ହଜ୍‌ ପାଇଁ ସାଉଦିକୁ ପଦଯାତ୍ରା: ପାକିସ୍ତାନରେ ପ୍ରବେଶକଲେ ଭାରତୀୟ ଯୁବକ

ଲାହୋର,୮।୨(ପି.ଟି.): ପାଦରେ ଚାଲି ହଜ୍‌ ନିମନ୍ତେ ସାଉଦି ଆରବ ମାରାଥନ ଯାତ୍ରା କରୁଥିବା ଜଣେ ଭାରତୀୟ ଯୁବକ ମଙ୍ଗଳବାର ପାକିସ୍ତାନରେ ପ୍ରବେଶ କରିଛନ୍ତି। ଶିହାବ ଭାଇ(୨୯) ଓ୍ବାଘା ସୀମା ଦେଇ ପାକିସ୍ତାନରେ ପହଞ୍ଚବା ପରେ ସରଓ୍ବର ତାଜ୍‌ ଏବଂ ଭଗତ ସିଂ ମେମୋରିଆଲ ଫାଉଣ୍ଡେଶନ ପାକିସ୍ତାନର ଅଧ୍ୟକ୍ଷ ଇମତିଆଜ ରଶିଦ କୁରେଶୀ ତାଙ୍କୁ ସ୍ବାଗତ କରିଛନ୍ତି। ଭିଜା ଦେବା ପାଇଁ ପାକସ୍ତାନର ଏକ କୋର୍ଟ ମନା କରିବା ପରେ ଶିଆଦଙ୍କ ତରଫରୁ ସରଓ୍ବର ପାକିସ୍ତାନ ସୁପ୍ରିମକୋର୍ଟରେ ରିଟ୍‌ ପିଟିଶନ ଦାଏର କରିଥିଲେ। ହଜ୍‌ ଯାତ୍ରା ଜାରି ରଖିବା ଲାଗି ଭିଜା ପାଇଥିବାରୁ ଶିହାବ ବହୁତ ଖୁସି ଅଛନ୍ତି। ସେ ଭଲ ପାଇବା, ବନ୍ଧୁତ୍ୱ ଏବଂ ଭ୍ରାତୃଭାବର ବାର୍ତ୍ତା ଆଣିଥିବା କୁରେଶୀ କହିଛନ୍ତି। କେରଳ ବାସିନ୍ଦା ଶିହାବ ଗତବର୍ଷ ଅକ୍ଟୋବରରେ ହଜ୍‌ ପଦଯାତ୍ରାରେ ବାହାରିଥିଲେ। ସେ ୩,୦୦୦ କିଲୋମିଟର ଅତିକ୍ରମ କରି ଓ୍ବାଘା ସୀମାରେ ପହଞ୍ଚତ୍ବା ପରେ ତାଙ୍କ ପାଖରେ ଭିଜା ନ ଥିବାରୁ ପାକ୍‌ କର୍ତ୍ତୃପକ୍ଷ ତାଙ୍କୁ ଅଟକାଇଥିଲେ। ସେ ପାଦରେ ଚାଲି ହଜ୍‌ ଯାତ୍ରାରେ ଯାଉଥିବାରୁ ମାନବୀୟ ଦୃଷ୍ଟିକୋଣରୁ ତାଙ୍କୁ ଛାଡ଼ିବାକୁ ଶିହାବ ଅନୁରୋଧ କରିଥିଲେ। ଇମିଗ୍ରେଶନ ଅଧିକାରୀ ତାଙ୍କ ଅନୁରୋଧ ନ ରଖିବାରୁ ଲାହୋରର ସରଓ୍ବର ତାଙ୍କ ଭିଜା ପାଇଁ ସେଠାର ହାଇକୋର୍ଟରେ ପିଟିଶନ ଦାଏର କରିଥିଲେ। ହାଇକୋର୍ଟ ଭିଜା ଦେବାକୁ ମନା କରିବା ପରେ ସରଓ୍ବର ପାକ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଟ୍ରାଞ୍ଜିଟ୍‌ ଭିଜା ପାଇବା ପରେ ଶିହାବ ପାକିସ୍ତାନରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri