ରି କରିବେ ଏବଂ ଭଲ ରୋଜଗାର ହେବ ସେଥିପ୍ରତି ଧ୍ୟାନ ଦିଆଯାଉନାହିଁ । ତେଣୁ ରାଜ୍ୟ ସରକାର କୃଷିଜାତ ଦ୍ରବ୍ୟକୁ ଅଧିକ ଗୁରୁତ୍ୱ ଦେଇ ପଣସକୁ ସେଥିରେ ସାମିଲ କରିବା ନିମନ୍ତେ ଦାବି ହୋଇଛି । ଓର୍‌ମାସ ଅଧିକାରୀ ମନୋଜ ପାତ୍ର କହିଛନ୍ତି, ବାହାର ରାଜ୍ୟର ବ୍ୟବସାୟୀ ପଣସ କିଲୋ ପିଛା ୨୨ରୁ ୨୩ଟଙ୍କା ମାଗୁଥିବା ବେଳେ ଲୋକାଲରେ ଏହାର ଦର କିଲୋ ପିଛା ୨୫ରୁ ୩୦ଟଙ୍କା ରହୁଛି ା ଯାହାଫଳରେ ସଂସ୍ଥା ପକ୍ଷରୁ କୌଣସି ବ୍ୟବସାୟ ସୁବିଧା ଯୋଗାଇ ଦିଆଯାଇପାରୁନାହିଁ ା ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ପଣସର ଉଚିତ ଦର ଧାଯ୍ୟ କରିବାକୁ ସଂଗ୍ରହକାରୀମାନେ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ରାସ୍ତାକୁ ଚାଲି ଆସିଥିଲା ହରିଣ ଛୁଆ: ଆଉ ତାପରେ…

ମୋହନା,୨୬ା୫(ମନ୍ମଥ ମିଶ୍ର୍ର): ମୋହନା ସଦର ମହକୁମାର ତାରିଣୀ ମନ୍ଦିର ସାମ୍ନାରେ ଥିବା ଜଙ୍ଗଲରୁ ରାସ୍ତାକୁ ଚାଲି ଆସିଥିବା ଏକ ହରିଣ ଛୁଆକୁ କେତେକ ବୁଲା କୁକୁର...

ଯାତ୍ରୀ ଓହ୍ଲାଇବା ବେଳେ ସବାରୀ ଗାଡ଼ି ଉପରକୁ ମାଡିଗଲା ଟ୍ରକ: ଜଣେ ମୃତ, ୮ ଆହତ

ବାରିପଦା,୨୬।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅଧୀନ ଅସନଯୋଡ଼ା ନିକଟ ୧୮ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି।...

ମଧ୍ୟରାତିରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ରେମାଲ’: ବର୍ଷା, ପବନର ମୁକାବିଲା ପାଇଁ ଜିଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୨୬।୫: ପୂର୍ବ କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ’ ରବିବାର ମଧ୍ୟରାତିରେ ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପରା ମଝିରେ ବାଂଲାଦେଶ...

ବୃଦ୍ଧଙ୍କୁ ଧକ୍କା ଦେଲା କାର୍‌

ଛତ୍ରପୁର,୧୬।୫(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ଠାରେ ଏକ କାର ଧକ୍କାରେ ବୃଦ୍ଧ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ୨ଟା...

ଛତ୍ରପୁର ବ୍ଲକ ଟପ୍ପର ହେଲେ ଅଭିପ୍ସା

ଛତ୍ରପୁର,୨୬।୫(ଦିଲ୍ଲୀପ ସାମଲ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୪ ମାଟ୍ରିକ ପରୀକ୍ଷା ଫଳାଫଳ ରବିବାର ପ୍ରକାଶ ପାଇଛି । ଏଥିରେ ଛତ୍ରପୁର ବ୍ଲକର...

ମାଟ୍ରିକ ପରୀକ୍ଷାରେ ଚମକିଲେ ଦିବ୍ୟ ପ୍ରସାଦ

ପାଟଣା,୨୬।୫(ବୀର କିଶୋର ଦାଶ): ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ପରିଷଦ କଟକ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲା ପାଟଣା...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଚାଲିଛି ମୂଲ୍ୟାଙ୍କନ, ଏହି ଦଳ ମାରିବ ବାଜି…

ହାଟଡିହୀ,୨୬ା୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ପରୀକ୍ଷା ସରିଯାଇଛି। କାହା ସପକ୍ଷରେ କେତେ ଭୋଟ୍‌ ଯିବ ତାକୁ ନେଇ ଏବେ ମୂଲ୍ୟାଙ୍କନ ଚାଲିଛି। ଜନାଦେଶ ଫଳାଫଳ...

ମୋରଡ଼ା ବ୍ଲକର ଦୁଇ ଛାତ୍ରୀଛାତ୍ର ଗ୍ରେଡ୍‌ ଏ-୧ରେ କୃତକାର୍ଯ୍ୟ

ମୋରଡ଼ା,୨୬ା୫(ସ୍ମାରକ ମାଜୀ): ରବିବାର ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଦୁଇଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡ୍‌ରେ କୃତକାର୍ଯ୍ୟ ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri