ରାସ୍ତା କାର୍ଯ୍ୟ ଅଧାପନ୍ତରିଆ, ଶଙ୍ଖେଇ ଗ୍ରାମବାସୀ ହନ୍ତସନ୍ତ

ନୟାଗଡ଼ ଅଫିସ,୨୮।୭-ସମସ୍ତ ଗ୍ରାମକୁ ଗମନାଗମନର ସୁବିଧା ପାଇଁ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ରାସ୍ତା ତିଆରି କରାଯାଉଛି। ନୟାଗଡ଼ ଜିଲା ସଦର ବ୍ଲକ ନୋତର ପଞ୍ଚାୟତ ଶଙ୍ଖେଇ ଗ୍ରାମରେ ରାସ୍ତା କାମ ଅଧାପନ୍ତରିଆ ହୋଇ ପଡିରହିଛି। କାମ ନ ହେବା ଯୋଗୁ ଗ୍ରାମବାସୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଠିକାଦାର ଜଣଙ୍କ କାର୍ଯ୍ୟରେ ବିଳମ୍ବ କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ ଏ ନେଇ ପଦକ୍ଷେପ ନିଆଯାଉନାହିଁ।

ରାସ୍ତାଠାରୁ ଶଙ୍ଖେଇ ଦେଇ ଫାସିପଡ଼ା ଯାଏ ୨ (୧.୯୯୮) କି.ମି. ରାସ୍ତା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୧ କୋଟି ୧୫ ଲକ୍ଷ ୬୦ ହଜାର ଟଙ୍କା ଅଟକଳ କରାଯାଇଛି। ୬ ଡିସେମ୍ବର ୨୦୧୭ରେ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୫ ଡିସେମ୍ବର ୨୦୧୯ରେ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି। ୧.୦୪୮ କି.ମି. ପିଚୁ ରାସ୍ତା ହେବାକୁ ଥିବା ବେଳେ ୯୫୦ ମିଟରର କଂକ୍ରିଟ ରାସ୍ତା ହେବାକୁ ସୂଚନା ଫଳକରେ ଦର୍ଶାଯାଇଛି। ରାସ୍ତା କାର୍ଯ୍ୟ ଦେଖିଲେ ଏହା ଡିସେମ୍ବର ଶେଷ ଆଡ଼କୁ ସରିବ କି ନାହିଁ ବୋଲି ଜଳ ଜଳ ଦେଖାଯାଉଛି। ଏହି ରାସ୍ତାରେ ଶଙ୍ଖେଇ, ଫାସିପଡ଼ା, ଆଡ଼ଚେର, ହରିପୁର, ଡିମିସର, କୋଡ଼ିଏ କାହାଣିଆ ଆଦି ଗ୍ରାମକୁ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ କରାଯାଇଛି। ଶଙ୍ଖେଇ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ହୋଇଥିବା ବେଳେ ବଳକା ରାସ୍ତା ହୋଇପାରିନାହିଁ। ଫଳରେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ହୋଇପାରି ନ ଥିବା ଯୋଗୁ ଅନ୍ୟ ବାଟରେ ବାଇକ୍‌ ଚାଳକମାନେ ଯାଉଛନ୍ତି। ଯେଉଁମାନେ ଉକ୍ତ ରାସ୍ତାରେ ଯାଉଛନ୍ତି ବାଧ୍ୟ ହୋଇ ପାଦରୁ ଚପଲ କାଢି ହାତରେ ଧରି ଯିବାକୁ ପଡୁଛି। ଉକ୍ତ ଗ୍ରାମ ଦେଇ ଦୁଆଣ୍ଟ ନଦୀ ପ୍ରବାହିତ ହେଉଥିବାରୁ ଉପରୋକ୍ତ ରାସ୍ତାକୁ ଉଚ୍ଚା କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ଦାବି କରାଯାଇଥିଲା। ହେଲେ ଠିକାଦାର ଜଣଙ୍କ ତଳୁଆ ରାସ୍ତା କରିଥିବାରୁ ଗ୍ରାମବାସୀ ତାହାକୁ ବିରୋଧ କରୁଛନ୍ତି। ପ୍ରାୟ ବର୍ଷେ ହେଲାଣି ଏହିଭଳି ଅଧାପନ୍ତରିଆ ଭାବେ ରାସ୍ତା କାର୍ଯ୍ୟ ପଡ଼ି ରହିଛି। କୌଣସି ଅଗ୍ରଗତି ହୋଇପାରିନାହିଁ। ଏ ନେଇ ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ନାଥ ସ୍ବାଇଁଙ୍କୁ ପଚାରିବାରୁ ସେ କୁହନ୍ତି, ଉକ୍ତ ରାସ୍ତାରେ ପୋଲ ହେବାର ଅଛି। ପୋଲ ପାଇଁ ଢଳେଇ କାର୍ଯ୍ୟ ସରିଥିବା ବେଳେ ଆଉ କିଛି କାର୍ଯ୍ୟ ବାକି ଅଛି। ପୋଲ କାମ ସରିବା ପରେ ରାସ୍ତା କାର୍ଯ୍ୟ ହେବ ବୋଲି ସେ ପ୍ରକାଶ କରିଥିଲେ। ବର୍ତ୍ତମାନ ବର୍ଷା ଋତୁ ଥିବାରୁ କାମ ବନ୍ଦ ହୋଇ ପଡ଼ିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ବଢୁଛି ନିର୍ବାଚନୀ ହାୱା

ବ୍ରହ୍ମପୁର,୧ା୫(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ ୧୩ ତାରିଖରେ ହେବ। ଏଥିପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ବାତାବରଣ ଉଷ୍ମ...

ସାନମାଛ କାନ୍ଦଣା ଡ୍ୟାମ୍‌ରେ ଜଳାଭାବ

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଟପିଯାଇଥିବା ବେଳେ ବିଭିନ୍ନ ଜଳଭଣ୍ଡାର, ନଦୀନାଳର ଜଳସ୍ତର ହ୍ରାସ ପାଇଛି। ବର୍ଷା ହେଉ ନ...

ପ୍ରାର୍ଥିପତ୍ର ଦାଖଲ କଲେ ପଦ୍ମଶ୍ରୀ ଦିଲୀପ ତିର୍କୀ,ଯୋଗେଶ ସିଂହ

ସୁନ୍ଦରଗଡ଼,୧ା୫(ଜୟ ନାରାୟଣ ମେଣ୍ଡୁଳି) ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ସୁନ୍ଦରଗଡ ଜିଲାରେ ନାମାଙ୍କନ ଦାଖଲର ୩ୟ ଦିନରେ ବିଧାନ ସଭା ଆସନ ପାଇଁ ୪ ଜଣ...

ନିର୍ବାଚନ ବେଳେ ରାଜ ପରିବାରର ସାନ ବୋହୂଙ୍କ ଭିଡିଓ ଭାଇରାଲ

ବଲାଙ୍ଗୀର,୧ା୫(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ରାଜ ପରିବାରର ସାନ ବୋହୂ ଅଦ୍ରିଜା ମଞ୍ଜରୀ ସିଂଙ୍କ ଏକ ଭିଡିଓ ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏଥିରେ ସେ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

ଥମୁନି ଶିମିଳିପାଳ ବାନଗ୍ନି

ବାରିପଦା,୧ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ଭରପୁର ଶିମିଳିପାଳ ଅଭୟାରଣ୍ୟରେ ବାନଗ୍ନି ଅଣାୟତ୍ତ ହୋଇପଡିଛି । ପ୍ରତିଦିନ ନିଆଁ ଲାଗୁଥିବା ବେଳେ ବନ ବିଭାଗ ରୋକିବାକୁ...

ରିପିଟ୍‌ ହେବେ ନା ପରିବର୍ତ୍ତନ ଆସିବ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ):ପ୍ରାର୍ଥୀ ଘୋଷଣା ପରେ ଉଷ୍ମ ହେଲାଣି କଳାହାଣ୍ଡି ରାଜନୀତି। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରିଦେଲେଣି ତିନି...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୧।୫(କଳ୍ପତରୁ ନାୟକ): ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri