Posted inଫୁରସତ

ରିଭ୍ୟୁ ରେଟିଂ, ଏକ ଧୋକା!

ରେସ୍ତୋରାଁରେ ଖାଇବା ହେଉ କି ବୁଲିବାକୁ ଯାଇଥିଲେ ହୋଟେଲ୍‌ ବୁକ୍‌ କରିବା ଅବା ଅନ୍‌ଲାଇନ୍‌ରେ ଯେକୌଣସି ସାମଗ୍ରୀ କିଣିବା ବେଳେ ଅଧିକାଂଶ ପ୍ରଥମେ ଏହାର ରିଭ୍ୟୁ ଏବଂ ରେଟିଂ ଦେଖିବାକୁ ଭୁଲି ନ ଥା’ନ୍ତି। କାରଣ ଯାହାର ରେଟିଂ ଯେତେ ଅଧିକ, ତାହା ସେତେ ଭଲ ବୋଲି ସଭିଙ୍କ ମନରେ ଧାରଣା ରହିଛି। ହେଲେ ବାସ୍ତବରେ ଏହି ରିଭ୍ୟୁ ଏବଂ ରେଟିଂ କେତେଦୂର ଭରସାଯୋଗ୍ୟ
ତାହା ଏବେବି ପ୍ରଶ୍ନବାଚୀ…

ବର୍ତ୍ତମାନ ଯେକୌଣସି ନୂଆ ସାମଗ୍ରୀ କିଣିବା ପୂର୍ବରୁ ଏହା ବିଷୟରେ ଜାଣିବା ଲାଗି ରିଭ୍ୟୁ ଏବଂ ରେଟିଂ ପାଲଟିଛି ସବୁଠୁ ଭଲ ମାଧ୍ୟମ। କାରଣ ଏହାଦ୍ୱାରା ପୂର୍ବରୁ ଯେଉଁମାନେ ଉକ୍ତ ସାମଗ୍ରୀ କିଣି ବ୍ୟବହାର କରିଛନ୍ତି, ସେମାନେ କେତେ ଉପକୃତ ହୋଇଛନ୍ତି ଅବା କେଉଁ କାରଣକୁ ନେଇ ଅସନ୍ତୁଷ୍ଟ ସେ ସମ୍ପର୍କରେ ସହଜରେ ଜାଣି ହେଉଛି। ତେବେ ଏକ ସର୍ଭେ ରିପୋର୍ଟ ମୁତାବକ ଇଣ୍ଟରନେଟ୍‌ ଉପଭୋକ୍ତାଙ୍କ ମଧ୍ୟରୁ ପ୍ରାୟ ୯୧ ଭାଗ ଅନ୍‌ଲାଇନ୍‌ ରିଭ୍ୟୁ ଚେକ୍‌ କରିଥା’ନ୍ତି। ସେମାନଙ୍କ ମଧ୍ୟରୁ ୮୪ ଭାଗ ଏହା ଉପରେ ବିଶ୍ୱାସ କରୁଥିବା ବେଳେ ୬୮ ଭାଗ ଏହା ଅନୁସାରେ ନିଷ୍ପତ୍ତି ନେଉଥିବା ଜଣାପଡ଼ିଛି। ହେଲେ ଏକ ରିପୋର୍ଟ ମୁତାବକ, ସମସ୍ତ ଅନ୍‌ଲାଇନ୍‌ ରିଭ୍ୟୁ ମଧ୍ୟରୁ ପ୍ରାୟ ୪୦% ଫେକ୍‌ ବା ମିଛ। ଯଦି ଆପଣମାନେ ବି କୌଣସି ସାମଗ୍ରୀ କିଣିବା ବେଳେ ଅନ୍‌ଲାଇନ୍‌ ରିଭ୍ୟୁ ଏବଂ ରେଟିଂ ଦେଖୁଛନ୍ତି, ତେବେ ଜାଣିରଖନ୍ତୁ…
ତୁଳନା କରି କିଣିବା ସହଜ: ସାଧାରଣତଃ କୌଣସି ନୂଆ ପ୍ରଡକ୍ଟ କିଣିବା ବେଳେ ଏହା ବିଷୟରେ ବିଶେଷ ଧାରଣା ନ ଥାଏ। ଏମିତିରେ ବେଶ୍‌ ସାହାଯ୍ୟ କରେ ଅନ୍‌ଲାଇନ୍‌ ରିଭ୍ୟୁ। ଯେଉଁଠାରୁ ଗ୍ରାହକ ଅନ୍ୟଗ୍ରାହକଙ୍କ ମତାମତ ପଢ଼ି ଉକ୍ତ ପ୍ରଡକ୍ଟ ସମ୍ପର୍କରେ ଜାଣିବାକୁ ପାଆନ୍ତି। କେବଳ ଏତିକି ନୁହେଁ, ଏକାଧିକ ବ୍ରାଣ୍ଡର ପ୍ରଡକ୍ଟ ମଧ୍ୟରେ ତୁଳନା କରି କିଣିବାରେ ସେମାନଙ୍କୁ ସୁବିଧା ହୋଇଥାଏ।
ମନରେ ବିଶ୍ୱାସ ଆସେ: ଅନ୍‌ ଲାଇନ୍‌ ରିଭ୍ୟୁରେ ଭଲ ଭଲ କମେଣ୍ଟ୍ସ କିମ୍ବା ୫ ଷ୍ଟାର୍‌ ରେଟିଂ ଥିଲେ ଉକ୍ତ ପ୍ରଡକ୍ଟ ଭଲ ବୋଲି ମନରେ ଏକ ବିଶ୍ୱାସ ଆସିଥାଏ। ତେବେ ଏହା ସତ୍ତ୍ୱେ ମଧ୍ୟ କେବେକେବେ ବାସ୍ତବରେ ତାହା ଖରାପ ପଡ଼ୁଥିବାର ଅଭିଯୋଗ ଆସେ। ତେଣୁ କେବଳ ପଜିଟିଭ୍‌ ସହିତ ନେଗେଟିଭ୍‌ କମେଣ୍ଟ୍ସ ବି ପଢ଼ନ୍ତୁ। ଏହା ଦ୍ୱାରା କିଛି ଉପଭୋକ୍ତାଙ୍କ ଅସନ୍ତୁଷ୍ଟିର କାରଣ ଜାଣିବା ଦ୍ୱାରା ହୁଏତ ଆପଣଙ୍କୁ ଏହାକୁ ବ୍ୟବହାର କରିବାର ନିଷ୍ପତ୍ତି ନେବା ସହଜ ହେବ।
ଧ୍ୟାନ ଦିଅନ୍ତୁ:
ପ୍ରଡକ୍ଟର ରେଟିଂ ୫ ଷ୍ଟାର ଦେଖିବାମାତ୍ରେ ଏହାହିଁ ସବୁଠୁ ଭଲ ହୋଇଥିବା ଭାବି କିଣି ନିଅନ୍ତୁ ନାହିଁ। କାରଣ ଅନେକ କମ୍ପାନୀ ବିଭିନ୍ନ ଓ୍ବେବ୍‌ସାଇଟ୍‌ରେ ନିଜ ପ୍ରଡକ୍ଟଗୁଡ଼ିକର ପ୍ରମୋଶନ ସହ ଗ୍ରାହକଙ୍କୁ ଭ୍ରମରେ ପକାଇବା ପାଇଁ ରିଭ୍ୟୁରେ ଖୁବ୍‌ ଭଲ ଭଲ କମେଣ୍ଟ୍ସ ଦେବା ସହ ୫ ଷ୍ଟାର ରେଟିଂ ଦେବାକୁ ରାଇଟରମାନଙ୍କୁ ଟଙ୍କା ଦେଇଥା’ନ୍ତି। କେବଳ ଏତିକି ନୁହେଁ, ଅନେକ କମ୍ପାନୀ ନିଜ ପ୍ରଡକ୍ଟ ବିଷୟରେ ଭଲ କମେଣ୍ଟ୍ସ ଦେବା ବଦଳରେ ଗିଫ୍ଟ, ରିଓ୍ବାର୍ଡ, ଫ୍ରି ପ୍ରଡକ୍ଟ ଆଦି ଅଫର ମଧ୍ୟ କରିଥା’ନ୍ତି। ତେଣୁ ରେଟିଂ ସହିତ କମେଣ୍ଟ ଦେଖନ୍ତୁ, ଯଦି କିଛି ନେଗେଟିଭ୍‌ କମେଣ୍ଟ ଅଛି, ତେବେ ପ୍ରଡକ୍ଟ ବିଷୟରେ ଗ୍ରାହକଙ୍କ ମତାମତ କ’ଣ ଭଲ ଭାବେ ପଢ଼ିବା ପରେ କିଣନ୍ତୁ। ତେଣୁ ଅନ୍‌ଲାଇନ୍‌ ରିଭ୍ୟୁ ଚେକ୍‌ କରିବାର ବେଷ୍ଟ ଉପାୟ ହେଉଛି ସର୍ବଦା ଅତି କମ୍‌ରେ ୩୦ ୟୁଜର ରିଭ୍ୟୁ ଥିଲେ ହିଁ ଏହା ବିଶ୍ୱାସଯୋଗ୍ୟ।
ବିରୋଧୀ କମ୍ପାନୀଗୁଡ଼ିକ ନିଜ ପ୍ରଡକ୍ଟ ବିକ୍ରି ପାଇଁ ଅନ୍ୟ ପ୍ରଡକ୍ଟ ଉପରେ ଖରାପ କମେଣ୍ଟ ଓ ରେଟିଂ ଦେବାକୁ ଲୋକଙ୍କୁ ଟଙ୍କା ଦେଇଥା’ନ୍ତି। ତା’ଛଡ଼ା ଅନେକ କଷ୍ଟମର୍‌ ଏମିତିବି ଅଛନ୍ତି, ଯେଉଁମାନେ ପ୍ରଡକ୍ଟ ଭଲ ହୋଇଥିଲେ ସୁଦ୍ଧା ନିଜକୁ ପସନ୍ଦ ନ ଆସିଲେ ଅଯଥାରେ ନେଗେଟିଭ୍‌ କମେଣ୍ଟ ମଧ୍ୟ ଦେଇଥା’ନ୍ତି। ଏମିତିକି ଲୋ କିମ୍ବା ରେଟିଂ ଆଦୌ ଦେଇ ବି ନ ଥା’ନ୍ତି। ତେଣୁ କୌଣସି ଜଣଙ୍କ କମେଣ୍ଟ ପଢ଼ି ଏହା ଖରାପ ହୋଇଥିବ ନ ଭାବି ଅନ୍ୟ କମେଣ୍ଟ ପଢ଼ନ୍ତୁ ଏବଂ ନିଷ୍ପତ୍ତି ନିଅନ୍ତୁ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ରିଭ୍ୟୁ, ରେଟିଂ ଦେଖି ଅନ୍‌ଲାଇନ୍‌ ଶପିଂ କରୁଛନ୍ତି ତେବେ ବିଶ୍ୱସ୍ଥ ଶପିଂ ସାଇଟ୍‌ ହିଁ ବ୍ୟବହାର କରନ୍ତୁ।

ଏମାନେ କ’ଣ କୁହନ୍ତି

ପ୍ରିୟାଂଶୁ ଠାକୁର ମହାପାତ୍ର(କର୍ମଜୀବୀ, କଟକ)- ପୂର୍ବରୁ ଆମେ ଡ୍ରେସ୍‌, ଇଲେକ୍‌ଟ୍ରୋନିକ୍ସ ପ୍ରଡକ୍ଟ ଆଦି କିଣିବା ବେଳେ ହେଉ କିମ୍ବା କେଉଁ ହୋଟେଲ୍‌ରେ ଖାଇବା ପୂର୍ବରୁ ଏହା ଭଲ ହୋଇଥିବ କି ନାହିଁ ଭାବୁଥିଲୁ। ହେଲେ ଅନ୍‌ଲାଇନ୍‌ ରିଭ୍ୟୁ ଓ ରେଟିଂ ସୁବିଧା ଆସିବା ପରେ ଅନ୍ୟ କଷ୍ଟମର୍‌ଙ୍କ ଫିଡ୍‌ବ୍ୟାକ୍‌ ଦେଖି କିଣିବା ଅବା ନାହିଁ ନିଷ୍ପତ୍ତି ନେବା ବେଶ୍‌ ସହଜ ହୋଇପାରୁଛି। ତେବେ ବେଳେବେଳେ କେତେଜଣ ଅଯଥା କମେଣ୍ଟ ଦେଇଥା’ନ୍ତି, ଯାହା ଦେଖିଲେ ବିରକ୍ତ ଲାଗିଥାଏ। ତେଣୁ ସମସ୍ତେ ଠିକ୍‌ ମତାମତ ଏବଂ ରେଟିଂ ଦେଲେ ଅନ୍ୟମାନେ ଏହାଦ୍ୱାରା ଉପକୃତ ହୋଇପାରିବେ ବୋଲି ମୋର ବିଶ୍ୱାସ।
ରଞ୍ଜିତା ପ୍ରଧାନ(ଭୁବନେଶ୍ୱର)- ଅନ୍‌ଲାଇନ୍‌ ଶପିଂ କରିବା ସମୟରେ ରିଭ୍ୟୁ ଏବଂ ରେଟିଂ ଦେଖି ଜିନିଷ କିଣିଥାଏ। ଯେଉଁ ପ୍ରଡକ୍ଟକୁ କଷ୍ଟମର୍‌ କିଣି ଅଧିକ ରେଟିଂ ଏବଂ ଫଟୋ ଶେୟାର୍‌ କରିବା ସହ ଭଲ ରିଭ୍ୟୁ ଦେଇଥା’ନ୍ତି ସେସବୁ ଦେଖି କିଣିବାକୁ ପସନ୍ଦ କରେ। ଏବେ ଫେକ୍‌ ରିଭ୍ୟୁ ବି ଅନ୍‌ଲାଇନ୍‌ ସାଇଟ୍‌ରେ ଦେଲେଣି। ତେଣୁ ଗ୍ରାହକ ଜିନିଷ କିଣିବାବେଳେ ଦେଖିଚାହିଁ ଅର୍ଡର କରିବା ଦରକାର। ଏଥିସହ ବିଶ୍ୱାସଯୋଗ୍ୟ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ଜିନିଷ ଅର୍ଡର କରିବା ଦ୍ୱାରା ଆପଣ ଠକାମିର ଶିକାର ହେବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri