Posted inଖେଳ

ପଞ୍ଜାବଠାରୁ ଓଡ଼ିଶା ପରାସ୍ତ

ଭୁବନେଶ୍ୱର, ୧୫।୨(କ୍ରୀଡ଼ା ପ୍ରତିନିଧି): ଏଠାରେ ଚାଲିଥିବା ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟର ଅନ୍ତିମ ରାଉଣ୍ଡରେ ଓଡ଼ିଶା ପ୍ରଥମ ପରାଜୟ ସ୍ବାଦ ଚାଖିଛି। କ୍ୟାପିଟାଲ ଫୁଟବଲ ଆରେନାରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଘରୋଇ ଦଳ ୧-୨ ଗୋଲରେ ପଞ୍ଜାବ ନିକଟରୁ ହାରିଯାଇଛି। ଓଡ଼ିଶା ଦଳ ଲଢ଼େଇ କରିଥିଲେ ହେଁ ମ୍ୟାଚର ଶେଷ ଭାଗରେ ପ୍ରଭାବୀ ରହିଥିଲା ପଞ୍ଜାବ। ୭୪ ମିନିଟ ପର୍ଯ୍ୟନ୍ତ ମ୍ୟାଚ ଗୋଲଶୂନ୍ୟ ରହିଥିଲା। ଜଙ୍ଗ ବାହାଦୁର ସିଂ ୭୫ତମ ମିନିଟରେ ଗୋଲ ଦେଇ ପଞ୍ଜାବକୁ ଅଗ୍ରଣୀ କରିଥିଲେ। କମଲଦୀପ ୮୨ତମ ମିନିଟରେ ଏହାକୁ ୨-୦ରେ ପରିଣତ କରିଥିଲେ। ଇଞ୍ଜୁରି ଟାଇମ୍‌ରେ ଅର୍ଥାତ୍‌ ୯୦+୩ ମିନିଟରେ ଓଡ଼ିଶା ପକ୍ଷରୁ ବଦଳ ଖେଳାଳି ଆନନ୍ଦ ଓରାମ ଗୋଟିଏ ଗୋଲ ପରିଶୋଧ କରିବାରେ ସକ୍ଷମ ହୋଇଥିଲେ। ମହାରାଷ୍ଟ୍ର ବିପକ୍ଷରେ ୧-୧ ଗୋଲରେ ମ୍ୟାଚ ଡ୍ର ରଖି ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ପରବର୍ତ୍ତୀ ମ୍ୟାଚରେ ଗୋଆକୁ ୪-୧ରେ ପରାସ୍ତ କରିଥିଲା। ମାତ୍ର ପଞ୍ଜାବ ବିପକ୍ଷରେ ଦଳ ସେହି ପ୍ରଦର୍ଶନ ଦୋହରାଇପାରି ନ ଥିଲା। ୩ ମ୍ୟାଚରୁ ଗୋଟିଏ ଲେଖାଏ ବିଜୟ, ପରାଜୟ ଓ ଡ୍ର ସହିତ ଓଡ଼ିଶା ୪ ପଏଣ୍ଟ ପାଇ ଗ୍ରୁପ୍‌ ‘ଏ’ ଟେବୁଲର ତୃତୀୟ ସ୍ଥାନରେ ରହିଛି। କର୍ନାଟକ ଓ ପଞ୍ଜାବ ୭ ପଏଣ୍ଟ ଲେଖାଏ ପାଇ ପ୍ରଥମ ଦୁଇସ୍ଥାନ ଅଧିକାର କରିଛନ୍ତି। ଗ୍ରୁପ୍‌ର ଶୀର୍ଷ ୨ ଦଳ ସେମିଫାଇନାଲରେ ପ୍ରବେଶ କରିବେ। ଓଡ଼ିଶା ଏହାର ପରବର୍ତ୍ତୀ ମ୍ୟାଚ ୧୭ ତାରିଖରେ କେରଳ ସହିତ ଖେଳିବ।
କର୍ନାଟକର ଦ୍ୱିତୀୟ ବିଜୟ
କ୍ୟାପିଟାଲ ଫୁଟବଲ ଆରେନାରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ କର୍ନାଟକ ୨-୦ ଗୋଲରେ ଗୋଆକୁ ହରାଇ ଦେଇଛି। ବିଜୟୀ ଦଳ ପକ୍ଷରୁ ଜ୍ୟାକବ ଜନ୍‌ କାଟୋକାରେନ ୩୩ ଓ ଅଭିଷେକ ଶଙ୍କର ପାଓ୍ବାର ୫୦ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ପ୍ରତିଯୋଗିତାର ଅନ୍ତିମ ରାଉଣ୍ଡରେ କର୍ନାଟକର ଏହାଥିଲା ଦ୍ୱିତୀୟ ବିଜୟ। ପଞ୍ଜାବ ବିପକ୍ଷରେ ୨-୨ ଗୋଲରେ ମ୍ୟାଚ ଡ୍ର ରଖି ଅଭିଯାନ ଆରମ୍ଭ କରିଥିଲା କର୍ନାଟକ। ପରବର୍ତ୍ତୀ ମ୍ୟାଚରେ କେରଳକୁ ୧-୦ ଗୋଲରେ ହରାଇଥିବାବେଳେ ଏଠାରେ ବିଜୟ ଦଳକୁ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚାଇଛି। କର୍ନାଟକ ପରବର୍ତ୍ତୀ ମ୍ୟାଚ ମହାରାଷ୍ଟ୍ର ସହିତ ଖେଳିବ।
କେରଳ ୪, ମହାରାଷ୍ଟ୍ର ୪
କଳିଙ୍ଗ ଷ୍ଟାଡିୟମରେ କେରଳ ଓ ମହାରାଷ୍ଟ୍ର ମଧ୍ୟରେ ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚଟି ଶେଷରେ ୪-୪ ଗୋଲରେ ଡ୍ର ରହିଛି। ମହାରାଷ୍ଟ୍ର ଖେଳାଳିଙ୍କ ମଧ୍ୟରେ ସୁଫିୟାନ ଶେଖ୍‌ ୧୭, ଅଧିନାୟକ ହିମାଂଶୁ ପାଲିଟ ୨୦, ସୁମିତ ରାଜେନ୍ଦ୍ର ସିଂ ୩୪ ଓ ତେଜାସ ରାଉତ ୪୨ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ବିଳମ୍ବରେ ପ୍ରଭାବୀ ପ୍ରଦର୍ଶନ କରିଥିବା କେରଳ ପକ୍ଷରୁ ଭିଶାକ ମୋହନନ ୩୮, ନିଜୋ ଗିଲବର୍ଟ ୬୬ (ପେନାଲ୍ଟି), ବଦଳ ଖେଳାଳି ଅର୍ଜୁନ ଭି. ୭୦ ଓ ଜନ୍‌ ପଲ୍‌ ଜୋସ ୭୭ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ପରିଶୋଧ କରିଥିଲେ। ଓଡ଼ିଶା ସମକକ୍ଷ ୪ ପଏଣ୍ଟରେ ପହଞ୍ଚତ୍ଥିଲେ ହେଁ କେରଳ ଗୋଲ ବ୍ୟବଧାନରେ ୪ର୍ଥ ସ୍ଥାନରେ ରହିଛି। କେରଳ ମାତ୍ର ୨ ପଏଣ୍ଟ ପାଇ ୫ମ ସ୍ଥାନ ପାଇଛି। ବୁଧବାର ଗ୍ରୁପ୍‌ ‘ବି’ର ୩ଟି ମ୍ୟାଚ ଅନୁଷ୍ଠିତ ହେବ। ୭ମ ବାଟାଲିୟନ ଗ୍ରାଉଣ୍ଡରେ ପୂର୍ବାହ୍ନ ୯ଟାରେ ଦିଲ୍ଲୀ-ସର୍ଭିସେସ, ଅପରାହ୍ନ ୩ଟାରେ ରେଲଓ୍ବେ-ମେଘାଳୟ ଏବଂ କଳିଙ୍ଗ ଷ୍ଟାଡିୟମରେ ଅପରାହ୍ନ ୩ଟାରେ ପଶ୍ଚିମବଙ୍ଗ ଓ ମଣିପୁର ମଧ୍ୟରେ ମ୍ୟାଚ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୂଆଦିଲ୍ଲୀ,୬।୫: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ତଥା ଟି-୨୦ ବିଶ୍ୱକପ ୨୦୨୪ ଭାରତୀୟ ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୪ ଆରମ୍ଭରୁ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି।...

ପ୍ଲେ ଅଫ୍‌ ଯାଇପାରିବ କି ଚେନ୍ନାଇ ସୁପର କିଙ୍ଗ୍ସ: କ’ଣ କହୁଛି ସମୀକରଣ ଜାଣନ୍ତୁ

ଧର୍ମଶାଳା,୫।୫:ଆଇପିଏଲ୍‌ ୨୦୨୪ରେ ପ୍ଲେ ଅଫ ର ସମୀକରଣ ସ୍ପଷ୍ଟ ହେବାରେ ଲାଗିଛି। ରବିବାର ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି,...

୪୨ ବର୍ଷ ବୟସରେ ଏମିତି କାରନାମା କଲେ ଧୋନୀ

ଧର୍ମଶାଳା,୫।୫: ଯଦିଓ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶୂନ୍ୟରେ ଆଉଟ୍‌ ହୋଇଥିଲେ ମଧ୍ୟ ଏହି ୪୨...

ପାଖାପାଖି ୧୧୦୦ ଦିନ ପରେ ପଞ୍ଜାବକୁ ଧୂଳି ଚଟେଇଲା ଚେନ୍ନାଇ

ଚେନ୍ନାଇ,୫।୫: ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି। ଚେନ୍ନାଇର ବିଜୟରେ ରବିନ୍ଦ୍ର ଜାଡେଜାଙ୍କ ତୀକ୍ଷ୍ଣ ବୋଲିଂରେ ଅନେକ ଅବଦାନ ରହିଛି।...

ବିରାଟ କୋହଲିଙ୍କୁ ଅରେଞ୍ଜ କ୍ୟାପ ପିନ୍ଧାଇଲେ ଦିନେଶ କାର୍ତ୍ତିକ, ଭିଡିଓ ସୃଷ୍ଟି କରୁଛି ହଇଚଇ

ନୂଆଦିଲ୍ଲୀ,୫।୫: ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଏବଂ ଦୀନେଶ କାର୍ତ୍ତିକ ପ୍ରଶଂସକଙ୍କୁ ଖୁସିର ମୁହୂର୍ତ୍ତ ଦେଇଛନ୍ତି। କୋହଲି...

ସାଥ୍‌ ଦେଉନି ଋତୁରାଜଙ୍କ ଭାଗ୍ୟ: ଏଥର୍‌ ବି ଫେଲ୍‌

ନୂଆଦିଲ୍ଲୀ,୫।୫: ନୂଆ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ଭାଗ୍ୟ ଆଇପିଏଲ ୨୦୨୪ ରେ ବହୁତ ଖରାପ ହୋଇଛି। ସେ ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ...

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

ଟି -୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି: ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୫।୫: ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବ। ଭାରତୀୟ ମହିଳା ଦଳକୁ ଗ୍ରୁପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri