Posted inଖେଳ

ଭାବୁକ ହେଲେ ଧାଓ୍ବନ: କହିଲେ ‘କ୍ରିକେଟରେ ନିଜର ସର୍ବଶ୍ରେଷ୍ଠ ଦେଇଛି, ହେଲେ…

ନୂଆଦିଲ୍ଲୀ,୧୫।୨: ପ୍ରଦର୍ଶନ ସତ୍ତ୍ୱେ ଭାରତୀୟ ଟିମ୍‌ରୁ ବାଦ୍‌ ପଡ଼ିଛନ୍ତି ଓପନର୍‌ ଶିଖର ଧାଓ୍ବନ। ରୋହିତ ଶର୍ମା ଏବଂ କେ ଏଲ୍‌ ରାହୁଲଙ୍କୁ ବିଶ୍ରାମ ଦିଆଯିବା ସମୟରେ ନଭେମ୍ବରରେ ତାଙ୍କୁ ଟିମ୍‌ ଇଣ୍ଡିଆ ଅଧିନାୟକ କରାଯାଇଥିଲା। ହେଲେ ଏହାପରେ ତାଙ୍କୁ ସୁଯୋଗ ମିଳିନାହିଁ। ତାଙ୍କର ଏଭଳି ଦଳରୁ ବାହାରେ ରହିବାକୁ ନେଇ ମୁହଁ ଖୋଲିଛନ୍ତି କ୍ରିକେଟର।

୩୭ ବର୍ଷୀୟ ଧାଓ୍ବନ ଏକ ସାକ୍ଷାତକାରରେ କହିଛନ୍ତି, ଉତ୍ଥାନ-ପତନ ଜୀବନର ଏକ ଅଂଶ। ସମୟ ସହ ଅଭିଜ୍ଞତା ସହ ଜଣେ ତାକୁ ସହଜରେ ପରିଚାଳନା କରିବା ଶିଖିଯାଏ। ଏହା ଦ୍ୱାରା ମୋତେ ବହୁତ ଶକ୍ତି ମିଳିଛି। ମୁଁ ନିଜର ସର୍ବଶ୍ରେଷ୍ଠ ଦେଇଛି। ଯଦି କେହି ମୋ’ଠାରୁ ଭଲ କରୁଛି ତେବେ କୌଣସି ଅଭିଯୋଗ ନାହିଁ। କାରଣ ସେଥିଲାଗି ଉକ୍ତ ବ୍ୟକ୍ତି ଦଳରେ ଅଛନ୍ତି, ମୁଁ ନାହିଁ। ମୁଁ ଯେଉଁଠି ବି ଅଛି, ଖୁସି ଏବଂ ସନ୍ତୁଷ୍ଟ ଅଛି। ମୋର ପ୍ରକ୍ରିୟା ଶକ୍ତିଶାଳି ହେଉ ବୋଲି ସୁନିଶ୍ଚିତ କରିବାକୁ ଚାହେଁ। ନିଶ୍ଚିତ ଭାବେ ଦଳକୁ ଫେରିବାର ସୁଯୋଗ ସର୍ବଦା ଥାଏ। ଯଦି ପୁଣି ଥରେ ଦଳକୁ ଫେରେ ତେବେ ମୋ ପାଇଁ ଭଲ ହେବ। ଯଦି ତାହା ନ ହୁଏ ତେବେ ମଧ୍ୟ ଏହା ଭଲ। ମୁଁ ବହୁତ କିଛି ହାସଲ କରିଦେଇଛି। ନିଜର ସଫଳତାକୁ ନେଇ ଖୁସି ଅଛି। ମୋର ଯାହା ମୁଁ ତାହା ପାଇବି। ମୁଁ କୌଣସି ବିଷୟରେ ହତାଶ ନୁହେଁ ବୋଲି ସେ କହିଛନ୍ତି।

ଧାଓ୍ବନ ୨୦୧୮ରେ ନିଜର ଅନ୍ତିମ ଟେଷ୍ଟ ଏବଂ ୨୦୨୧ରେ ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ମୁକାବିଲା ଖେଳିଥିଲେ। ଏହାପରଠାରୁ ସେ ଦିନିକିଆ ଟିମ୍‌ରେ ଖେଳୁଥିଲେ। ଆଗାମୀ ଦିନରେ ଆଇପିଏଲ୍‌ର ପଞ୍ଜାବ କିଙ୍ଗ୍ସ ଟିମ୍‌ର ଅଧିନାୟକ ଭାବେ ତାଙ୍କୁ ଦେଖିବାକୁ ମିଳିବ। ସେ ଏହାକୁ ନେଇ ଏବେ ପ୍ରସ୍ତୁତି ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶ୍ରୀମୟୀଙ୍କ ପୋଷ୍ଟକୁ ନେଇ କଡ଼ା କାଉଣ୍ଟର କଲେ ସ୍ନେହାଙ୍ଗିନୀ: ରାଜ୍ୟ ରାଜନୀତିରେ ହଇଚଇ 

ଭୁବନେଶ୍ୱର,୨୩।୧୨: ଶଙ୍ଖ ଭବନରେ ମହିଳା ନେତ୍ରୀଙ୍କ ବୈଠକ ପରେ ବିଜେଡିରେ ସୁଜାତା ଏଣ୍ଟ୍ରି କଲେ କି ପ୍ରଶ୍ନରେ ଉତ୍ତର ରଖିଲେ ସ୍ନେହାଙ୍ଗିନୀଙ୍କ ଛୁରିଆ। ସେ କହିଛନ୍ତି,ନବୀନ...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ବୁଧଙ୍କ ବିରଳ ଗୋଚର; ବର୍ଷ ଶେଷରେ ମାଲାମାଲ ହୋଇଯିବେ ଏହି ରାଶି…

ଆସନ୍ତା ୨୯ ତାରିଖରେ ବୁଦ୍ଧିର ଦାତା ବୁଧ ଗୁରୁ ରାଶି ଧନୁରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧଙ୍କ ଏହି ଗୋଚର ୨୦୨୫ ବର୍ଷ ଶେଷରେ...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଶେଷ: ଖୁବଶୀଘ୍ର ହେବ ଅଳଙ୍କାର ଗଣତି ମଣତି

କଟକ,୨୩।୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ରତ୍ନ ଅଳଙ୍କାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଭାରତୀୟ ପ୍ରତ୍ନତତ୍ତ୍ୱ...

ଚାଲିଗଲା ମା’ ଛେଉଣ୍ଡ ଛୁଆହାତୀ ଶମ୍ଭୁର ଜୀବନ

ବାରଙ୍ଗ,୨୩।୧୨(ଲିଙ୍ଗରାଜ ରାଉତ): ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟିରେ ରହୁଥିବା ୬ମାସର ମା’ଛେଉଣ୍ଡ ହାତୀ ଛୁଆ ଶମ୍ଭୁ ମଙ୍ଗଳବାର ମୃତ୍ୟୁବରଣ କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri