ଏଇ ଭାରତରେ

ବନ୍ଧୁତାର କୌଣସି ଧର୍ମ ନାହିଁ। କିନ୍ତୁ ବନ୍ଧୁତାର କିଛି କାହାଣୀ ଉଦାହରଣ ପାଲଟିଯାଏ। ଯେତେବେଳେ ଧର୍ମ ନାମରେ ଘୃଣା ବିସ୍ତାର କରିବାର ପ୍ରୟାସ ଦେଖାଯାଇଥାଏ ସେତେବେଳେ ଏଭଳି ଉଦାହରଣଗୁଡ଼ିକ ସମାଜର ଠିକାଦାରଙ୍କୁ ଉପଯୁକ୍ତ ଉତ୍ତର ଦେବାକୁ ସକ୍ଷମ ହୋଇଥାଏ। ସାଧାରଣତଃ ସାମାଜିକ ବିରୋଧୀ ତତ୍ତ୍ୱମାନଙ୍କ ଦ୍ୱାରା ସମାଜରେ ଘୃଣା ବିସ୍ତାର ପାଇଁ ପ୍ରୟାସ କରାଯାଏ। କିନ୍ତୁ ଅନନ୍ୟ ବନ୍ଧୁତା ଏବଂ ଭଲ ପାଇବା ନୂଆ ଧାରା ସୃଷ୍ଟି କରିବାରେ ଆଗୁଆ ରହିଥାଏ, ଯାହା ଦେଖାଯାଇଛି ଗୟାରେ। ସେଠାରେ ଏକ ହିନ୍ଦୁ-ମୁସଲମାନ ବନ୍ଧୁତା ଧର୍ମ ନାମରେ ପରିବେଶକୁ ନଷ୍ଟ କରୁଥିବା ଲୋକଙ୍କୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ଥିତି ସମ୍ପର୍କରେ ସଚେତନ କରିଛି। ଗୟା ମ୍ୟୁନିସିପାଲିଟି କର୍ପୋରେଶନ ଅଞ୍ଚଳର ୱାର୍ଡ ନମ୍ବର ୨୬ରୁ ଅବର ଅହମ୍ମଦ ଗତ ୨୦୦୨ରୁ ୱାର୍ଡ କାଉନ୍‌ସିଲର ଭାବରେ କାର୍ଯ୍ୟ କରୁଛନ୍ତି। ଏବେ ନିର୍ବାଚନରେ ନିଗମର ପୂର୍ବତନ ଡେପୁଟି ମେୟର ମୋହନ ଶ୍ରୀବାସ୍ତବ ୱାର୍ଡ ନମ୍ବର ୧୧ରୁ ନିଜ ଭାଗ୍ୟ ଚେଷ୍ଟା କରୁଥିଲେ, କିନ୍ତୁ ଜନସାଧାରଣ ତାଙ୍କୁ ଚୟନ କରି ନ ଥିଲେ। ଫଳରେ ସେ ନିର୍ବାଚନରେ ହାରି ଯାଇଥିଲେ। ଅନ୍ୟପକ୍ଷରେ ଡେପୁଟି ମେୟର ମୋହନ ଶ୍ରୀବାସ୍ତବଙ୍କର ଅନ୍ତରଙ୍ଗ ବନ୍ଧୁଥିବା ଅବର ଅହମ୍ମଦ ନିଜ ୱାର୍ଡରୁ ମୋହନ ଶ୍ରୀବାସ୍ତବଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ କାଉନସିଲର ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ବନ୍ଧୁ ମୋହନ ଶ୍ରୀବାସ୍ତବଙ୍କୁ ନିଗମକୁ ପଠାଇବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଅବର କହିଛନ୍ତି ଶ୍ରୀବାସ୍ତବ ତାଙ୍କଠାରୁ ଭଲ କାମ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri