ମୁକ୍ତା ଯୋଜନାକୁ ଅଧିକ ଗତିଶୀଳ ପାଇଁ ପ୍ରୟାସ

ଭୁବନେଶ୍ୱର, ୨୪।୨ (ବ୍ୟୁରୋ):ରାଜ୍ୟରେ ମୁକ୍ତା ଯୋଜନାକୁ ଅଧିକ ଗତିଶୀଳ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଥିନିମନ୍ତେ ନଗର ଉନ୍ନୟନ ବିଭାଗ ଓ ସହରାଞ୍ଚଳ ପରିଚାଳନା ସଂସ୍ଥା ମଧ୍ୟରେ ଏକ ଏମ୍‌ଓୟୁ ସ୍ବାକ୍ଷରିତ ହେଇଛି। ନଗରଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥି ଭାଥନନ୍‌ ଏବଂ ସହରାଞ୍ଚଳ ପରିଚାଳନା ସଂସ୍ଥାର ନିର୍ଦ୍ଦେଶିକା ମାନଭିତା ବରାଡି ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ମୁକ୍ତା ଯୋଜନାରେ ଯୋଡ଼ି ହେଉଥିବା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଓ ବସ୍ତି ଉନ୍ନୟନ କମିଟିଗୁଡ଼ିକର ଦକ୍ଷତା ବିକାଶ କରି ସେମାନଙ୍କ ଦ୍ବାରା ଅଧିକରୁ ଅଧିକ କାମ କରାଇବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରାଥମିକତା ଦେଇଛି। ଏହି ଯୋଜନାରେ ଏସ୍‌ଏଚ୍‌ଜିଙ୍କ ଯୋଗଦାନ ଓ କାର୍ଯ୍ୟ ବୃଦ୍ଧି ହୋଇଥିବାରୁ କଣ୍ଟ୍ରାକ୍ଟର ମୁକ୍ତ ହେବା ସହ ଗୋଷ୍ଠୀ କଣ୍ଟ୍ରାକ୍ଟର ବ୍ୟବସ୍ଥାର ଉନ୍ନତି ଅଣିବା ନିମନ୍ତେ ବିଭାଗ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ରାଜ୍ୟର ୧୧୫ ପୌରାଞ୍ଚଳରେ ୨୦ ହଜାରରୁ ଅଧିକ ଏସ୍‌ଏଚ୍‌ଜି ଓ ୧ ହଜାରରୁ ଅଧିକ ବସ୍ତି ଉନ୍ନୟନ କମିଟି ମୁକ୍ତା ଯୋଜନାରେ ବିଭିନ୍ନ ଉନ୍ନୟନମୂଳକ କାମ କରୁଛନ୍ତି। ସହରାଞ୍ଚଳ ପରିଚାଳନା ସଂସ୍ଥା ଏସଏଚ୍‌ଜି ଓ ବସ୍ତି ଉନ୍ନୟନ ସଂସ୍ଥାଗୁଡ଼ିକୁ ତାଲିମ ଦେବ। ଏସ୍‌ଏଚ୍‌ଜି କଣ୍ଟ୍ରାକ୍ଟରଙ୍କୁ ଯେପରି କେହି ଠକି ନ ପାରିବେ ଓ ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯିବ। ଏଥିପାଇଁ ୯ଟି କ୍ଲଷ୍ଟରରେ ୧୧୫ଟି ପୌରାଞ୍ଚଳରେ ନିୟମିତ ଭାବେ ଏହି ତାଲିମ ପ୍ରଦାନ କରାଯିବ। ତାଲିମ ପରେ ମଧ୍ୟ ଆସେସମେଣ୍ଟ କରାଯାଇ ଗୋଷ୍ଠୀଗୁଡ଼ିକ ଦକ୍ଷତା ବୃଦ୍ଧ କରାଯିବ। ଏହି ସହରୀ କର୍ମ ନିଯୁକ୍ତି ଯୋଜନାରେ ଏବେସୁଦ୍ଧା ୭ଲକ୍ଷ ସହରୀ ଗରିବ ଓ ପ୍ରବାସୀ ଶ୍ରମିକ ୨୦୮ କୋଟି ଟଙ୍କା ମୂଲ୍ୟର ୨୨ ହଜାର ୫୦୦ ଗୋଷ୍ଠୀସ୍ତରୀୟ ବିକାଶ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ବୁଝାମଣାପତ୍ର ସ୍ବାକ୍ଷର ସମୟରେ ନଗରଉନ୍ନୟନ ବିଭାଗ ଯୁଗ୍ମ ସଚିବ ସୁଡା ନିର୍ଦ୍ଦେଶକ ତଥା ମୁକ୍ତା ଯୋଜନା ରାଜ୍ୟ ନୋଡାଲ ଅଧିକାରୀ ଶାରଦା ପ୍ରସାଦ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri