ପାକିସ୍ତାନକୁ ୨୬/୧୧ କଥା ମନେପକାଇ ଦେଲେ ଜାଭେଦ ଅଖତର

ମୁମ୍ବାଇ,୨୧ ।୨: ବଲିଉଡ ରାଇଟର ଜାଭେଦ ଅଖତର ନିକଟରେ ପାକିସ୍ତାନ ଯାଇ ସେଠାରେ ହିଁ ତାକୁ ଆଇନା ଦେଖାଇଛନ୍ତି । ସେ ସେଠାରେ ଏକ କାର୍ଯ୍ୟକ୍ରମରେ ମନେପକାଇ ଦେଇଛନ୍ତି କି ୨୬/୧୧ ଆତଙ୍କବାଦୀ ଆକମ୍ରଣର ଅଭିଯୁକ୍ତ ଏବେବି ଖୋଲା ଖୋଲି ବୁଲୁଛନ୍ତି । ସୂଚନାଯୋଗ୍ୟ, ନିକଟରେ ପାକିସ୍ତାନରେ ନାମୀଦାମୀ ଉର୍ଦ୍ଧୁ ଶାୟର ଫୈଜ ଅହମ୍ମଦ ଫୈଜଙ୍କ ସ୍ମୃତିରେ ଆୟୋଜିତ ଏକ ସମାରୋହରେ ସାମିଲ ହେବାକୁ ଜାଭେଦ ଅଖତର ସେଠାରେ ପହଞ୍ଚିଥିଲେ ।

ଜଣେ ବ୍ୟକ୍ତି ଜାଭେଦଙ୍କୁ ପ୍ରଶ୍ନ କରିଥିଲେ, ଆପଣ ତ ଅନେକ ଥର ପାକିସ୍ତାନ ଯାଉଛନ୍ତି, ଯେତେବେଳେ ଆପଣ ସ୍ୱଦେଶ ଫେରନ୍ତି ସେତେବେଳେ ଆପଣ ଆପଣଙ୍କ ଲୋକଙ୍କୁ କୁହନ୍ତି କି ସେମାନେ ଭଲ ଲୋକ, ସେମାନେ କେବଳ ଆମ ଉପରେ ବୋମା ବର୍ଷଣ କରୁ ନାହାନ୍ତି ବରଂ ଆମକୁ ଭଲପାଇବା ସହ ଶୁଭେଚ୍ଛା ବି ଦେଉଛନ୍ତି । ଏହାର ଜବାବରେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ କଥା ମନେପକାଇ ଜାଭେଦ ଅଖତର କହିଥିଲେ, ଆସନ୍ତୁ ଆମେ ପରସ୍ପରକୁ ଦୋଷ ଦେବା ନାହିଁ, ଏହାଦ୍ୱାରା କୌଣସି ପ୍ରସଙ୍ଗର ସମାଧାନ ହୋଇ ନ ଥାଏ । ଜୋ ଗରମ ହେ ଫିଜା, ଓ କମ ହୋନା ଚାହିଏ । ଆମ ଉପରେ ଆକ୍ରମଣ ହୋଇଛି, ଆମେ ତ ମୁମ୍ବାଇ ଲୋକ । ଆମେ ଦେଖିଛୁ ସେଠାରେ କେମିତି ଆକ୍ରମଣ ହୋଇଛି । ସେମାନେ ନା ନରୱେରୁ ଆସିଥିଲେ ନା ମିଶ୍ରରୁ । ସେହି ଲୋକେ ଆଜିବି ଆପଣଙ୍କ ଦେଶରେ ଖୋଲା ଖୋଲି ବୁଲୁଛନ୍ତି । ଆଉ ଯଦି ଏହି ଅଭିଯୋଗ ହିନ୍ତୁସ୍ତାନୀଙ୍କ ହୃଦୟରେ ରହିଛି ତେବେ ଆପଣ ଏହାକୁ ଭୁଲ ବୁଝିବା ଉଚିତ ନୁହେଁ । କାରଣ ଏବେବି ୨୬/୧୧ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ଆପଣଙ୍କ ଦେଶରେ ବୁଲୁଛନ୍ତି । ତେଣୁ ଯଦି କୌଣସି ଭାରତୀୟ ଏହାକୁ ନେଇ ଅଭିଯୋଗ କରନ୍ତି ତେବେ ଆପଣ ଭୁଲ ବୁଛିବା କଥା ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟଙ୍କୁ ସପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୪: ସୋମବାର (ଏପ୍ରିଲ ୨୯, ୨୦୨୪) ସୁପ୍ରିମକୋର୍ଟ ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ ଆଶ୍ୱସ୍ତି ପ୍ରଦାନ କରଛନ୍ତି। କୋର୍ଟ କହିଛନ୍ତି...

ମୁଁ କଂଗ୍ରେସର ଉଦ୍ଦେଶ୍ୟ ପୂରଣ ହେବାକୁ ଦେବି ନାହିଁ: କର୍ନାଟକରେ ଗର୍ଜିଲେ ମୋଦି

ବେଙ୍ଗାଲୁରୁ,୨୯।୪: ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କର୍ନାଟକରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୯।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ ଭାଜପା ପ୍ରାର୍ଥୀ ଭାବରେ ପୁନଃ ମନୋନୀତ ହୋଇଛନ୍ତି। ସୋମବାର ସେ ଏଠାରୁ ପ୍ରାର୍ଥିପତ୍ର ଦାଖଲ...

ଫସିଗଲେ କହ୍ନେୟା କୁମାର, ଉଦିତ ରାଜ

ନୂଆଦିଲ୍ଲୀ,୨୯।୪: କହ୍ନେୟା କୁମାର ଏବଂ ଉଦିତ ରାଜଙ୍କୁ ଲୋକ ସଭା ପ୍ରାର୍ଥୀ କରାଯିବା ପରେ ଦିଲ୍ଲୀ କଂଗ୍ରେସରେ ଯେଉଁ ଆଲୋଡ଼ନ ସୃଷ୍ଟି ହୋଇଛି, ତାହା ଏପର୍ଯ୍ୟନ୍ତ...

କଂଗ୍ରେସକୁ ବଡ ଝଟ୍‌କା, ନାମାଙ୍କନ ଫେରାଇ ନେଲେ ପ୍ରାର୍ଥୀ

ଇନ୍ଦୋର,୨୯।୪: ଲୋକ ସଭା ନିର୍ବାଚନ ପୂର୍ବରୁ ଇନ୍ଦୋରରେ କଂଗ୍ରେସକୁ ବଡ ଝଟ୍‌କା ଲାଗିଛି। କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବାମ ଆଜି ଦଳକୁ ଚକିତ କରି...

ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟ୍‌କା

ନୂଆଦିଲ୍ଲୀ,୨୯।୪: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ସନ୍ଦେଶଖାଲି ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ କୌଣସି ଆଶ୍ୱସ୍ତି ପାଇନାହାଁନ୍ତି। ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ସନ୍ଦେଶଖାଲି...

ଜମ୍ମୁ-କଶ୍ମୀରରେ ତୁଷାରପାତ

ଶ୍ରୀନଗର,୨୯ା୪: ଏପ୍ରିଲର ଶେଷ ଦିନରେ ଜମ୍ମୁ-କଶ୍ମୀରରେ ପାଣିପାଗ ଧାରା ବଦଳିଛି। ଗୁରେଜ, ମଛିଲ, ରାଜଦାନ ସମେତ ରାଜ୍ୟର ଅନେକ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହୋଇଛି। ଏଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri