Posted inରାଜ୍ୟ

ଡିନାମାଇଟ, କୀଟନାଶକ ପ୍ରୟୋଗ ଯୋଗୁ ଲୋପପାଉଛି ମତ୍ସ୍ୟସମ୍ପଦ

ବୌଦ୍ଧ,୧୮ା୨(ସ୍ବ.ପ୍ର.): ଓଡିଶାର ଜୀବନରେଖା କୁହାଯାଉଥିବା ମହାନଦୀ ବୌଦ୍ଧ ଜିଲା ଦେଇ ବୋହିଯାଇଛି। ତେବେ ମହାନଦୀରେ ପ୍ରାୟ ସମୟରେ ଡିନାମାଇଟ ଓ କୀଟନାଶକ ଔଷଧ ପକାଇ ମାଛ ମରାଯାଉଛି। ଫଳରେ ମତ୍ସ୍ୟ ସମ୍ପଦ ନଷ୍ଟ ହେବା ସହ ଏହାର ଜଳ ପ୍ରଦୂଷିତ ହେବାରେ ଲାଗିଛି। ଏହାକୁ ନେଇ ପରିବେଶବିତ୍‌ ଚିନ୍ତା ପ୍ରକଟ କରୁଛନ୍ତ। ଡିସେମ୍ବର, ଜାନୁୟାରୀ ମାସ ଠାରୁ ଆରମ୍ଭ କରି ବର୍ଷାଋତୁରେ ନଦୀପାଣି ଗୋଳିଆ ହେବା ପର୍ଯ୍ୟନ୍ତ ନଦୀରେ ଦିନ ତମାମ ଡିନାମାଇଟ ଓ କୀଟନାଶକ ଔଷଧ ପକାଇ ମାଛ ଓ ଚିଙ୍ଗୁଡି ମରାଯାଉଛି। ଡିନାମାଇଟ ପକାଇବା ଫଳରେ ବଡ ମାଛ ସହିତ ଛୋଟ ଛୋଟ ମାଛ ମରିଯାଉଛି। ଏହାଛଡା ପ୍ରଦୂଷିତ ନଦୀ ପାଣି ବ୍ୟବହାର କରିବା ଫଳରେ ବିଭିନ୍ନ ଚର୍ମ ରୋଗ ହେଉଛି। ନଦୀରେ ମାଛ ବଂଶ ଲୋପ ପାଇଯାଉଥିବାରୁ ମତ୍ସ୍ୟଜୀବୀମାନେ ଏବେ ଜୀବିକା ହରାଇ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଛନ୍ତି। ଫଳସ୍ବରୂପ କେହି ନିଜର କୌଳିକ ବୃତ୍ତି ଛାଡି କାମଧନ୍ଦା ପାଇଁ ବାହାରକୁ ଦାଦନ ଖଟିବାକୁ ଯାଉଛି ତ କେହି ମୂଲ ଲାଗି ଚଳୁଛି। ଜିଲାରେ ମୁଖ୍ୟତଃ କେଉଟ ବା କୈବର୍ତ୍ତ, ଧୀବର, ଗିଙ୍ଗିରା, ଝରା ଆଦି ଜାତି ସମାଜର ଲୋକେ ମାଛ ମାରି ଜୀବିକା ନିର୍ବାହ କରିଥାନ୍ତି। ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକ ମାଛ ମାରି ଚଳିଥାନ୍ତି। ପୂର୍ବରୁ ମହାନଦୀରେ ଚିଙ୍ଗୁଡି ସହିତ ରୋହି , ଭାକୁର, ମାଗୁର, ମାଟିରି, ଖଇଙ୍ଗା, ବୁଦ, ଜର୍‌ଡା, କୁକିଆ, ଟେଙ୍ଗିଣି, ଜଲଙ୍ଗ ଆଦି ବିଭିନ୍ନ ପ୍ରଜାତିର ମାଛ ବହୁଳ ଭାବରେ ମିଳୁଥିବା ବେଳେ ଏବେ ସେସବୁ ମାଛ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ସରକାର ମତ୍ସ୍ୟ ସମ୍ପଦର ସୁରକ୍ଷା ଓ ମତ୍ସ୍ୟଜୀବୀଙ୍କ ପାଇଁ ବିଭିନ୍ନ ଯୋଜନା କରିଥିବା ବେଳେ ବୌଦ୍ଧ ଭଳି ଏକ ଅନୁନ୍ନତ ଓ ପଛୁଆ ଜିଲାରେ ଏହା ଠିକ ଭାବେ କାର୍ଯ୍ୟକାରୀ ହେଉ ନ ଥିବାର ଅଭିଯୋଗ ହେଉଛ। ସେହିପରି ନଦୀରେ ମାଛ ମାରିବା ପାଇଁ ଡିନାମାଇଟ ପକାଯାଉଥିାବା ବେଳେ ଅନେକ ଅଘଟଣ ଘଟୁଛି । ତଥାପି ପ୍ରଶାସନ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ମତ୍ସ୍ୟଜୀବୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ଜାନୁଆରୀ ୧ରୁ କଡ଼ାକଡ଼ି ହେବ ଗାଡ଼ି ଚେକିଂ, ଏହି ସାର୍ଟିଫିକେଟ ନ ଥିଲେ ମିଳିବନି ପେଟ୍ରୋଲ!

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ ତାରିଖରୁ ଜୋରଦାର ଗାଡ଼ି ଚେକିଂ ହେବ। ଏନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି। ସେ କହିଛନ୍ତି, MVI ନିୟମ...

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି

ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି।...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଅତିଷ୍ଠ ହେଉଛି ସାମାଜିକ ବାସନ୍ଦ: ପରିବାର ସହ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଲେ ବ୍ୟକ୍ତି

ଦିଗପହଣ୍ଡି,୨୨।୧୨: ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ସାମାଜିକ ବାସନ୍ଦର ଶିକାର ହୋଇ ଶେଷରେ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଜଣେ ବ୍ୟକ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri