ହାଇସ୍କୁଲ ପାଇଁ ୬,୦୨୫ ଏଲ୍‌ଟିଆର୍‌ ଶିକ୍ଷକ

ଭୁବନେଶ୍ୱର,୧୪ା୨(ବ୍ୟୁରୋ):ହାଇସ୍କୁଲଗୁଡ଼ିକରେ ଶିକ୍ଷକମାନେ ଛୁଟି, ଟ୍ରେନିଂ କିମ୍ବା ସ୍ବାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ରହିଲେ ଛାତ୍ରୀଛାତ୍ରମାନେ ସମ୍ପୃକ୍ତ ବିଷୟରେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସରକାରୀ ହାଇସ୍କୁଲଗୁଡ଼ିକରେ ପୂର୍ବ ଅନୁମୋଦନଠାରୁ ଆଉ ୧୫ ପ୍ରତିଶତ ଅଧିକ ଶିକ୍ଷକ (ଲିଭ୍‌, ଟ୍ରେନିଂ ରିଜର୍ଭ ବା ଏଲ୍‌ଟିଆର୍‌) ପଦବୀ ପୂରଣ କରିବେ। ହାଇସ୍କୁଲଗୁଡ଼ିକରେ ଏବେ ୪୦,୧୬୬ ଶିକ୍ଷକ ପଦବୀ ରହିଛି। ଏହାର ୧୫ ପ୍ରତିଶତ ହିସାବରେ ୬ ହଜାର ୨୫ ପଦବୀ ସୃଷ୍ଟି କରାଯିବ। ତାହା ବିଭିନ୍ନ ସମୟରେ ଖାଲି ପଡ଼ୁଥିବା ଶିକ୍ଷକ ପଦବୀ ପୂରଣ କରିବାରେ ସହାୟକ ହେବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହ ପ୍ରସ୍ତାବକୁ ଲୋକସେବା ଭବନରେ ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୋଟ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
ରାଜ୍ୟ ସରକାର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ୨୩୭ଟି ଛାତ୍ରାବାସ (ବାଳକ) ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଗୁଡ଼ିକର ନିର୍ମାଣ ପାଇଁ ୧୦୦୦.୧୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପ୍ରତ୍ୟେକ ଛାତ୍ରାବାସ ପାଇଁ ୪.୨୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଛାତ୍ରାବାସଗୁଡିକୁ ୩ ମହଲା ବିଶିଷ୍ଟ ହେବ ଏବଂ ନିର୍ମାଣ କାର୍ଯ୍ୟ ୧ ବର୍ଷ ମଧ୍ୟରେ ଶେଷ ହେବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।
ସରକାରୀ କର୍ମଚାରୀଙ୍କର କିନ୍ନର (ଟ୍ରାନ୍ସଜେଣ୍ଡର) ସନ୍ତାନଙ୍କୁ ପରିବାର ପେନ୍‌ସନ ମିଳିବ। ସେମାନେ ଅନ୍ୟ ସନ୍ତାନଙ୍କ ଭଳି ପେନ୍‌ସନ ପାଇବାକୁ ହକଦାର ହେବେ। ରାଜ୍ୟ ସରକାର ଓଡ଼ିଶା ବେସାମରିକ ସେବା (ପେନ୍‌ସନ) ନିୟମାବଳୀ- ୧୯୯୨ର ସଂଶୋଧନ କରିଛନ୍ତି। ଅର୍ଥ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରାଯାଇଛି। ଉକ୍ତ ନିୟମ ସଂଶୋଧନ ହେବା ପରେ ୨୦୨୦ ଜାନୁୟାରୀ ୧୦ ଅଥବା ଏହାପରେ ମୃତ୍ୟୁ ଘଟିଥିବା ସରକାରୀ କର୍ମଚାରୀ କିମ୍ବା ପେନ୍‌ସନ ଭୋଗୀଙ୍କର ସାଥୀହୀନ କିନ୍ନରଙ୍କୁ ଅବିବାହିତ କନ୍ୟା ଭାବେ ବିବେଚନା କରାଯିବ। ଯଦି ମୃତ କର୍ମଚାରୀଙ୍କର ଅନ୍ୟ କୌଣସି ବଡ଼ ଅବିବାହିତା ଅଥବା ଦିବ୍ୟାଙ୍ଗ କନ୍ୟା ନ ଥିବେ ତେବେ କିନ୍ନର ସନ୍ତାନଙ୍କୁ ପରିବାର ପେନ୍‌ସନ ମିଳିବ। ୨୫ ବର୍ଷରୁ ଊର୍ଦ୍ଧ୍ୱ ସନ୍ତାନ (ନିୟମାନୁଯାୟୀ ପରିବାର ପେନ୍‌ସନ ପାଇବାକୁ ହକଦାର ହେଉଥିଲେ) ସରକାରୀ କର୍ମଚାରୀ କିମ୍ବା ପେନ୍‌ସନ ଭୋଗୀଙ୍କ ଉପରେ ନିର୍ଭରଶୀଳ ହୋଇଥିଲେ ପରିବାର ପେନ୍‌ସନ ପାଇପାରିବେ। ଏଥିସହିତ ପରିବାର ପେନ୍‌ସନ ପାଇବା ପାଇଁ ୨୫ ବର୍ଷରୁ ଊର୍ଦ୍ଧ୍ୱ ଅବିବାହିତା, ବିଧବା, ସ୍ବାମୀ ପରିତ୍ୟକ୍ତା କନ୍ୟାଙ୍କ କ୍ଷେତ୍ରରେ ମାସିକ ଆୟ ସୀମା ୪,୪୪୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ଓଡ଼ିଶା ବେସାମରିକ ସେବା (ପେନ୍‌ସନ) ନିୟମାବଳୀ-୧୯୯୨ରେ ଟ୍ରାନ୍ସଜେଣ୍ଡରମାନଙ୍କୁ ସନ୍ତାନ ଭାବେ ବିବେଚନା କରାଯାଉ ନ ଥିଲା। ଫଳରେ ସରକାରୀ କର୍ମଚାରୀ କିମ୍ବା ପେନ୍‌ସନ ଭୋଗୀଙ୍କର ମୃତ୍ୟୁ ହେଲେ, ସେମାନଙ୍କର ଟ୍ରାନ୍ସଜେଣ୍ଡର ସନ୍ତାନ ପରିବାର ପେନ୍‌ସନ ପାଇବାରୁ ବଞ୍ଚିତ ହେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri